ରାସ୍ତା କରିବାକୁ ମହିଳା ଜଣକ ସରକାରଙ୍କୁ ଦେଲେ ନାହିଁ ଜାଗା, ତ ରାଜପଥ ମଝିରେ ବନ୍ଦୀ ହୋଇ ରହିଗଲା ତାଙ୍କ ଘର, ଦେଖନ୍ତୁ ଭାଇରାଲ Photo

ପ୍ରାୟତଃ ଶୁଣିଥିବେ କିମ୍ବା ଦେଖିଥିବେ କି ଯେତେବେଳେ ରାଜରାସ୍ତା କିମ୍ବା ପୋଲ ଇତ୍ୟାଦି ନିର୍ମାଣ କରାଯାଏ ତେବେ ସରକାର ଲୋକମାନଙ୍କ ସମ୍ପତ୍ତି ଓ ଘରକୁ ଅଧିଗ୍ରହଣ କରିନିଅନ୍ତି । କିନ୍ତୁ ସରକାର ଏହା ବଦଳରେ କିଛି ଟଙ୍କା ବି ଦିଅନ୍ତି । କିନ୍ତୁ କେତେ ଥର ଏମିତି ବି ହୋଇଛି କି ଘରର ମାଲିକ ଜିଦ ଧରି ବସେ ଓ ଶେଷରେ ତା ସାମ୍ନାରେ ସରକାରକୁ ମୁଣ୍ଡ ତଳକୁ କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏହିଭଳି ଏକ ବିଷୟରେ କହିବି ।

କହିବାକୁ ଗଲେ ଚୀନରେ ଏକ ରାଜରାସ୍ତା ତିଆରି କରାଯାଉଥିଲା । କିନ୍ତୁ ଗୋଟିଏ ଛୋଟ ଘର ସେହି ରାଜରାସ୍ତାରେ ବାଧା ଦେଉଥିଲା । ସରକାର ସେହି ସମ୍ପତ୍ତିକୁ କିଣିବାକୁ ଚାହିଁଲେ, କିନ୍ତୁ ଘରର ମାଲିକାଣୀ ବିକ୍ରି କରିବା ପାଇଁ ମନା କରି ଦେଲେ ଓ ସେ ବହୁତ ସମୟ ପର୍ଯ୍ୟନ୍ତ ନିଜ ନିଷ୍ପତିରେ ଅଡି ବସିଲେ ।

ଶେଷରେ ସରକାର ରାସ୍ତା କରିଲେ ଓ ମହିଳାର ଘରକୁ ଘେରି ଦେଲେ । ମିଡିଆ ରିପୋର୍ଟ ଅନୁସାରେ ମହିଳାର ନାଁ Liang ଅଟେ । ସେ ୧୦ ବର୍ଷ ପର୍ଯ୍ୟନ୍ତ ଚୀନ ସରକାର ବିରୁଦ୍ଧରେରେ ଛିଡା ରହିଥିଲେ । ସରକାର ରାଜରାସ୍ତା  କରିବା ପାଇଁ ମହିଳାର ଘର କିଣି ଭାଙ୍ଗିବାକୁ ଚାହୁଁ ଥିଲେ । କିନ୍ତୁ ଯେତେବେଳେ ମହିଳା ରାଜି ହେଲା ନାହିଁ ତେବେ ଇଞ୍ଜିନିୟରମାନେ ଏହି ଛୋଟ ଘର ଚାରି ପଟେ ରାସ୍ତା ତିଆରି କରିଦେଲେ । ବର୍ତ୍ତମାନ ଏହି ଘରକୁ Nail House ନାଁରେ ଜଣା ଯାଉଛି ।

କାରଣ ମହିଳା ନିଜ ଘରକୁ ଭାଙ୍ଗିବା ପାଇଁ ସରକାରଙ୍କ ଠାରୁ ଟଙ୍କା ନେବା ପାଇଁ ମନା କରି ଦେଲେ । Haizhuyong Bridge ନାମର ଏହି ରାଜରାସ୍ତାକୁ ବର୍ଷ ୨୦୨୦ରେ ଯାତାୟାତ ପାଇଁ ଚାଲୁ କରାଯାଇଥିଲା । ବର୍ତ୍ତମାନ ଏହି ଛୋଟ ଘରେ ରହୁଥିବା Liang ନିଜର ଝରକାରେ କେବଳ ହଜାର ହଜାର ଗାଡି ଯାଉଥିବାର ଦେଖି ପାରୁଛି । ମିଡିଆ ଅନୁସାରେ ଏହା ଗୋଟିଏ ମହଲା ଘର ୪୦ ସ୍କୋୟାର ମିଟର ଅର୍ଥାତ ୪୩୦ ସ୍କୋୟାର ଫୁଟର ଫ୍ଲାଟ ଅଟେ ।

ଯାହାର ଫୋର ଲେନ ଟ୍ରାଫିକ ଲିଙ୍କ ମଧ୍ୟରେ ଏକ ଗାତରେ ଅବସ୍ଥିତ । ଯେଉଁ କାରଣରୁ ଘରର ମୂଲ୍ୟ ବି କମିଗଲା । ଅନ୍ୟ ଏକ ରିପୋର୍ଟ ଅନୁସାରେ ମହିଳା ଏଥିପାଇଁ ଘର ଛାଡିଲେ ନାହିଁ କାରଣ ସରକାର ତାଙ୍କୁ ଗୋଟିଏ ଭଲ ଜାଗାରେ ଦେଇ ପାରୁ ନ ଥିଲେ । ମହିଳା ଜଣକ କହିଥିଲେ କି ମୁଁ ସ୍ଥିତିର ସାମ୍ନା କରିବାରେ ମୋତେ ଖୁସି ଅଛି, ମୁଁ ଚିନ୍ତା କରେ ନାହିଁ କି ଲୋକମାନେ ମୋ ବିଷୟରେ କଣ ଚିନ୍ତା କରୁଛନ୍ତି ?

 

Leave a Reply

Your email address will not be published. Required fields are marked *