ସରକାରଙ୍କ ବଡ ନିଷ୍ପତ୍ତି, ଡ୍ରାଇଭିଙ୍ଗ ଲାଇସେନ୍ସ ନିୟମରେ ଆଣିଲେ ଏହି ବଡ ପରିବର୍ତ୍ତନ… ଜାଣନ୍ତୁ କଣ

କେନ୍ଦ୍ର ସଡକ ପରିବହନ ବିଭାଗ ବର୍ତ୍ତମାନ ଏକ ବଡ ନିଷ୍ପତି ନେଇଛନ୍ତି । ଏହି ନୂଆ ନିଷ୍ପତି ଅନୁସାରେ ଯଦି ଆପଣଙ୍କ ବୟସ ୪୦ ବର୍ଷରୁ କମ ଅଛି ତେବେ ବର୍ତ୍ତମାନ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ମେଡିକାଲ ସାର୍ଟିଫିକେଟ ଦେବାର ଆବଶ୍ୟକ ନାହିଁ । ବର୍ତ୍ତମାନ ୪୦ ବର୍ଷରୁ କମ ବୟସ୍କ ବ୍ୟକ୍ତିମାନେ ବିନା କୌଣସି ମେଡିକାଲ ଟେସ୍ଟ କରି ସେମାନେ ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନ କରି ପାରିବେ ।

କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ନିର୍ଦେଶ ଅନୁସାରେ ପରିବହନ ବିଭାଗ ସାରଥି ପରିବହନରେ କିଛି ପରିବର୍ତ୍ତନ ଆଣିଛି । ଉତ୍ତର ପ୍ରଦେଶ, ବିବାହର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ଝାଡଖଣ୍ଡରେ ଏହି ନିୟମ ଲାଗୁ ହୋଇ ଯାଇଛି । କହିଦେଉଛୁ କି ଏହି ନିୟମ ୪୦ ବର୍ଷରୁ କମ ବ୍ୟକ୍ତିଙ୍କ ଉପରେ ହିଁ କାର୍ଯ୍ୟକାରୀ ହେବ ।

ଏହି ନିୟମ ଅନୁସାରେ ଆପଣ ମେଡିକାଲ ସାର୍ଟିଫିକେଟ ବଦଳରେ କେବଳ ଡିକ୍ଲାରେସନ ଦେଲେ ହିଁ ଆପଣଙ୍କ କାମ ହୋଇଯିବ । ଯଦି ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି ତେବେ ଆପଣ କୌଣସି ଗାଡି ଚଳାଇବାକୁ ଯୋଗ୍ୟ ବୋଲି ପ୍ରମାଣ ପତ୍ର ଦେବାକୁ ପଡିବ ବୋଲି ସୂଚନା ଦିଆଯାଇଛି । କିନ୍ତୁ ୪୦ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିମାନେ ପୂର୍ବରୁ ଯେମିତି ମେଡିକାଲ ସାର୍ଟିଫିକେଟ ଦେଉଥିଲେ ବର୍ତ୍ତମାନ ବି ସେମାନଙ୍କୁ ସେମିତି ଦେବାକୁ ପଡିବ ।

ଅନ୍ଲାଇନ ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନ କରିବା ସମୟରେ ଆବେଦନ କରୁଥିବା ବ୍ୟକ୍ତିକୁ ନିଜର ଜନ୍ମ ପ୍ରମାଣ ପତ୍ର, ରହୁଥିବା ସ୍ଥାନର ପ୍ରମାଣ, ଆଧାର କାର୍ଡ ଓ ମେଡିକାଲ ସାର୍ଟିଫିକେଟ ଅପ୍ଲୋଡ କରିବାକୁ ପଡିଥାଏ । ବର୍ତ୍ତମାନ ବିଭାଗ ଅନ୍ଲାଇନ ମାଧ୍ୟମରେ ଆବେଦନ ଉପରେ ଅଧିକ ଗୁରୁତ୍ଵ ଦେଉଛି । ଏଥିପାଇଁ ବିଭାଗର ଅନ୍ଲାଇନ ସଫ୍ଟୱେରରେ କିଛି ପରିବର୍ତ୍ତନ ବି କରିଛି । ଯାହା ଫଳରେ ଆପଣଙ୍କୁ ଯଦି ବର୍ତ୍ତମାନ ଲାଇସେନ୍ସ ଦରକାର ତେବେ ଆପଣଙ୍କୁ ଡାକ୍ତରଙ୍କ ଦ୍ଵାରା ଦିଆଯାଉଥିବା କୌଣସି ବି ପ୍ରମାଣ ପତ୍ର ଅପ୍ଲୋଡ କରିବାକୁ ପଡିବ ନାହିଁ ।

ଏହି ସୁବିଧା ୪୦ ବର୍ଷରୁ କମ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉଦିଷ୍ଟ ଅଟେ । କେନ୍ଦ୍ର ସରକାର ୪୦ ବର୍ଷରୁ କମ ବୟସର ବ୍ୟକ୍ତିମାନଙ୍କ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଦିଆଯାଉଥିବା ଡାକ୍ତରୀ ପ୍ରମାଣ ପତ୍ର ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସାରଥି ପୋଟାଳରେ ଏହା କାର୍ଯ୍ୟକାରୀ ହୋଇ ନାହିଁ । ମିଳିଥିବା ସୂଚନା ଅନୁସାରେ ପରିବହନ ବିଭାଗ ସାରଥି ସଫ୍ଟୱେରକୁ ଅପଡେଟ କରୁଛନ୍ତି ।

କିନ୍ତୁ ଯଦି ଆପଣ ୪୦ ବର୍ଷରୁ ଉର୍ଦ୍ଧ ଓ ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି କିମ୍ବା ନବୀକରଣ ପାଇଁ ଆବେଦନ କରୁଛନ୍ତି ତେବେ ଆପଣଙ୍କୁ ଡାକ୍ତରୀ ପ୍ରମାଣ ପତ୍ର ନିହାତି ଆବଶ୍ୟକ । ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ଡ୍ରାଇଭିଙ୍ଗ ଲାଇସେନ୍ସର ସମସ୍ତ କାମ ଅନ୍ଲାଇନ ମାଧ୍ୟମରେ କରିବା ପାଇଁ ଚେଷ୍ଟା କରୁଛନ୍ତି । ଦେଶର ପ୍ରାୟତଃ ସମସ୍ତ ଆରଟିଓ କାର୍ଯ୍ୟ ଅନ୍ଲାଇନ ମାଧ୍ୟମରେ ହିଁ କରାଯାଉଛି ।

Leave a Reply

Your email address will not be published. Required fields are marked *