ଆସିଲା December ଗାଇଡଲାଇନ, 1 ଜାନୁୟାରୀ ପର୍ଯ୍ୟନ୍ତ ଲାଗୁ ହେଲା ଏହି ସବୁ କଟକଣା

ପୁଣି ଥରେ କରୋନାକୁ ନେଇ ଚର୍ଚା ଜୋର ଧରିଛି । କେତେକ ଦେଶରେ ପୁଣି ଥରେ କରୋନାର ନୂଆ ଭାରିଏଣ୍ଟ ଦେଖିବାକୁ ମିଳିଛି । ଯାହାକି ସମସ୍ତଙ୍କର ଚିନ୍ତା ବଢାଇଛି । ଏମିତିରେ ଓଡିଶା ସରକାର ଏହାକୁ ଦ୍ରୁଷ୍ଟିରେ ରଖି ଡିସେମ୍ବର ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ତେବେ ଚାଳନ୍ତୁ ଜାଣିବା ଏହି ଗାଇଡଲାଇନରେ କଣ ସବୁ ରହଛି । ସରକାର କରୋନା ସଂକ୍ରମିତଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ସୂଚନା ଜାରି କରିଛନ୍ତି ।

କେତେକ ଦେଶରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ ସରକାର ହସ୍ପିଟାଲ ଓ ଆଇସିଇଉର ବେଡର ରୋଗୀମାନଙ୍କ ସଂଖ୍ୟା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପର୍ବପର୍ବାଣି ସମୟରେ କୋଭିଡ ସ୍ଥିତି ଉପରେ କଡା ନଜର ରଖିବା ପାଇଁ ବି ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି ।

ସରକାରଙ୍କ ଏହି ଗାଇଡଲାଇନ ଓ କଟକଣା ୧ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଲାଗୁ ରହିବ । ସହର ଗୁଡିକରେ ରାତି ୧୦ ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ବଳ ବତ୍ତର ରହିବ । କିନ୍ତୁ ରାଜ୍ୟର କୌଣସି ବି ସ୍ଥାନରେ ସାପ୍ତାହିକ ସଟଡାଉନ ହେବ ନାହିଁ । ଅର୍ଥାତ କୌଣସି ବି ଅଞ୍ଚଳରେ ଶନିବାର ଓ ରବିବାର ବନ୍ଦ ହେବ ନାହିଁ ।

ପ୍ରଦର୍ଶନୀ, ଏକ୍ସପୋ, ମେଳା, ବାଣିଜ୍ୟ ଉପରେ ବି ସରକାର କଟକଣା ଲଗାଇଛନ୍ତି । ଅର୍ଥାତ ଡିସେମ୍ବର ମାସରେ କୌଣସି ବି ପ୍ରକାରର କାର୍ଯ୍ୟକ୍ରମ କରାଯିବ ନାହିଁ । ସବୁ ସ୍ଥାନରେ ସମସ୍ତେ କୋଭିଡ ନିୟମ ମାନିବା ପାଇଁ ବାଧ୍ୟ ଅଟନ୍ତି ।

ସିନେମା ହଲ ଗୁଡିକ ୫୦ ପ୍ରତିଶତ ଦର୍ଶକମାନଙ୍କୁ ନେଇ ଚାଲିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ ଓ ସାମାଜିକ ସମାଗମ ଉପରେ ବି ସରକାର କଟକଣା ଜାରି କରିଛନତୟ । କିଛି ଦିନ ପରେ ନୂଆ ବର୍ଷ ଆସୁଛି ।

ସେଥିପାଇଁ ଏହାକୁ ଆଖି ଆଗରେ ରଖି ଓ କରୋନା ସଂକ୍ରମଣକୁ ବି ଚିନ୍ତା କରି ସରକାର ନିଷ୍ପତି ନେଇଛନ୍ତି କି ନୂତନ ବର୍ଷକୁ ସ୍ଵାଗତ କରିବା ପାଇଁ କୌଣସି ବି ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ନାହିଁ । ଏହା ଉପରେ ବିଶେଷ ରୂପରେ କଟକଣା ବି ଲାଗୁ କରିଛନ୍ତି । କରୋନାରେ ଆକ୍ରାନ୍ତ ରୋଗୀମାନଙ୍କ ଉପରେ ବି ଦୃଷ୍ଟି ରଖିବା ପାଇଁ ସରକାର ସବୁ ଜିଲ୍ଲାକୁ ସୂଚନା ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *