Breaking News: ବର୍ତ୍ତମାନ ଆସିଲା ନୂଆ ଗାଇଡଲାଇନ, 14 ଦିନିଆ ଆଂଶିକ Lockdown- ଦେଖନ୍ତୁ କଣ ଖୋଲା ଓ କଣ ବନ୍ଦ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଗତକାଲି ଅର୍ଥାତ ୧୭ ଜୁନରେ ହିଁ ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା ଲକଡାଉନ ସମାପ୍ତ ହୋଇ ଯାଉଛି । ଏହା ତୃତୀୟ ଚରଣ ଲକଡାଉନ ଥିଲା । ଏହା ସହିତ ସଟଡାଉନ ବି ଲାଗୁଥିଲା । ୧୭ ତାରିଖର ପରେ ଲକଡାଉନ କଟକଣାକୁ ନେଇ ସମସ୍ତେ ବହୁତ ଆଶାରେ ଥିଲେ କି ସରକାର ଏବେ ଅନଲକ ପ୍ରକ୍ରିୟା ଆରମ୍ଭ କରି ପାରନ୍ତି ।

ଏମିତିରେ ଅନଲକ ପ୍ରକ୍ରିୟାକୁ ନେଇ ଲୋକମାନଙ୍କ ମଧ୍ୟରେ ଚର୍ଚା ବି ଚାଲିଥିଲା । କାରଣ ଲକଡାଉନ କାରଣରୁ ନା ହିଁ ଲୋକମାନେ ଘରୁ ବାହାରି ପାରୁଥିଲେ ଓ ନା ହିଁ ନିଜର ଜରୁରୀ କାମ କରି ପାରୁଥିଲେ । ଅନଲକ ଲାଗୁ ହେଲେ ସେମାନେ ଅଳ୍ପ ଆଶ୍ଵସ୍ତି ହେବେ ବୋଲି ଚିନ୍ତା କରୁଥିଲେ । ଆଜି ଶେଷ ହେବାକୁ ଥିବା ଲକଡାଉନ ପରେ ଆସନ୍ତା ୧୭ ତାରିଖକୁ ନେଇ ସରକାର ନୂଆ ନିୟମ ଲାଗୁ କରିଛନ୍ତି ।

କହିଦେଉଛୁ କି ଆସନ୍ତା ୧୭ ତାରିଖରୁ ୧୪ ଦିନ ପର୍ଯ୍ୟନ୍ତ ଓଡିଶା ସରକାର ରାଜ୍ୟରେ ଆଂଶିକ ରୂପରେ ଲକଡାଉନ ଜାରି ରହିବ ବୋଲି ଘୋଷଣା କରିଛନ୍ତି । ଅର୍ଥାତ ଲକଡାଉନର କଟକଣାକୁ ସରକାର ଅଳ୍ପ କୋହଳ କରିଛନ୍ତି । ଏହାର ଅର୍ଥ ଏହା ନୁହେଁ କି ସବୁ ଦୋକାନ ବଜାର ଖୋଲିଯିବ ଓ ସମସ୍ତେ ନିଜ ଇଚ୍ଛା ଅନୁସାରେ ଯେଉଁଠି ଇଚ୍ଛା ସେଠି ଯାଇ ପାରିବେ । ପୂର୍ବଭଳି ସମସ୍ତ କଟକଣା ଲାଗୁ ରହିବ । କିନ୍ତୁ ଏହା ମଧ୍ୟରେ କିଛି ଟା ଛାଡ କରାଯାଇଛି ।

କହିଦେଉଛୁ କି ନୂଆଁ ଲକଡାଉନ ୧୭ ଜୁନ ସକାଳ ୫ ରୁ ୧ ଜୁଲାଇ ସକାଳ ୫ ପର୍ଯ୍ୟନ୍ତ ଲାଗୁ ରହିବ । ପୂର୍ବରୁ ଲାଗୁଥିବା ଶନିବାର ଓ ରାବିବାର ଦିନ ସବୁ ଜିଲ୍ଲାରେ ସଟଡାଉନ ଲାଗୁ ରହିବ । କିନ୍ତୁ ଟୀକାକରଣ, କାରୋନା ଟେଷ୍ଟ ଓ ସ୍ୱାସ୍ଥ୍ୟ ସେବା ଭଳି କାର୍ଯ୍ୟକ୍ରମ ଓ ଏଥିପାଇଁ ଯାଉଥିବା ଲୋକମାନଙ୍କ ଉପରେ କୌଣସି ବି ପ୍ରକାରର କଟକଣା ନାହିଁ । ଏହି ନୂଆ ଲକଡାଉନକୁ ଦୁଇଟି କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି ।

କ୍ୟାଟାଗୋରୀ A ଓ କ୍ୟାଟାଗୋରୀ B । କ୍ୟାଟାଗୋରୀ Aରେ କମ ସଂକ୍ରମଣ ହେଉଥିବା ଜିଲ୍ଲା ଗୁଡିକୁ ରଖା ଯାଇଛି ଓ କ୍ୟାଟାଗୋରୀ B ଅଧିକ ସଂକ୍ରମଣ ଥିବା ଜିଲ୍ଲା ଗୁଡିକ ସାମିଲ କରାଯାଇଛି । କହିଦେଉଛୁ କି କ୍ୟାଟାଗୋରୀ Aରେ ୧୭ ଟି ଜିଲ୍ଲାକୁ ସାମିଲ କର ଯାଇଛି । ଯେଉଁଠି ସକାଳ ୬ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକ ଖୋଲା ରହିବ ଓ ସେହି ସମସ୍ତ ଜିଲା ଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ।

ଯଦି କ୍ୟାଟାଗୋରୀ Bରେ ସାମିଲ ଥିବା ଜିଲ୍ଲା ଗୁଡିକ ବିଷୟରେ କହିବା ତେବେ ଏଥିରେ ୧୩ ଟି ଜିଲ୍ଲାକୁ ସାମିଲ କରାଯାଇଛି । ଯେଉଁଠି ସକାଳ ୬ ରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ଆପଣ ନିଜର ସାମଗ୍ରୀ କିଣି ପାରିବେ । ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଦା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *