କୋଭିଡ ତୃତୀୟ ଲହର ପାଇଁ ସତର୍କ ହେଉଛନ୍ତି ରାଜ୍ୟ ସରକାର, ଜାଣନ୍ତୁ ସପ୍ତାହାନ୍ତ ସଟଡାଉନ ରହିବ ନା ହଟିବ ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କୋରୋନା ଗାଇଡ ଲାଇନ ଅନୁସାରେ ସାରା ରାଜ୍ୟ ରେ ରାତି ୮ଟା ରୁ ସକାଳ ୬ଟା ଯାଏଁ ନାୟଟ କରଫୁ ଜାରି ରହିଛି । ସେପ୍ଟେମ୍ବର ମାସ ଆରମ୍ଭ ଯାଏଁ ଏହି ଗାଇଡ ଲାଇନ ରହିଛି । ତେବେ ସେପ୍ଟେମ୍ବର ମାସ ପହିଲାରୁ ସବୁ ରାଜ୍ୟ ରେ ସାପ୍ତାହିକ ସଟ ଡାଉନ ରହିବ କି ନାହି ତାହା ରାଜ୍ୟ ସରକାର ଙ୍କ ଘୋଷଣା ପରେ ଜଣା ପଡିବ । ଅଗଷ୍ଟ ମାସରେ ରାଜ୍ୟରେ ୧୪୩୭ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଅଗଷ୍ଟ ୨୮ ସୁଦ୍ଧା ସଂକ୍ରମଣ ହାର ରହିଛି ୭୭୯ । ଦୈନିକ ସଂକ୍ରମଣରେ ୪୫% ହ୍ରାସ ପାଇଛି । ପଜେଟିଭିଟିରେ ରାଜ୍ୟର ଅନେକ ଜିଲ୍ଲା ଗ୍ରୀନ ଜୋନ ରେ ରହିଛି । ଆକ୍ଟିଭ କେସରେ କେବଳ ଖୋର୍ଦ୍ଧା ଜିଲ୍ଲା ରେଡ ଜୋନରେ ରହିଛି । ଅଗଷ୍ଟ ମାସରେ ରାଜ୍ୟରେ ଆକ୍ଟିଭ କେସ ଥିଲା ୧୪୦୮୫ ।

ଅଗଷ୍ଟ ୨୮ ସୁଦ୍ଧା ଆକ୍ଟିଭ କେସ ରହିଛି ୭୯୯୬ । ଭୁବନେଶ୍ବର, କଟାଲ ଓ ପୁରୀ ରେ ସାପ୍ତାହିକ ସଟ ଡାଉନ ଲାଗୁ ରହିଛି । ଭୁବନେଶ୍ବରରେ ଅଗଷ୍ଟ ୧ରେ ୩୧୮ ସଂକ୍ରମିତ ହୋଇଥିବା ବେଳେ ଅଗଷ୍ଟ ୨୭ରେ ୨୧୩ ସଂକ୍ରମିତ ହୋଇଛନ୍ତି । କଟକରେ ଅଗଷ୍ଟ ୧ରେ ଦୈନିକ ସଂକ୍ରମଣ ୭୦ ଥିବା ବେଳେ ଅଗଷ୍ଟ ୨୭ରେ ସଂକ୍ରମଣ ୫୭ ରହିଛି ।

ରାଜ୍ୟରେ କୋଭିଡ଼ ମୃ-ତ୍ୟୁ ସଂଖ୍ୟା ଦୈନିକ ୭୬୭୫ ରହିଛି । କେରଳରେ ଅନାମ ପର୍ବ ଯୋଗୁ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଆଗକୁ କୋରୋନାର ତୃତୀୟ ଲହର ଆସିବାର ଆଶଙ୍କା ରହିଛି । ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ଯୋଗୁ କୋରୋନା କଟକଣା ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି କରିବା ପାଇଁ ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ ଅବଗତ କରାଇଛନ୍ତି କେନ୍ଦିୟ ଗୃହ ସଚିବ ଅଜୟ ଭଲ୍ଲା । ପାର୍ବଣ ଋତୁରେ କଟକଣା ଅଧିକ କଡା କରିବା ସହ ସ୍ଥାନୀୟ ଅଞ୍ଚଳରେ କଟକଣା ଲାଗୁ କରାଯାଉ ବୋଲି ଗୃହ ସଚିବ ଚିଠି ଲେଖିଛନ୍ତି । ତେଣୁ ରାଜ୍ୟ ସରକାର ସେପ୍ଟେମ୍ବର ମାସ ଆରମ୍ଭ ରୁ ସବୁ କ୍ଷେତ୍ରକୁ ଦ୍ରୁଷ୍ଟିରେ ରଖି ନିଷ୍ପତି ନେବେ ।

ଅନ୍ୟ କ୍ଷେତ୍ରରେ ରାଜ୍ୟରେ କୋଭିଡ଼ ଟିକାକରଣ ଜାରି ରହିଛି । ଭୁବନେଶ୍ବରେ ଅର୍ବାନ ପାଇଁ ୩୦ହଜାର, ଗଞ୍ଜାମ ପାଇଁ ୨୮ ହଜାର ୫ ସହ, କଟକ ପାଇଁ ୨୦ ହଜାର, ମୟୂରଭଞ୍ଜ ପାଇଁ ୧୯ ହଜାର, ବାଲେଶ୍ଵର ପାଇଁ ୧୮ ହଜାର, ସୁନ୍ଦରଗଡ ପାଇଁ ୧୬ ହଜାର ଟୀକାକରଣ ଦେବା ପାଇଁ ଲକ୍ଷ୍ୟ ରହିଛି । ଏହା ଛଡା ରାଜ୍ୟରେ ନକଲି କୋ- ଭ୍ୟାକସିଲ ଟୀକା ମିଳୁଥିବାର ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ WHO ଚିହ୍ନଟ କରିଛି । ଏ ନେଇ ଚିନ୍ତା ବଢିଥିବା ବେଳେ ରାଜ୍ୟ ସରକାର ତପ୍ତରତା ହୋଇଛନ୍ତି । ସେଥିପାଇଁ ସବୁ ଜିଲ୍ଲାପାଳ, ମୁନସିପାଲିଟି ସମେତ ସିଡିଏମଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *