ପେନସନଭୋଗୀମାନଙ୍କ ପାଇଁ ସରକାର ଆଣିଲେ ଏହି ନୂଆ ଯୋଜନା

ମୋଦୀ ସରକାର ପୁଣି ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଯାହାର ନାଁ ‘ପେନସନ ଦାନ’ ରଖା ଯାଇଛି । ସରକାର ଏଲପିଜି ସବସିଡି ଯେମିତି ପରିହାର କରିଛନ୍ତି ଠିକ ସେହିଭଳି ଗରିବଙ୍କୁ ଟଙ୍କା ଦାନ କରିବେ । ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ମାସିକ ୩୦୦୦ ଟଙ୍କା ପେନସନ ଦିଆଯିବ ସରକାରଙ୍କ ତରଫରୁ । ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ପେନସନ ସୁବିଧା ଦେବା ପାଇଁ ସରକାର ଏକ ଭିନ୍ନ ପ୍ରକାରର ଅଭିଯାନ ଆରମ୍ଭ କରିଛନ୍ତି ।

ଏହି ସ୍ଵତନ୍ତ୍ର ଅଭିଯାନରେ ସ୍ଵଚ୍ଛଳ ବର୍ଗର ଲୋକମାନଙ୍କୁ ପେନସନ ଦେବା ପାଇଁ ସରକାରଙ୍କ ତରଫରୁ ନିବେଦନ କରାଯିବ । ସରକାର ପୂର୍ବରୁ ହିଁ ଏଲପିଜି ସବସିଡି ପରିହାର କରିବା ପାଇଁ ଘୋଷଣା କରିଥିଲେ ଓ ଏହି କ୍ରମରେ ପେନସନ ଅଭିଯାନ ପ୍ରସ୍ତୁତ କରାଯିବ ।

ପେନସନ ଦାନ ଅଭିଯାନରେ ପ୍ରତି ଶ୍ରମିକ ମାସକୁ ୩୬,୦୦୦ ଟଙ୍କା ଦାନ କରିବାକୁ ପଡିବ । ସେହି ଟଙ୍କାକୁ ବ୍ୟବହାର କରି ଶ୍ରମିକମାନଙ୍କ ନାଁରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ବନ୍ଧନ ସ୍କିମରେ ଖାତା ଖୋଲାଯିବ ।

ଏହି ସ୍କିମରେ ଯୋଗ୍ୟ ହିତାଧିରିମାନଙ୍କୁ ୬୦ ବର୍ଷ ହୋଇଗଲେ ତାଙ୍କୁ ମାସକୁ ୩୦୦୦ ଟଙ୍କା ପେନସନ ମିଳିବ । ସ୍ଵଚ୍ଛଳ ବର୍ଗର ଲୋକମାନେ ଯଦି ଚାହିଁବେ ତେବେ ସେ ଘରର ସାହାର୍ଯ୍ୟ ପାଇଁ ପେନସନ ଦାନ କରି ପାରିବେ । ପେନସନ ଦାନ ସ୍କିମ ଆରମ୍ଭ କରିବା ପାଇଁ ଶ୍ରମ ମନ୍ତ୍ରାଳୟ ତରଫରୁ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି ।

ଏହା ସହିତ ସରକାର ପେନସନ ଉପଭୋକ୍ତାମାନଙ୍କ ସୁବିଧା ପାଇଁ ୟୁନିକ ଫେସ ରିକଗ୍ନିଶନ ଟେକ୍ନୋଲଜୀ ଲଞ୍ଚ କରିଛନ୍ତି । ଫେସ ରିକଗ୍ନିଶନ ଟେକ୍ନୋଲଜୀ ଚେହେରା ଚିହ୍ନିବାର ଏକ ଖାସ ଟେକନିକ ଅଟେ । ଏହି ପେନସନ ପାଇଁ ଲାଇଫ ସର୍ଟିଫିକେଟ ପ୍ରମାଣ ପତ୍ର ରୂପରେ କାମ ଆସିବ ।

କାର୍ମିକ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଟେକ୍ନୋଲଜୀକୁ ଲଞ୍ଚ କରି କହିଲେ କି ଏହି ରିଟାୟାର ଓ ବୟସ୍କ ଲୋକମାନଙ୍କୁ ପେନସନ ମିଳିବାରେ ସୁବିଧା ମିଳିବ । ଚେହେରା ଚିହ୍ନିବା ଏହି ଟେକ୍ନୋଲଜୀ ସାହାର୍ଯ୍ୟରେ ପେନସନ ଧାଡ଼ି ଜୀବିତ ଅଛନ୍ତି ନା ନାହିଁ ଏହା ଜାଣିବା ସୁବିଧା ହୋଇଯିବ ।

କହିବାକୁ ଗଲେ ସବୁ ପେନସନଧାରିଙ୍କୁ ବର୍ଷର ଅନ୍ତରେ ନିଜର ଲାଇଫ ସାର୍ଟିଫିକେଟ ସବମିଟ କରିବାକୁ ହୋଇଥାଏ । ଏହି ସାର୍ଯିଫିକେଟ ଆଧାର ଉପରେ ହିଁ ତାଙ୍କର ପେନସନ ଆଗକୁ ଜାରି ରହିଥାଏ । ଜିତେନ୍ଦ୍ର ସିଂହ କହିଲେ କି ‘କେନ୍ଦ୍ର ସରକାର ପେନସନକୁ ନେଇ ବହୁତ ସଂବେଦନଶୀଳ ରହିଛନ୍ତି ଓ ତାଙ୍କର ଜୀବନକୁ ସହଜ କରିବା ପାଇଁ ଚେଷ୍ଟା କରୁଛି ।

Leave a Reply

Your email address will not be published. Required fields are marked *