ଶାରୀରିକ ସମ୍ପର୍କ କୁ ନେଇ ଏହି ସବୁ ଭାବନ୍ତି ଭାରତୀୟ ? ମାହିଳାମାନଙ୍କର ବି ଅଛି ଅଲଗା ଭାବନା

ଭାରତରେ ସେକ୍ସ ଏମିତି ଘଟଣା ଅଟେ ,ଯେଉଁଥିରେ ସମସ୍ତଙ୍କର ଇଛାଶକ୍ତି ଅଛି ,କିନ୍ତୁ କହିବା ପାଇଁ ଲୋକ ପଛଘୁଞ୍ଚା ଦେଇଥାନ୍ତି । ପୁରୁଷମାନେ ସେକ୍ସ ବିଷୟରେ ନିଜ ଚାହାଣୀରେ କହିଦେଇ ଥାନ୍ତି । କିନ୍ତୁ ମହିଳାମାନେ ଯଦି ଖୋଲି ଏହି ବିଷୟରେ କଥା ହେବାକୁ ଚାହ୍ନିଲେ ,ତାହେଲେ ସେମାନଙ୍କୁ ଖରାପ ନଜରରେ ଦେଖା ଯାଇଥାଏ । ସେକ୍ସ ଘଟଣାରେ ମହିଳାମାନେ ଲାଜ ଏବଂ ସାମାଜିକ ନିନ୍ଦା ପ୍ରତିବାଦ ପାଇଁ ଚୁପ ରହିଥାନ୍ତି ।

ପ୍ରାଚୀନ ଭାରତର ଲୋକମାନେ ଶାରୀରିକ ସଂପର୍କକୁ ନେଇ ବହୁତ ଖୋଲା ଖୋଲି ଭାବରେ ରହୁଥିଲେ ।

ଯାହାର ନତିଜା ଆମକୁ ଖଜୁରାହ ମନ୍ଦିର ଠାରୁ ନେଇ ବାଶୟାନ ର ବିଶ୍ଵ ପ୍ରସିଦ୍ଧ ଗ୍ରନ୍ଥ କାମସୂତ୍ର ପର୍ଯ୍ୟନ୍ତ ରେ ଦେଖିବାକୁ ମିଳିଥାଏ । କିନ୍ତୁ ଯେମିତି ଯେମିତି ସମାଜ ଆଗକୁ ବଢିଲା ,ଆମ ଦେଶ ଶାରୀରିକ ସମ୍ପର୍କ ପ୍ରତି ସଙ୍କୁଚିତ ହୋଇଗଲା । ପୁରୁଷ -ମହିଳାଙ୍କ ଯୌନ ସମ୍ବନ୍ଧ ଯୋଡି ହୋଇଥିବା କଥାକୁ ଗୁପ୍ତ ରଖାଯାଉଛି । ଏବେ ଯୌନ ସମ୍ବନ୍ଧ କୁ ନେଇ ପୁଣି ଥରେ ଏକ ବଡ ପରିବର୍ତନ ଆସୁଛି । ଏମିତି ପରିବର୍ତନ ଯାହା କ୍ରାନ୍ତିକାରି ଅଟେ ।

ବଢିବ ଲ୍ୟାବରେ ପିଲା ଜନ୍ମ କରିବାର ଉପାୟ

ପ୍ରାକୃତିକ ଢଙ୍ଗରେ ସେକ୍ସର ମାନେ କେବେଳ ପିଲା ଜନ୍ମ କରିବା ଏବଂ ବଂଶ ବଢାଇବା ପର୍ଯ୍ୟନ୍ତ ହିଁ ଥିଲା । କିନ୍ତୁ ବିଜ୍ଞାନ ଦ୍ଵାରା ଏବେ ବିନା ସେକ୍ସରେ ବି ପିଲା ଜନ୍ମ କରାଯାଇ ପାରିବ । ଆଇବିଏଫ ଏବଂ ଟେଷ୍ଟଟ୍ୟୁବ ମାଧ୍ୟମରେ ଏହା ସଂପୂର୍ଣ୍ଣ ଭାବେ ସମ୍ଭବ ଅଟେ । ଦୁନିଆର ପ୍ରଥମ ଟେଷ୍ଟଟ୍ୟୁବ ପିଲା ୧୯୭୮ରେ ଜନ୍ମ ହୋଇଥିଲା । ତାହା ପରେ ଏବେ ପର୍ଯ୍ୟନ୍ତ ପାଖାପାଖି ୮୦ଲକ୍ଷ ପିଲା ଏହି ମାଧ୍ୟମରେ ଦୁନିଆକୁ ଆସି ସାରିଲେଣି ।

ଲେଖକ ହେନରୀ ଟି ଗ୍ରୀଲି କହିଛନ୍ତି କି ଆସୁଥିବା ସମୟରେ ୨୦ରୁ୪୦ବୟସର ଦମ୍ପତି ଲ୍ୟାବରେ ପିଲା ଜନ୍ମ କରିବା ପାଇଁ ପସନ୍ଦ କରିବେ । ଯଦି ବିନା ସେକ୍ସରେ ପିଲା ଜନ୍ମ ହେଇପାରୁଛି ତାହେଲେ ସେକ୍ସ କରିବା କଣ ଦରକାର ?

ସେକ୍ସର କାମ ହେଉଛି ପୁରୁଷ ଏବଂ ମହିଳାଙ୍କର ସଂପର୍କକୁ ମଝବୁତ କରିଥାଏ । ସବୁ ଧର୍ମ ଯୌନ ସଂବନ୍ଧକୁ ନେଇ ବହୁତ ପ୍ରକାରର ନିୟମ କାଇଦା କହିଛି । ଇସାଇ ଧର୍ମ କହିଛି କି ପୁରୁଷ ଏବଂ ମହିଳାଙ୍କୁ ସେକ୍ସ କେବେଳ ପିଲା ଜନ୍ମ କରିବା ପାଇଁ କରିବା ଦରକାର ।

ଗ୍ରୀସର ବଡ ଦାର୍ଶନିକ ଅରସ୍ତୁ ଏହା ବିଷୟରେ କହିଛନ୍ତି କି ଯେତବେଳେ ମଣିଷ ସେକ୍ସ ଆରମ୍ଭ କରେ ,ସେତବେଳେ ସେ କେବଳ ଶାରୀରିକ ଜରୁରତ ପୁରା କରିବାର ମାଧ୍ୟମ ଭରି ରହିଥିବ ।

କିନ୍ତୁ ଆଜି ସମାଜ ସଂପୂର୍ଣ୍ଣ ଭାବେ ବଦଳି ଯାଇଛି । ଆଜିକାଲି ତ ସେକ୍ସ ପଇସା ଦେଇକି ବି କରାଯାଉଛି । ତାହେଲେ ପୁଣି ସେକ୍ସର ମାନେ କଣ ? ଏହାର ମାନେ ହେଉଛି କି ସେକ୍ସ କେବଳ ସେକ୍ସ ପାଇଁ କରାଯାଏ ।

Leave a Reply

Your email address will not be published. Required fields are marked *