ସାରା ଦେଶରେ ରେକର୍ଡ କଲା DOLO-650, ଜର ବଟିକା ବିକି ମାଲିକ କୋଟିପତି… ଦେଖନ୍ତୁ ଏହା ପଛର ସମ୍ପୁର୍ଣ୍ଣ କାହାଣୀ

ବନ୍ଧୁଗଣ Dolo-୬୫୦ ଗାଁ ଠାରୁ ସହର ସମସ୍ତେ ଜାଣନ୍ତି ଏହି ମେଡ଼ିସିନର ନାଁକୁ । ଜର ହେଉ ବା କୋରୋନା ଖାଇବାକୁ ପଡିଥାଏ ଏହି ମେଡ଼ିସିନ । ହସ୍ପିଟାଲ ଠାରୁ ଆରମ୍ଭ କରି ମେଡ଼ିସିନ ଷ୍ଟୋର, ରୋଗୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ଯନ୍ତ ସମସ୍ତେ ଅଜାଣନ୍ତି ଏହି ମେଡ଼ିସିନ । ଅଳ୍ପ କିଛି ଦିନ ସୋସିଆଲ ମିଡିଆରେ ଏହି ମେଡ଼ିସିନର ନାଁ କୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଏବେ ଆସନ୍ତୁ ଜାଣିବା କାହିଁକି ଚର୍ଚ୍ଚାରେ dolo-୬୫୦ ।

କୋରୋନା ମହାମାରୀ ଆସିବା ପର ଠାରୁ dolo-୬୫୦ର ଚାହିଦା ବୃଦ୍ଧି ପାଇଛି । ୨୦୨୦ ପୂର୍ବରୁ ଏହି ମେଡ଼ିସିନଟି ଅନେକଙ୍କ ପାଇଁ ଅଜଣା ଥିଲା । ଟିକେ ଥଣ୍ଡା କାଶ ହେଲେ ଖୋଜା ପଡୁଛି dolo-୬୫୦ । ଏବେ ଏହି ମେଡ଼ିସିନ ଘରେ ଘରେ ପରିଚିତ । କୋରୋନା ମହାମାରୀ ଅନେକ ମେଡ଼ିସିନ ଦୋକାନୀଙ୍କୁ କୋଟିପତି କରିଥିବା ବେଳେ dolo-୬୫୦ ର ନିର୍ମାତା ଆଗରେ ରହିଛନ୍ତି ।

କୋରୋନା ମହାମାରୀ ଆରମ୍ଭ ହେବା ପରେ କମ୍ପାନୀ ୩୫୦କୋଟି ବଟିକା ବିକ୍ରି କରି ରେକର୍ଡ କରିଛି । ୨୦୧୯ରେ ଆମ ଦେଶରେ dolo-୬୫୦ ର ୭କୋଟିରୁ ଅଧିକ ସ୍ଟ୍ରିପ ବିକ୍ରି ହୋଇଛି । ହେଲେ ମହାମାରୀ କୋରୋନା ପରେ ୩୫୦ କୋଟି ରୁ ଅଧିକ ବଟିକା ବିକ୍ରି ହୋଇଛି । ୨୦୨୧ରେ ଏହି ମେଡ଼ିସିନ ବିକ୍ରି କରି କମ୍ପାନୀ ୩୦୭ କୋଟି ଟଙ୍କା ଆୟ କରିଥିବା ସ୍ୱାସ୍ଥ୍ୟ ସେବା ଅନୁସନ୍ଧାନ ସଂସ୍ଥା I QVIA ତଥ୍ୟା ଦେଇଛି ।

ଏମିତିକି କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ରେ dolo-୬୫୦ ର ବ୍ୟବହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଶରୀର ରେ ଜନ୍ତରାନା ଠାରୁ ଆରମ୍ଭ କରି ଥଣ୍ଡା ପର୍ଯ୍ଯନ୍ତ ମୁଖ୍ୟତ ଜ୍ଵର ପାଇଁ ଲୋକ ମାନେ dolo-୬୫୦ ସେବନ କରୁଥିବା ବେଳେ ଦିନକୁ ଦିନ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏମିତିକି ୨୦୨୨ ମସିହାର ଆରମ୍ଭରୁ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର ରେ ଟ୍ରେଣ୍ଡ କରୁଛି dolo-୬୫୦ ।

ବର୍ତ୍ତମାନ ସମୟରେ ଥଣ୍ଡା ସହ ଶରୀର ରେ ଯନ୍ତ୍ରଣା ହେବା ମାତ୍ରେ ଲୋକ ମାନେ ତୁରନ୍ତ dolo-୬୫୦ ଖାଉଛନ୍ତି । ଏହାର ପ୍ରଭାବ ଭଲ ରହୁ ଥିବାର ଅନୁଭବ ହେବାରୁ ଏହାର ଚାହିଦା ଅଧିକ ରହିଛି । ଯାହା ଫଳରେ ପାରାଶିଟମଲ ରେଞ୍ଜ ରେ ଏହି ମେଡ଼ିସିନ ର ବିକ୍ରି ବଢିବାରେ ଲାଗିଛି ।

ଏମିତିକି ବ୍ୟାଙ୍ଗାଲୋର ର ମାଇକ୍ରୋ ଲ୍ୟାବ ଲିମିଟେଡ ମାଲିକ ଦିଲ୍ଲୀପ ସୁରଣା କେବଳ dolo-୬୫୦ ମେଡ଼ିସିନ ବିକ୍ରି କରି କୋଟିପତି ହୋଇ ଯାଇଛନ୍ତି । ତେବେ ଏହି dolo-୬୫୦ ର ଚାହିଦା ଆଗକୁ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଡୋଲର-୬୫୦ ମେଡ଼ିସିନ କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *