ସରକାରଙ୍କ ବଡ ନିଷ୍ପତ୍ତି: ଏବେ ମାତ୍ର ସପ୍ତାହକୁ 4 ଦିନ କାମ କରିବେ କର୍ମଚାରୀ

ଜାପାନ ସବୁବେଳେ ନିଜର ଉନ୍ନତ ମାନର ପ୍ରଣାଳୀ ଓ ସଠିକ ନିଷ୍ପତି ପାଇଁ ଜଣା ଯାଏ ଓ ଏଠିକାର ଲୋକମାନେ ସମୟକୁ ମଧ୍ୟ ବହୁତ ମହତ୍ଵ ଦିଅନ୍ତି । ସଠିକ ସମୟରେ ସଠିକ କାମ କରିବା ପାଇଁ ଜାପାନ ଲୋକମାନେ ଜଣା ଯାଆନ୍ତି । କିନ୍ତୁ ବର୍ତ୍ତମାନ ଏଠିକାର ସରକାର ନିଜ ଦେଶର ସମସ୍ତ କମ୍ପାନୀମାନଙ୍କୁ ଏକ ସୂଚନା ଜାରି କରିଛି ।

ଯେଉଁଥିରେ କୁହାଯାଇଛି କି କର୍ମଚାରୀମାନଙ୍କୁ ସପ୍ତାହକୁ ୫ ଦିନ ପରିବେର୍ତ୍ତେ ୪ ଦିନ କାମ କରିବା ପାଇଁ ବିକଳ୍ପ ଦିଆଯାଉ । ତେବେ କର୍ମଚାରୀମାନେ ସପ୍ତାହକୁ ୪ ଦିନ ଅନୁସାରେ କେଉଁ କେଉଁ ଦିନ କାମ କରିବେ ଏହା କର୍ମଚାରୀମାନେ ହିଁ ନିଷ୍ପତି ନେବେ । ମିଳିଥିବା ସୂଚନା ଅନୁସାରେ ଜାପାନ ସରକାର ଲୋକମାନଙ୍କୁ ଚାକିରି, ପରିବାରର ଦାୟିତ୍ଵ, ନୂଆ କୌଶଳ ଶିଖିବା ମଧ୍ୟରେ ସନ୍ତୁଳନ ରଖିବା ପାଇଁ ଅଧିକରୁ ଅଧିକ ସମୟ ଦେବାକୁ ଚାହୁଁଛନ୍ତି ।

ଜାପାନ ସରକାରଙ୍କ ଏହି ନିଷ୍ପତି ସେଠିକାର ଜନତାଙ୍କ ଜୀବନକୁ ଆହୁରି ଉନ୍ନତ କରି ପାରେ ବୋଲି ଆଶା କରାଯାଉଛି । ଜାପାନ ସରକାର ଏହି ପ୍ରସ୍ତବାକୁ ନେଇ ଏକ ଗାଇଡଲାଇନ ମଧ୍ୟ ତିଆରି କରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ନିଷ୍ପତିକୁ ନେଇ ଦେଶରେ ଲୋକମାନଙ୍କ ମଧ୍ୟରେ ତର୍କ ବିତର୍କ ଲାଗି ରହିଛି ।

ଜାପାନ ସରକାର ଆଶା କରିଛନ୍ତି କି ଯଦି ଜାପାନର ଲୋକମାନେ ୪ ଦିନ କାମ କରିବେ ତେବେ ସେମାନଙ୍କୁ ଅଧିକ ଦିନ ଅର୍ଥାତ ୩ ଦିନ ଛୁଟି ମିଳିବ । ଯାହା ଦ୍ଵାରା ସେମାନେ ବିଭିନ୍ନ ସ୍ଥାନକୁ ଅଧିକ ଦିନ ବୁଲିବାକୁ ଯାଇ ପାରିବେ ଓ ଖର୍ଚ ମଧ୍ୟ କରି ପାରିବେ । ଯାହାର ସିଧା ସଳଖ ପ୍ରଭାବ ଜାପାନର ଅର୍ଥନୀତି ଉପରେ ପଡିବ । ନିଜର ପରିବାର ଓ ବନ୍ଧୁମାନଙ୍କ ସହ ଅଧିକ ସମୟ ମଧ୍ୟ ବ୍ୟତୀତ କରି ପାରିବେ ।

ଏହିଭଳି ନିୟମ ଲାଗୁ କରିବା ପଛରେ ଅନ୍ୟ ଏକ କାରଣ ବି ଅଛି । ଏହିଭଳି କରିବା ଦ୍ଵାରା ଜନ୍ମ ହାର ହ୍ରାସ ପାଇବାର ସମସ୍ୟାର ସମଧାନ ବି ହୋଇଯିବ ବୋଲ ବୋଲି ଆଶା କରାଯାଉଛି । ୪ ଦିନ କରିବା ଦ୍ଵାରା ଯୁବ ଦମ୍ପତ୍ତିମାନେ ଛୁଟିରେ ଯିବେ ଓ ପରସ୍ପର ସହ ଅଧିକ ରୁ ଅଧିକ ସମୟ ଅତିବାହିତ କରିବେ ଓ ସନ୍ତାନ ଜନ୍ମ କରିବେ । ଏହିଭଳି କରିବା ଦ୍ଵାରା ଜାପାନରେ ଜନ୍ମ ହାର ସମସ୍ୟା ଦୂର ହେବ ।

ସୂଚନା ଅନୁସାରେ ଜାପାନର କେତେକ ରିପୋର୍ଟରୁ ଏହା ଜଣା ପଡିଛି କି ଲୋକମାନେ ଅଧିକ ପରିଶ୍ରମ କରିବା କାରଣରୁ ଅସୁସ୍ଥ ହୋଇ ଯାଉଛନ୍ତି କିମ୍ବା କର୍ମଚାରୀମାନେ ଅଧିକ ଚାପ ଯୋଗୁ ନିଜର ଜୀବନ ବି ଦେଇ ଦେଉଛନ୍ତି । ଏହାକୁ ଜାପାନରେ କୋରୋସି କୁହାଯାଏ । ଏହାର ଅର୍ଥ ଅତ୍ୟଧିକ କାର୍ଯ୍ୟ ଯୋଗୁ ମୃତ୍ୟୁ । ଏହି ଯୋଜନା କୋରୋସି ହ୍ରାସ କରିବ ବୋଲି ଆଶା କରାଯାଉଛି । ଅନ୍ୟ ପଟେ କେତେକ କମ୍ପାନୀ ଏହି ପରାମର୍ଶକୁ ପସନ୍ଦ କରୁଛନ୍ତି ତ ଅନ୍ୟ ପେଟ କେତେକ କମ୍ପାନୀ ଏହି ନିୟମକୁ ଅସ୍ଵୀକାର କରୁଛନ୍ତି ।

କିନ୍ତୁ ଅନ୍ୟ ପଟେ କିଛି ଅର୍ଥନୀତିଜ୍ଞ କହିଛନ୍ତି କି ଏହି ଯୋଜନାରେ ଅଳ୍ପ ବହୁତ ତ୍ରୁଟି ରହିଛି । କାରଣ ଜାପାନ ପୂର୍ବରୁ ଶ୍ରମ ଅଭାବ ଭଳି ସ୍ଥିତିର ମୁକାବିଲା କରୁଛି । କର୍ମଚାରୀମାନେ ଚିନ୍ତିତ ଅଛନ୍ତି କି ଏହିଭଳି କମ ଦିନ କାମ କରିବା ଦ୍ଵାରା ସେମାନଙ୍କର ଆୟ କମ ହୋଇପାରେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *