ଶରୀରର ଏହି ଭାଗରୁ ପ୍ରାଣ ବାହାରିଲେ ଭୁତ ହୋଇଯାଏ ଆତ୍ମା ? Garuda Purana

ନାମସ୍କାର ବନ୍ଧୁଗଣ, ହାଡ ମାଂସରୂପୀ ମଣିଷ ଶରୀର କିଛି ଅସ୍ଥିତ୍ଵ ନଥାଏ ଆତ୍ମା ବିନା । କାରଣ ଆତ୍ମା ଶରୀର ତ୍ୟାଗ କରିବା ପରେ ମଣିଷ ଶରୀର ନିଆରେ ଜଳି ପାଉଁସ ହୋଇଯାଏ । ତେବେ ମନୁଷ୍ୟର ମୃ-ତ୍ୟୁକୁ ନେଇ ଅନେକ ରହସ୍ୟ ରହିଛି । ଯେଉଁ ରହସ୍ୟକୁ ଜାଣିବା ପାଇଁ ପ୍ରତ୍ୟକ ମଣିଷ ନିହାତି ଭାବରେ ନିଜର ଜିଜ୍ଞାସା ପ୍ରକାଶ କରିଥାଏ । ତେବେ ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ ମୃ-ତ୍ୟୁ ସହ ଜଡିତ କିଛି ରହସ୍ୟ ସମ୍ପର୍କରେ ।

ଆତ୍ମା ଦେହ ତ୍ୟାଗ କରିବା ପୂର୍ବରୁ ବହୁତ କିଛି କହିବା ପାଇଁ ଚେଷ୍ଟା କରିଥାଏ କିନ୍ତୁ କହିପାରେ ନାହିଁ । ମଣିଷ ଶରୀରରୁ ଆତ୍ମା ୯ଟି ଅଙ୍ଗ ଦେଇ ବାହାରକୁ ଯାଇଥାଏ । ଏହି ନଅଟି ଦ୍ଵାର ହୋଇଥାଏ ଦୁଇ କାନ, ଦୁଇ ଆଖି, ନାକ, ମୁହଁ ଓ ବିସର୍ଜନ ଅଙ୍ଗ ହୋଇଥାଏ । ଯେଉଁ ଲୋକ ଜୀବନସାରା କେବଳ ପଇସା ପଛରେ ଧାଇଁଥାନ୍ତି ଏବଂ ଲୋକଙ୍କ କଲ୍ୟାଣ କେବେ କରିନଥାନ୍ତି ସେମାନଙ୍କ ପ୍ରାଣ ବିସର୍ଜନ ଅଙ୍ଗ ପଟେ ବାହାରିଥାଏ ।

ମନରେ ସବୁବେଳେ ଖରାପ ଚିନ୍ତା ଧାରା ରହିଥିବା ବ୍ୟକ୍ତିର ମୃ-ତ୍ୟୁ ଆସିବା ଫଳରେ ସେମାନେ ବହୁତ ଡରିଯାନ୍ତି ଏବଂ ତାଙ୍କ ପ୍ରାଣ ତଳ ମୁହଁ ହୋଇ ନିଚ୍ଚ ଅଙ୍ଗ ପଟେ ବାହାରି ଯାଇଥାଏ । ଏହାପରେ ଯମଦୂତ ଆତ୍ମାକୁ ଫାଶ ପକାଇ ନିଜ ସହ ଯମଲୋକକୁ ନେଇଯାଇଥାନ୍ତି । ଏଭଳି ମୃ-ତ୍ୟୁକୁ ପାପୀ ବ୍ୟକ୍ତିରେ ବିବେଚିତ କରାଯାଇଥାଏ ।

ଯେଉଁ ଲୋକ ଦୁନିଆର ମୋହ ମାୟାରେ ଫସି ରହିଥାନ୍ତି ଜୀବନକୁ ବଞ୍ଚିବାର ଅଧିକ ଲୋଭ ଥାଏ ସେଭଳି ଲୋକଙ୍କର ମୃ-ତ୍ୟୁ ସମୟରେ ଆଖି ଏବଂ ପାଟି କାମ କରିବା ବନ୍ଦ ହୋଇଯାଇଥାଏ । ଏଭଳି ବ୍ୟକ୍ତି ମୋହ ମାୟା ଫଳରେ ନିଜ ପ୍ରାଣ ତ୍ୟାଗ କରିବା ପାଇଁ ଚାହିଁନଥାନ୍ତି । ତେଣୁ ଯମ ଦୁତ ଜୋର ଜବରଦସ୍ତି ପ୍ରାଣ ବାହାର କରିଥାନ୍ତି । ଯାହାଫଳରେ ମୃତ ବ୍ୟକ୍ତିଙ୍କ ଆଖି ଲେଉଟି ଯାଇଥାଏ ।

ଯେଉଁ ଲୋକମାନେ ଜୀବନସାରା ଧାର୍ମିକ କାର୍ଯ୍ୟରେ ନିବୃତ ଥାନ୍ତି ତେବେ ସେଭଳି ବ୍ୟକ୍ତିଙ୍କ ପ୍ରାଣ ମୁହଁ ବାଟ ଦେଇ ତ୍ୟାଗ ହୋଇଥାଏ । ଯାହାଫଳରେ ମୁହଁ ବଙ୍କା ହୋଇଯାଇଥାଏ । ଏହାକୁ ବହୁତ ଶୁଭ ମନାଯାଏ । ଏହାସହ ଏମାନଙ୍କୁ ଯମଲୋକରେ କଷ୍ଟ ମଧ୍ୟ ଭୋଗ କରିବା ପାଇଁ ପଡିନଥାଏ । ନାକ ପଟେ ପ୍ରାଣ ତ୍ୟାଗକୁ ବହୁତ ଶୁଭ ମନାଯାଇଥାଏ । ଏଭଳି ମଣିଷ ନିଜ ପରିବାରର ସମସ୍ତ କର୍ତ୍ତବ୍ୟକୁ ଠିକ ଭାବରେ ତୁଲାଇଥାନ୍ତି ।

ଯେଉଁ ମଣିଷ ନାକ ପଟେ ପ୍ରାଣ ତ୍ୟାଗ କରିଥାନ୍ତି ତାଙ୍କ ନାକ ବଙ୍କା ହୋଇଯାଇଥାଏ ମୃ-ତ୍ୟୁ ପରେ । ମୃ-ତ୍ୟୁ ପରେ ଆତ୍ମାକୁ କିଛି ସମୟ ପର୍ଯ୍ୟନ୍ତ ଜଣାନଥାଏ କି ସେ ଶରୀର ତ୍ୟାଗ କରିସାରିଛି ବୋଲି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *