7 Test ଯାହା କରୋନା ପରେ ଆପଣଙ୍କୁ କରାଇବା ନିହାତି ଜରୁରୀ, ଜାଣନ୍ତୁ କଣ କୁହନ୍ତି Dr. V.K Mishra

ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଆପଣ କୋଭିଡ – ୧୯ରେ ସଂକ୍ରମିତ ହୋଇଛନ୍ତି ଓ ଭଲ ମଧ୍ୟ ହୋଇ ଯାଇଛନ୍ତି, ତେବେ ସମ୍ଭବତଃ ଏହି ୭ ଟି ପରୀକ୍ଷା ଆପଣ କରି ନେବା ଉଚିତ । ଏହା ସତ ଅଟେ କି କରୋନାର ଦ୍ଵିତୀୟ ଲହରୀରେ ବହୁତ ଲୋକମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏହା ସହିତ ସୁସ୍ଥ ମଧ୍ୟ ହୋଇସାରିଛନ୍ତି । ଯାହାକି ଖୁସି ଖବର ଅଟେ ।

କହିଦେଉଛୁ କି ଆପଣ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବାର ୩ ମାସ ପରେ ହିଁ କରୋନାର ଭ୍ୟାକସିନ ନେଇ ପାରିବେ । କରୋନାରେ ଆକ୍ରାନ୍ତ ହେବା ପରେ ଆପଣଙ୍କ ଚିକିତ୍ସା ପରେ ଆପଣ ସୁସ୍ଥ ହୋଇଗଲେ ଓ ଆପଣଙ୍କର ରିପୋର୍ଟ ବି ନେଗେଟିବ ଆସିଲା, ଏହା ସତ୍ବେ ବି ଆପଣ ନିଜ ଶରୀରର ଓ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ । କରୋନାରୁ ସୁସ୍ଥ ହେବା ପରେ ବି କିଛି ଟେଷ୍ଟ ବହୁତ ହିଁ ଆବଶ୍ୟକ ଅଟେ ଆପଣଙ୍କ ଶରୀର ପାଇଁ ।

୧. IG G ଆଣ୍ଟିବଡି ଟେଷ୍ଟ

କହିବାକୁ ଗଲେ ଆପଣ କରୋନାରୁ ସୁସ୍ଥ ହୋଇ ସାରିବା ପରେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ମାତ୍ରା କେତେ ଅଛି ଓ ଏହା ବୁଦ୍ଧି ପାଉଛି ନା ହ୍ରାସ ପୁଉଛି ଏହାକୁ ଜାଣିବା ପାଇଁ ଆପଣ ଦୁଇ ସପ୍ତାହ ମଧ୍ୟରେ ଏହି ଟେସ୍ଟ କରନ୍ତୁ । ଯାହା ଦ୍ଵାରା ଆପଣ ଭବିଷ୍ୟତରେ କୌଣସି ବି ପ୍ରକାରର ସଂକ୍ରମଣର ଶିକାର ହୋଇ ପାରିବେ ନାହିଁ ।

୨. କମ୍ପ୍ଲିଟ ବ୍ଲଡ କାଉଣ୍ଟ – ସିବିସି

ଏହି ପରୀକ୍ଷଣ କରିବା ଦ୍ଵାରା ଆପଣ ଜାଣି ପାରିବେ କି ଆପଣଙ୍କ ଶରୀରରେ ନାଲି ରକ୍ତ ସେଲ୍ସ ଓ ଧଳା ରକ୍ତ ସେଲ୍ସ କେତେ ପରିମାଣରେ ଅଛି । ଏହା ସହିତ ଜାଣି ପାରିବେ କି କୋଭିଡ – ୧୯ ରୁ ଆପଣ କେତେ ଠିକ ହୋଇଛନ୍ତି ।

୩. ଗ୍ଳୁକୋଜ ଓ କୋଲେସ୍ଟେରଲ ଟେଷ୍ଟ

ସୁସ୍ଥ ହେବା ପରେ ଆପଣଙ୍କ ଶରୀରରେ ଗ୍ଳୁକୋଜ, ସୁଗାର ଲେବୁଲର ମାତ୍ରା ଜାଣିବା ପାଇଁ ଆପଣ ଏହି ଟେଷ୍ଟ କରନ୍ତୁ । ଯଦି ଆପଣଙ୍କର ପୂର୍ବରୁ ହିଁ ଡାଏବେଟିସ ଓ ସୁଗାର ଭଳି କିମ୍ବା ରକ୍ତ ଜନିତ ରୋଗ ଅଛି ତେବେ ଏହି ଟେଷ୍ଟ ଆପଣଙ୍କ ପାଇଁ ବାଧ୍ୟତାମୂଳକ ଅଟେ । କାରଣ କରୋନା ପରେ ଏହି ସବୁ ରୋଗ ଆହୁରି ଅଧିକ ବଢିଯାଇ ପାରେ ।

୪. ନ୍ୟୁରୋ ଫଙ୍କସନ ଟେଷ୍ଟ

ଏହି ଟେଷ୍ଟ ଦ୍ଵାରା ଆପଣ ଜାଣି ପାରିବେ କି ଆପଣଙ୍କ ଶରୀରର ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ସଠିକ ରୂପରେ କାମ କରୁଛି କି ନାହିଁ । ୪୦ ବର୍ଷର ଉର୍ଦ୍ଧ ମହିଳାମାନଙ୍କୁ ଏହି ଟେଷ୍ଟ ନିଶ୍ଚିତ ରୂପରେ କରିବା ଉଚିତ ।

୫. ଭିଟାମିନ ଡ଼ି ଲେବୁଲ

ଆପଣଙ୍କ ଶରୀରର ଭିଟାମିନ ଡ଼ି ର ଲେବୁଲ ବିଷୟରେ ଜାଣିବା ବି ବହୁତ ମୁଖ୍ୟ ଅଟେ । ଯଦି ଆପଣଙ୍କ ଶରୀରରେ ଭିଟାମିନ ଡ଼ିର ଲେବୁଲ କମ ଅଛି ତେବେ ତାକୁ ବୁଦ୍ଧି କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

୬. ଚେସ୍ଟ ସ୍କାନ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କରୋନରେ ଆକ୍ରାନ୍ତ ରୋଗୀର ଫୁସଫୁସ ଅଧିକ ଇନଫେକସନ ହୋଇଥାଏ । ଏମିତିରେ ଆପଣ ସୁସ୍ଥ ହୋଇସାରିବା ପରେ ବି ନିଶ୍ଚିତ ରୂପରେ ନିଜର ଛାତିର ସ୍କାନ କରାଇ ନିଅନ୍ତୁ । ଏହା ଦ୍ଵାରା ଆପଣ ଓ ଆପଣଙ୍କର ଫୁସଫୁସ କେତେ ସୁସ୍ଥ ଅଛନ୍ତି ଜାଣି ପାରିବେ ।

୭. ହାର୍ଟ ଚେକଅପ

ଫୁସଫୁସ ସହିତ ଆପଣ ନିଜର ଶରୀରର ହାର୍ଟର ବି ଟେଷ୍ଟ କରାଇ ନିଅନ୍ତୁ । କହିବାକୁ ଗଲେ ଯଦି ଆପଣ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି ତେବେ ଏହା ସତ୍ବେ ବି ଆପଣ ନିଜକୁ ସବୁବେଳେ ସୁରକ୍ଷା ଘେର ମଧ୍ୟରେ ରୁହନ୍ତୁ ଓ ଡାକ୍ତରଙ୍କ ସହ ଯୋଗାଯୋଗ ରଖିଥାନ୍ତୁ । ଏହି ସମସ୍ତ ଟେଷ୍ଟ ଗୁଡିକ ଯଥା ସମ୍ଭବ କରିବାକୁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *