ସର୍ବନାଶ ଘଟିଥାଏ ଏହି ସବୁ କାର୍ଯ୍ୟ କାର୍ତ୍ତିକ ମାସରେ କରୁଥିଲେ, ସଜାଗ ହୁଅନ୍ତୁ- Jyotisha Shastra

ହିନ୍ଦୁ ଶାସ୍ତ୍ର ଅନୁଯାଇ କାର୍ତ୍ତିକ ମାସ ସବୁଠାରୁ ପବିତ୍ର ମାସ ହୋଇଥାଏ ଏହି ମାସରେ ସବୁ ପୂଣ୍ୟ କାମ ହୋଇଥାଏ ଓ ଶାସ୍ତ୍ର ଅନୁଯାଇ ଏହି ମାସରେ ସବୁ ଦେବୀ ଦେବତା ସ୍ଵର୍ଗ ଛାଡି ମୃତ୍ୟୁ ଲୋକରେ ଭ୍ରମଣ ପାଇଁ ଆସିଥାନ୍ତି । ଶାସ୍ତ୍ରରେ ଲେଖା ହୋଇଛି ଯେ ଏହି ମାସରେ ଅଁଳା ଗଛରେ ରାଧା କୃଷ୍ଣ ବିରାଜିତ ହୋଇଥାନ୍ତି ।

ତେବେ କାର୍ତ୍ତିକ ମାସରେ ଯେଉଁ ବ୍ୟକ୍ତି ଅଁଳା ଗଛ ପୂଜା କରିଥାଏ ତାଙ୍କୁ ରାଧା କୃଷ୍ଣଙ୍କ ଅପାର କୃପା ମିଳିଥାଏ । ତେବେ ଏହି ମାସ ବହୁତ ପବିତ୍ର ହୋଇଥାଏ ସେଥିପାଇଁ ଶାସ୍ତ୍ରରେ ମଣିଷ ପାଇଁ କିଛି ନିୟମ ଲେଖା ହୋଇଛି ଯାହା ନକଲେ ମଣିଷ କେବଳ ପାପି ହୋଇନଥାଏ ଏହା ଛଡା ଦୁଃଖ କଷ୍ଟ ଓ ରୋଗ ସହ ସ୍ୱାସ୍ଥ୍ୟ ହାନି ମଧ୍ୟ ଦେଖିବାକୁ ପାଇଥାଏ ।

Image Courtesy: Google

ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ ସର୍ବନାଶ ହୋଇପାରେ-

୧. ଏହି ମାସରେ ତୁଳସୀ ଗଛ ଲଗାଇବା ବହୁତ ଶୁଭ ହୋଇଥାଏ ଓ ପ୍ରତିଦିନ ଦୀପ ଜଳାଇବା ଶୁଭ ହୋଇଥାଏ । ଏହା ଛଡା ଶାସ୍ତ୍ରରେ କାର୍ତ୍ତିକ ମାସରେ ବିନା ପିଆଜ ରସୁଣ ଖାଦ୍ୟ ଗ୍ରହଣ କରିବା ପାଇଁ କୁହା ଯାଇଛି ଓ ଏହା ମଧ୍ୟ କୁହା ଯାଇଛି ଯେ ଆମିଷ ସେବନ କରିବା ଦ୍ଵାରା ମଣିଷକୁ କର୍କଟ ବା କ୍ୟାନ୍ସର ଭଳି ଗମ୍ଭୀର ରୋଗ ମଧ୍ୟ ହୋଇପାରେ ।

Image Courtesy: Google

୨. ଶାସ୍ତ୍ରରେ କୁହା ଯାଇଛି ଯେ କାର୍ତ୍ତିକ ମାସରେ ଯେଉଁ ବ୍ୟକ୍ତି ସକାଳ ସମୟରେ ଶଯ୍ୟା ତ୍ୟାଗ କରି ସୂର୍ଯ୍ୟ କୋମଲ କିରଣ ପଡିବା ବେଳେ ସ୍ନାନ କରନ୍ତି ତାଙ୍କ ଜୀବନ ସବୁ ଦୁଃଖ କଷ୍ଟ ଡିଉର ହାବା ସହ ସ୍ୱାସ୍ଥ୍ୟ ଭଲ ରହିଥାଏ ଓ ଯେଉଁ ବ୍ୟକ୍ତି ଲେଟ ପର୍ଯ୍ୟନ୍ତ ସୋଇଥାନ୍ତି ତାଙ୍କ ଜୀବନ ସମସ୍ଯା ବଢିବାକୁ ଲାଗିଥାଏ ଓ ସ୍ୱାସ୍ଥ୍ୟ ଖରାପ ହବା ସହ ଧନ ହାନି ହବାକୁ ଲାଗିଥାଏ ।

୩. ଏହି ମାସରେ ଶରୀରରେ ତେଲ ଲଗାଇବା ବାରଣ ଅଟେ ଏହା ଶାସ୍ତ୍ରରେ ଲେଖା ହୋଇଛି । ତେବେ ଏହି ମାସରେ କେବେ ବି ତୁଳସୀ ଗଛ ଓପାଡନ୍ତୁ ନାହିଁ ଏହା କରିବା ଦ୍ଵାରା ଆପଣ ବହୁତ ପାପ କରିଥାନ୍ତି ।

Image Courtesy: Google

୪. ଶାସ୍ତ୍ର ଅନୁଯାଇ ଏହି ମାସରେ କାହା ବିଷୟରେ ଖରାପ କହିଲେ ଆପଣଙ୍କୁ ପାପ ଲାଗିଥାଏ ଓ ଆପଣଙ୍କ ଘର ପରିବାରକୁ ଏହାର ସାମ୍ନା କରିବାକୁ ପଡିଥାଏ ।

୫. ଶାସ୍ତ୍ର ଅନୁଯାଇ ଏହି ମାସରେ କୌଣସି ଭିକାରିକୁ ଖାଲି ହାତରେ ଫେରେଇବେ ନାହିଁ ନିଜ ସାମର୍ଥ୍ୟ ଅନୁଯାଇ ତାଙ୍କୁ କିଛି ନା କିଛି ଦାନ ଅବଶ୍ୟ କରନ୍ତୁ । ଏହି ମାସରେ ପିଣ୍ଡ ଦବା ଅତ୍ୟନ୍ତ ଶୁଭ ହୋଇଥାଏ ସେଥିପାଇଁ ସଠିକ ବିଧିରେ ପିଣ୍ଡ ଦାନ କଲେ ପୂର୍ବଜ ମାନଙ୍କ ଆତ୍ମାକୁ ଶାନ୍ତି ପ୍ରାପ୍ତ ହୋଇଥାଏ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *