ସରକାରଙ୍କ ବଡ ନିଷ୍ପତ୍ତି: ଆଜି ଠାରୁ ବଦଳିଲା ଏହି ସବୁ ନିୟମ

ବନ୍ଧୁଗଣ ସମସ୍ତେ ପ୍ରାଏ କୋରୋନା ଭଳି ମହାମାରିକୁ ଭଲ ଭାବେ ଅଙ୍ଗେ ନିଭେଇ ସାରିଛୁ । ମାତ୍ର ଗତ ବର୍ଷ ମହାମାରୀ କାରଣରୁ ସମଗ୍ର ବିଶ୍ଵର ବହୁତ କ୍ଷତି ହୋଇଛି । ଏହି ସମୟରେ ସରକାରଙ୍କ କେତେକ କ୍ଷେତ୍ରରେ ନୂତନ ନିୟମ ସବୁ ଲାଗୁ ହେବାରେ ଲାଗିଛି । ବନ୍ଧୁଗଣ ଆଜିଠାରୁ ସରକାର ୪ ଟି ନୂତନ ନିୟମ ଲାଗୁ କରିଛନ୍ତି ଆସନ୍ତୁ ଜାଣିବା ସେ ସବୁ କଣ ଅଟେ ? ଏବଂ ତାହା ଜନସାଧାରଙ୍କ ଉପରେ କେତେ ମାତ୍ରାରେ ଲାଭ ଦାୟକ ସାବ୍ୟସ୍ଥ ହେବ କିଅବା ତାହା ସମସ୍ତଙ୍କର ଚିନ୍ତାର ବିଷୟ ହେବ ।

ଏହି ବ୍ଯାଙ୍କ IFSC କୋଡ ଆଉ କରିବ ନାହି କାମ । ବନ୍ଧୁଗଣ ଏହା ଏକ ଏଭଳି ନିସ୍ପତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ମାର୍ଚ୍ଚ ପହିଲାରୁ ଦେଶ ରେ କିଛି ନିୟମର ପରିବର୍ତନ ହେବ ବୋଲି ଲାଗୁ ହୋଇ ଯାଇଛି । ବନ୍ଧୁଗଣ କେନ୍ଦ୍ର ସରକାର ଯେଉଁ ସବୁ ନିୟମ ଲାଗୁ କରିଛନ୍ତି ତାହା ସାଧାରଣ ଜନତା ଉପରେ ବହୁତ ପ୍ରଭାବ ପକାଇବାକୁ ଯାଉଛି । ଏହି ସମସ୍ତ ନିୟମକୁ ଆପଣ ଭଲ ଭାବେ ଜାଣି ରଖିବା ଉଚିତ, ଯଦି ଆପଣ ମାନେ ଏହି ସବୁ ନିୟମକୁ ପାଳନ କରି ଚାଲିବେ ତେବେ କେବେ ମଧ୍ୟ ହଇରାଣ ହେବେନାହିଁ ।

ଯଦି ଆପଣ ଏହି ସବୁ ନିୟମ ସମ୍ପର୍କରେ ଜାଣିନଥିବେ ତେବେ ଆପଣ ବହୁତ ଅସୁବିଧାର ସମୁଖିନ୍ନ ହୋଇ ପାରନ୍ତି । ଜାଣି ରଖନ୍ତୁ କେଉଁ କେଉଁ କ୍ଷେତ୍ରରେ ଲାଗୁ ହୋଇଛି ପରିବର୍ତନ ନିୟମ । ୧- ବଦଳିପାରେ ଗ୍ଯାସ ଦର । ବନ୍ଧୁଗଣ ପ୍ରତ୍ୟକ ମାସର ଆରମ୍ଭରୁ ଗ୍ଯାସ ଦର ସାଧାରଣ ଭାବେ ଅଦଳ ବଦଳ କରାଯାଇଥାଏ । ପ୍ରଥମ ତାରିଖରେ ଗ୍ଯାସ ବିତରଣ କମ୍ପାନୀ ମାନେ ଗ୍ଯାସ ବିତରଣ ଦାମ ନିର୍ନୟ କରିଥାନ୍ତି । ଏଣୁ ଗ୍ଯାସ ଦର ହ୍ରାସ କିମ୍ବା ବୃଦ୍ଧି କରିପାରନ୍ତି ସରକାର । ଗ୍ଯାସ ଦର ଜେଭଳି ଭାବେ ବୃଦ୍ଧି ହୋଇଛି ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । ଆଜିର ଦିନରେ ଗ୍ଯାସ ଦର କିଛି ପରିମାଣରେ ହ୍ରାସ କରିବା ପାଇଁ ଆଶା ରଖିଛନ୍ତି ଖାଉଟି ।

୨- ବୟସ୍କ ଲୋକଙ୍କୁ ଦିଆଯିବ କୋରନା ଟୀକା । ଆଜିଠାରୁ ଦେଶର ବୟସ୍କ ଲୋକଙ୍କୁ ମହାମାରୀ ର ଟୀକା ଦିଆଯିବ ବୋଲି ନିସ୍ପତି ଦିଆଯାଇଛି । ମାହାମାରୀ କୋରନା ଠାରୁ ଦୂରରେ ରହିବା ପାଇଁ ଆରମ୍ଭ ହୋଇଛି ଟୀକା କରଣ ପ୍ରକ୍ରିୟା । ପ୍ରଥମେ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟୀକାକରଣ ବ୍ୟବସ୍ଥା ଦିଆଯାଇଛି । ଏହା ପରେ ୬୦ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକଙ୍କୁ ଟୀକା ଦିଆଯିବାକୁ ବ୍ୟବସ୍ଥା ଥିବା ବେଳେ ୪୫ ବର୍ଷରୁ କମ ନାଗରିକ ଯେଉଁମାନେ ଗମ୍ଭୀର ଭାବେ ଆକ୍ରାନ୍ତ ହୋଇଥିବେ ସେମାନଙ୍କୁ ଟୀକା କରଣ ବ୍ୟବସ୍ଥା ରହିଅଛି । ଏହାବ୍ୟତୀତ ରାଜ୍ୟର ଅନେକ ଘରୋଇ ଡାକ୍ତର ଖାନାରୁ ମଧ୍ୟ ଟୀକା ନେଇ ପାରିବେ ବୋଲି ସୂଚନା ମିଳିଛି ।

୩- ବ୍ୟାଙ୍କରେ ବଦଳିବ IFSC କୋଡ । ଯଦି ଆପଣଙ୍କ ଖାତା ବ୍ଯାଙ୍କ ଅଫ ବରୋଦାରେ ଅଛି ତେବେ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ । ୨୨ ଏପ୍ରିଲ ପହିଲାରୁ “ଦେନା ବ୍ଯାଙ୍କ”, “ବିଜୟ ବ୍ଯାଙ୍କ”, ଏବଂ “ବ୍ଯାଙ୍କ ଅଫ ବରୋଦା” ର ମିଶ୍ରଣ ହୋଇ ଗୋଟିଏ ବ୍ଯାଙ୍କ ରେ ପରିଣତ ହୋଇଛି ଏହା ପରେ “ଦେନା ବ୍ଯାଙ୍କ” ଏବଂ “ବିଜୟ ବ୍ଯାଙ୍କ” ଗ୍ରାହକ “ବ୍ଯାଙ୍କ ଅଫ ବରୋଦା” ର ଗ୍ରାହକ ହୋଇଛନ୍ତି । ପହିଲାରୁ ଦେନା ବ୍ଯାଙ୍କ ଏବଂ ବିଜୟ ବ୍ଯାଙ୍କ ର IFSC କୋଡ ଆଉ କାମ କରିବନି ବୋଲି ସୂଚନା ମିଳିଛି ।

୪- ମାର୍ଚ୍ଚ ମାସରୁ ପାଇପାରିବେ ସରକାର ଯୋଜନାର ଫାଇଦା । ଭାରତ ସରକାର ଏକ ଯୋଜନାର ଶେଷ ତାରିଖ ଘୁଞ୍ଚାଇ ଦେଇଛନ୍ତି । ପ୍ରତ୍ୟକ୍ଷ କର ବିଭାଗ ଯୋଜନା ସମ୍ବନ୍ଧ ଅନ୍ତର୍ଗତ କର ସମ୍ବନ୍ଧୀୟ ଘୋଷଣା ଦାଖଲ କରିବାର ସମୟ ସୀମା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ସରକାର । ଏହା ଫଳରେ କରନ୍ତା ମାନେ ମାର୍ଚ୍ଚ ମାସରେ ଏହି ଯୋଜନାର ଫାଇଦା ଉଠାଇ ପାରିବେ । ବନ୍ଧୁଗଣ ଏହା ଥିଲା ସରକାରଙ୍କ ୪ ଟି ନୂତନ ନିୟମ ଯାହା ଏହି ମାସରେ ଲାଗୁ ହେବ । ଆଶା କରୁଛୁ ଏହି ସୂଚନାଟି ଆପଣଙ୍କୁ ଭଲ ଲାଗିଥିବ । ବନ୍ଧୁଗଣ ଯଦି ଆପଣଙ୍କୁ ଏହା ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *