ସଠିକ ସମୟରେ ଚିକିତ୍ସା ପାଇଥିଲେ ବଞ୍ଚିପାରିଥାନ୍ତେ Naba Das ! କାହିଁକି ବୁର୍ଲା VIMSAR କୁ ନ ନେଇ ନେଲେ Apollo ?

ନମସ୍କାର ବନ୍ଧୁଗଣ, ନବ ଦାସଙ୍କୁ guliମା-ଡ଼ ପରେ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ଅଣାଗଲା । ହେଲେ ତାଙ୍କୁ ବଞ୍ଚାଇବାରେ ବିଫଳ ହେଲେ ଡାକ୍ତର । କାରଣ ବ୍ରଜରାଜନଗରରୁ ଭୁବନେଶ୍ୱର ଆସିବାକୁ ଅନେକ ବିଳମ୍ବ ହୋଇ ସାରିଥିଲା। ଆମେ ଏ କଥା ଏଥିପାଇଁ କହୁଛୁ ଯଦି ପାଖରେ କୌଣସି ଭଲ ମେଡିକାଲ ଥାନ୍ତା ତେବେ ହୁଏ ତ ନବ ଦାସ ବଞ୍ଚିପାରି ଥାନ୍ତେ ।

କିନ୍ତୁ ଏ କଥାକୁ କେମିତି ବାଦ ଦିଆଯାଇ ପାରିବ ପଶ୍ଚିମ ଓଡିଶାର ଏକମାତ୍ର ଭରସା ଯୋଗ୍ୟ ହସ୍ପିଟାଲ ହେଉଛି ବୁର୍ଲା ର ଭୀମସାରର ବା ବୀର ସୁରେନ୍ଦ୍ର ମେଡିକାଲ । ବ୍ରଜରାଜନଗର ଠାରୁ ବୁର୍ଲା ମେଡିକାଲର ଦୂରତା ହେଉଛି ପାଖ ପାଖି 72 କିମି । ତେବେ କାହିଁଙ୍କି ନବ ଦାସ ଙ୍କୁ ସେଠାରେ ନିଆଗଲା ନାହି । ଏଠାରେ ପ୍ରମାଣ ହେଉଛି ବୁର୍ଲା ରେ ଠିକ ନାହି ମେଡିକାଲ ବ୍ଯବସ୍ଥା ।

ନ ହେଲେ ସେଠାରେ ଏଭଳି ଜରୁରୀକାଳିନ ସେବା ପାଇଁ ଭିତ୍ତିଭୂମିର ଅଭାବ ରହିଛି । ବୋଧ ହୁଏ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଚିକିତ୍ସା କରିବା ପାଇଁ ଭରସା ହରାଇଲା ଭୀମସାର । ଯଦି ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଯାଏ ତେବେ ଏ ଯାବତ ପଶ୍ଚିମ ଓଡିଶାରୁ 9 ଜଣ ସ୍ୱାସ୍ଥ୍ୟ ମନ୍ତ୍ରୀ ରହି ସାରିଛନ୍ତି ।  ତଥାପି ଏ ଯାଏଁ ପଶ୍ଚିମ ଓଡିଶାର ବିଭିନ୍ନ ସରକାରୀ ମେଡିକାଲ ରେ ଆବଶ୍ଯକୀୟ ଚିକିତ୍ସା ଉପକରଣ ବା ସରଞ୍ଜାମ ନ ଥିଲା ଭଳି ପରିଲକ୍ଷିତ ହେଉଛି ।

ଯାହାର ଉଦାହରଣ ଆମେ ନିକଟରେ ଦେଖିଲେ । ଏହାକୁ ନେଇ କୁହା ଯାଉଛି ଯେ ଏବେ ବି ପଶ୍ଚିମ ଓଡିଶା ସ୍ୱାସ୍ଥ୍ୟ ଭିତ୍ତି ଭୂମି କ୍ଷେତ୍ରରେ କେଉଁଠି ନା କେଉଁଠି ପଛରେ ପଡିଛି । ବଲାଙ୍ଗୀର ରୁ ରାମ ପ୍ରସାଦ ମିଶ୍ର, ସମ୍ବଲପୁର ରୁ ମୁରଲି ପ୍ରସାଦ ମିଶ୍ର, ଅଭିଭକ୍ତ ସମ୍ବଲପୁର ବା ବର୍ତ୍ତମାନ ର ଝାରସୁଗୁଡା ରୁ ହେମାନନ୍ଦ ବିଶ୍ଵାଳ, ସମ୍ବଲପୁର ରୁ ସନାତନ ବିଷେଇ, ନୁଆପଡା ର ଦୁର୍ଜ୍ୟଧନ ମାଝୀ, ବରଗଡ ଜିଲ୍ଲା ବାସିନ୍ଦା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ଥିଲେ ।

ସେହିପରି ବୌଦ୍ଧ ର ପ୍ରଦୀପ ଅମାପ, ଝାରସୁଗୁଡା ର ନବ କିଶୋର ଦାସ ଓ ତାଙ୍କ ଦେ-ହା-ନ୍ତ ପରେ ନିରଞ୍ଜନ ପୂଜାରୀ ଙ୍କୁ ଦିଆ ଯାଇଛି ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ଵ । ବୁର୍ଲା ଭୀମସାର ମେଡିକାଲ ଉପରେ କେବଳ ପଶ୍ଚିମ ଓଡିଶା ନୁହେଁ ପଡୋଶୀ ଛତିଶଗଡ ଓ ଝାଡଖଣ୍ଡ ର ଅନେକ ରାଜ୍ୟ ଏହା ଉପରେ ନିର୍ଭର ଥିବା ବେଳେ ଏଠାରେ କିନ୍ତୁ ମିଲିପାରୁ ନାହି ଉତ୍ତମ ସ୍ୱାସ୍ଥ୍ୟ ସେବା ।

ଭୀମସାର ରେ ଉତ୍ତମ ସେବା ନ ମିଳିବାରୁ ଅନେକ ରୋଗୀ କଟକ କିମ୍ବା ଭୁବନେଶ୍ବର ର ଅନେକ ଘରୋଇ ମେଡିକାଲ ଉପରେ ଭରସା କରି ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ଆଉ ଏହାକୁ ନେଇ ଅନେକ ସମୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *