7 ବର୍ଷର ପିଲା Game ଖେଳୁ ଖେଳୁ ଆକାଉଣ୍ଟ ହେଲା ଖାଲି, ତା ପରେ ଯାହା ହେଲା ଜାଣି ବିଶ୍ବାସ ହେବନି

ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାମାନେ ବର୍ତ୍ତମାନ ସମସ୍ତେ ମୋବାଇଲ ଧରୁଛନ୍ତି । ମୋବାଇଲ ସମସ୍ତଙ୍କ ଜୀବନର ଏକ ମହତ୍ଵ ପୂର୍ଣ ଜିନିଷ ଅଟେ । ଖାଇବା ବିନା ସମସ୍ତେ ରହି ପାରିବେ କିନ୍ତୁ ଆଜିକାଲି ମୋବାଇଲ ବିନା କେହି ବି ରହି ପାରିବେ ନାହିଁ ।

ଏହି କାରଣରୁ ବର୍ତ୍ତମାନ ସମୟରେ ମୋବାଇଲର ଚାହିଦା ବି ବଢିବାକୁ ଲାଗିଲାଣି । ବିଶେଷ କରି ଛୋଟ ପିଲାମାନେ ଏବେ ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି । କିନ୍ତୁ ଛୋଟ ପିଲାମାନଙ୍କୁ ମୋବାଇଲ ଫୋନ ଦେଲେ ତାହା କେତେ ଭୟଙ୍କର ହୋଇପାରେ ଆପଣ ଏହି କାହାଣୀ ଶୁଣିଲେ ଜାଣି ପାରିବେ । ଏଠି ଜଣେ ପିତା ନିଜ ପୁଅକୁ ମୋବାଇଲ ଫୋନ ଦେବା ବର୍ତ୍ତମାନ ସେହି ପିତାକୁ ବହୁତ ମହଙ୍ଗା ପଡି ଯାଇଛି ।

ଛୋଟ ପିଲାମାନେ ମୋବାଇଲରେ ଗେମ ଖେଳିବା ବର୍ତ୍ତମାନ ଜମାନାରେ ଏକ ସାଧାରଣ କଥା । କିନ୍ତୁ ଆମେ ଯେଉଁ ଘଟଣା ବିଷୟରେ କହୁଛୁ ସେଠି ଜଣେ ଛୋଟ ପିଲା ଫୋନରେ ଗେମ ଖେଳୁ ଖେଳୁ ସେହି ସମୟରେ ଆକାଉଣ୍ଟରୁ ଲକ୍ଷାଧିକ ତାଙ୍କ କଟି ଯାଇଛି । ଏହି ଭଳି ଏକ ଘଟଣା ୟୁକେରେ ଘଟିଛି । ସୂଚନା ଅନୁସାରେ ଗୋଟିଏ ୭ ବର୍ଷର କୁନି ପୁଅ ତାହାର ବାପର ଆଇଫୋନରେ dragons rise of berk ନାମକ ଏକ ଗେମ ଖେଳୁଥିଲା ଓ ସେ ଏହି ଗେମ ଖେଳୁ ଖେଳୁ ୧୮୦୦ ଡଲାର ଅର୍ଥାତ ପାଖାପାଖି ୧ ଲକ୍ଷ ୩୦ ହଜାର ଟଙ୍କା ଆକାଉଣ୍ଟରୁ କଟି ଯାଇଛି ।

ଯାହାକି ସାମାନ୍ୟ କଥା ନୁହେଁ । ଆପଣମାନେ ଦେଖିଥିବେ କି ଯେତେବେଳେ ଗେମ ଖେଳୁଥିବା ସମୟରେ କିମ୍ବା ଇଣ୍ଟରେଣ୍ଟନେଟରେ କିଛି ଭିଡିଓ ଦେଖୁଥିବେ ତେବେ ସେହି ସମୟରେ କିଛି ଏପ କିଣିବା ପାଇଁ ଅପସନ ଆସିଥାଏ । ଏହି ଅପସନକୁ ଓକ କରିଦେଲେ ଧୀରେ ଧୀରେ କରି ଆପଣଙ୍କ ଆକାଉଣ୍ଟରୁ ବହୁତ ଟଙ୍କା କଟିଯାଏ । ଏହିଭଳି କିଛି ଅପସନ ଏହି କୁନି ପିଲା ଗେମ ଖେଳୁଥିବା ସମୟରେ ବି ଆସିଥିଲା ।

ଯାହାକୁ ଓକ କରିବା କାରଣରୁ ଏହି କୁନି ପିଲାର ପିତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୩୦ ହଜାର ଟଙ୍କା କଟି ଯାଇଛି । କିନ୍ତୁ ଏହି ପିଲାର ବାପା ମା ଟଙ୍କା କାଟିବା କଥା ସେହି ସମୟରେ ଜାଣି ପାରିଲେ ଯେତେବେଳେ ଟଙ୍କା କଟିବାର ବିଲି ୨୯ ଟି ଇମେଲ ମାଧ୍ୟମରେ ଆସିଲା । କିନ୍ତୁ ଏହି ବ୍ୟକ୍ତି ଜଣକ ଆର୍ଥିକ ରୂପରେ ସେହିଭଳି ସମ୍ଭଳ ନ ଥିଲା ।

ସେଥିପାଇଁ ବାଧ୍ୟ ହୋଇ ସେ ନିଜର କାର ବିକ୍ରି କରି ଏହି ବିଲର ଆମାଉଣ୍ଟକୁ ପୁରା କରିଛନ୍ତି । ଏହା ପରେ ବ୍ୟକ୍ତି ଜଣକ ଅପେଲ ସ୍ଟୋରକୁ ଯାଇ ଅଭିଯୋଗ ବି କରିଛନ୍ତି । ସେଥିପାଇଁ ସବୁବେଳେ ପିଲାମାନଙ୍କୁ ମୋବାଇଲ ଦିଅନ୍ତୁ ନାହିଁ ଓ ଯଦି ବି ତାଙ୍କୁ ମୋବାଇଲ ଦେଉଛନ୍ତି ତେବେ କିଛି ସମୟ ପାଇଁ ଦିଅନ୍ତୁ ଓ ସେହି ସମୟରେ ଆପଣ ତାଙ୍କ ନିକଟରେ ରୁହନ୍ତୁ ଓ ତାଙ୍କର ସମସ୍ତ ଏକ୍ଟିଭିଟି ଉପରେ ନଜର ବି ରଖନ୍ତୁ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *