ମ-ହା-ମା-ରୀ ଭଳି ପରିସ୍ଥିତିର ମୁକାବାଲା କରିବା ପାଇଁ ସରକାର ଲକଡାଉନ ଓ ସଟଡାଉନ ଭଳି ପନ୍ଥା ଅବଲମ୍ବନ କରିଛନ୍ତି ।
କୁହାଯାଉଛି କି ଲକଡାଉନ ଓ ସଟଡାଉନ ହିଁ ଏକ ମାତ୍ର ଉପାୟ ଅଟେ ଯାହାକି ମ-ହା-ମା-ରୀକୁ ଦୂର କରିବାରେ ସାହାର୍ଯ୍ୟ କରିବ । ଏହା ସହିତ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଇତ୍ୟାଦି କେତେକ ନିୟମକୁ ମାନିବା ଦ୍ଵାରା ମ-ହା-ମା-ରୀ ଠାରୁ ଆମେ ସମସ୍ତେ ବଞ୍ଚି ପାରିବା ।
ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଓଡିଶାରେ ଓ ଅନ୍ୟ କିଛି ରାଜ୍ୟରେ ଲ-କ-ଡା-ଉ-ନ ଓ ସ-ଟ-ଡା-ଉ-ନ କରାଯାଇଛି । ଏମିତିରେ ସମସ୍ତେ ଘରେ ଅଛନ୍ତି ଓ ନିଜର ସମସ୍ତ ପ୍ରକାରର କାମ କରୁଛନ୍ତି । କିନ୍ତୁ ଏହା ସହିତ ବହୁତ ଅସୁବିଧା ବି ହେଉଛନ୍ତି । କହିବାକୁ ଗଲେ ପ୍ରାୟତଃ ଲୋକମାନେ ନିଜର କାମକୁ ଯାଇ ପାରୁ ନାହାନ୍ତି ।
ଯେଉଁ କାରଣରୁ ସେମାନଙ୍କୁ ସେମାନଙ୍କର ଦରମା ମଧ୍ୟ ମିଳୁ ନାହିଁ ଓ ଏହା ସହିତ ଭିନ୍ନ ଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ଅନ୍ୟ ପଟେ କେତେକ ଲୋକମାନେ ଏମିତି ଅଛନ୍ତି ଯେଉଁମାନେ ଘରେ ରହି ଅନ୍ଲାଇନରେ ନିଜର କାମ କରୁଛନ୍ତି । ସେହିଭଲି କେତେକ ଲୋକମାନେ ଅନ୍ଲାଇନରେ ନିଜର ବିଭିନ୍ନ କାମ କରୁଛନ୍ତି । ଯେମିତି କି କିଏ ଖାଇବା ଅର୍ଡର କରୁଛି ତ, କିଏ ଡ୍ରେସ କିଣୁଛି ଏହିଭଳି ବହୁତ କାମ କରୁଛନ୍ତି । ଏହି କ୍ରମରେ ବର୍ତ୍ତମାନ SBI ନିଜର ଗ୍ରାହକମାନଙ୍କ ପାଇଁ ଏକ ନୂଆ ଅନ୍ଲାଇନ ସେବା ନେଇ ଆସିଛି ।
ଯାହା ମାଧ୍ୟମରେ ଆପଣ ଘରେ ବସି ଅତି ସହଜରେ ନିଜର କାମ କରି ପାରିବେ । ଏହି ନୂଆ ନିୟମ ଏସବିଆଇ ଗ୍ରାହକମାନଙ୍କ ପାଇଁ ବହୁତ ବଡ ଖବର ଅଟେ । କହିବାକୁ ଗଲେ ଏସବିଆଇରେ ପ୍ରାୟତଃ ସମସ୍ତଙ୍କର ଆକାଉଣ୍ଟ ଅଛି । ଏମିତିରେ କେତେକ ଲୋକମାନେ ନିଜର ଆକାଉଣ୍ଟକୁ ଗୋଟିଏ ବ୍ରାଞ୍ଚରୁ ଅନ୍ୟ ଏକ ବ୍ରାଞ୍ଚରେ ଟ୍ରାନ୍ସଫର କରିବାକୁ ଇଚ୍ଛା କରିଥାନ୍ତି । ଏମିତିରେ ସେହି ଗ୍ରାହକକୁ ଉଭୟ ଦୁଇଟି ଏସବିଆଇ ବ୍ରାଞ୍ଚକୁ ଯିବାକୁ ପଡିଥାଏ ଓ ସମସ୍ତ କାଗଜପତ୍ର କାମ କରିବାକୁ ପଡିଥାଏ ।
କିଛି ଦିନ ପରେ ଗ୍ରାହକର ଆକାଉଣ୍ଟ ତାହାର ଇଚ୍ଛା ମୁତାବିକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଏ । କିନ୍ତୁ ବର୍ତ୍ତମାନ ଏସବିଆଇ ନିଜର ଗ୍ରାହକମାନଙ୍କ ପାଇଁ ଏହି ସୁବିଧା ଅନ୍ଲାଇନରେ ନେଇ ଆସିଛି । ଯାହାକି ମ-ହା-ମା-ରୀ କାଳ ସମୟରେ ବହୁତ ବଡ ସୁବିଧା ଅଟେ । ଯଦି ବ୍ୟାଙ୍କରେ ଆପଣଙ୍କର ସେଭିଙ୍ଗ ଆକାଉଣ୍ଟ ଅଛି ଓ ଆପଣ ବ୍ରାଞ୍ଚ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଅନ୍ଲାଇନ ମାଧ୍ୟମରେ ଆପଣ ଘରେ ବସି ନିଜର ବ୍ରାଞ୍ଚ ପରିବର୍ତ୍ତନ କରି ପାରିବେ ।
ଇଣ୍ଟର୍ନେଟ ବ୍ୟାକିଙ୍ଗ ଜରିଆରେ ଅତି ସହଜରେ ସବୁ ଏସବିଆଇ ଗ୍ରାହକମାନେ ନିଜର ବ୍ରାଞ୍ଚ ପରିବର୍ତ୍ତନ କରି ପାରିବେ । ଏଥିପାଇଁ ଗ୍ରାହକକୁ ଇଣ୍ଟର୍ନେଟ ବ୍ୟାକିଙ୍ଗ ଜରିଆରେ ଏସବିଆଇ ସେଭିଙ୍ଗ ଆକାଉଣ୍ଟ ବ୍ରାଞ୍ଚ ବଦଳି କରିବା ପାଇଁ ଆବେଦନ କରିବାକୁ ପଡିବ । ଆବେଦନ କରିବା ପୂର୍ବରୁ ଯେଉଁ ବ୍ରାଞ୍ଚକୁ ଖାତା ଟ୍ରାନ୍ସଫର କରିବେ ସେହି ବ୍ରାଞ୍ଚର ନାଁ ଓ ବ୍ରାଞ୍ଚ କୋଡ ଦେବାକୁ ପଡିବ । ଏହା ସହିତ ଆପଣଙ୍କୁ ରେଜିସ୍ଟର ମୋବାଇଲ ନମ୍ବର ବି ଦେବାକୁ ପଡିବ । ବର୍ତ୍ତମାନ ଚାଳନ୍ତୁ ଜାଣିବା ବ୍ରାଞ୍ଚ ପରିବର୍ତ୍ତନର ପ୍ରଣାଳୀ ।
ପ୍ରଥମେ ଏସବିଆଇର ୱେବସାଇଟ sbi.comରେ ଲଗଇନ କରନ୍ତୁ । ଏହା ପରେ ପର୍ଶନାଲ ବ୍ୟାକିଙ୍ଗ ବିକଳ୍ପକୁ ଚୟନ କରନ୍ତୁ । ତୃତୀୟରେ ୟୁଜର ନେମ ଓ ପାସୱାର୍ଡ ଦେଇ କିଳ୍କ କରନ୍ତୁ । ବର୍ତ୍ତମାନ ଇ–ସର୍ଭିସର ଟ୍ୟାବ ଉପରେ କିଳ୍କ କରନ୍ତୁ । ଚତୁର୍ଥରେ ଟ୍ରାନ୍ସଫର ସେଭିଙ୍ଗ ଆକାଉଣ୍ଟ ଉପରେ କିଳ୍କ କରନ୍ତୁ । ଟ୍ରାନ୍ସଫର କରିବାକୁ ଯାଉଥିବା ଆକାଉଣ୍ଟକୁ ସିଲେକ୍ଟ କରନ୍ତୁ । ଏହା ପରେ ଖାତାକୁ ଟ୍ରାନ୍ସଫର କରୁଥିବା ବ୍ରାଞ୍ଚର IFAC କୋଡ ଦିଅନ୍ତୁ ।
ଏହା ପରେ ସମସ୍ତେ ତଥ୍ୟକୁ ଯାଞ୍ଚ କରିବା ପରେ କନଫର୍ମକୁ କିଳ୍କ କରନ୍ତୁ । ବର୍ତ୍ତମାନ ଆପଣଙ୍କ ମୋବାଇଲକୁ ଗୋଟିଏ ଓଟିପି ଆସିବ ଓ ଏହାକୁ ଦେବା ପରେ କନଫର୍ମ କରନ୍ତୁ । ଏହି ସମସ୍ତ ତଥ୍ୟ ଦେବାର କିଛି ଦିନ ପରେ ଆପଣଙ୍କର ଆକାଉଣ୍ଟ ବ୍ରାଞ୍ଚ ଟ୍ରାନ୍ସଫର ହୋଇଯିବ । ଆପଣ ଅନ୍ଲାଇନ ଛଡା ୟୋନୋ ଆପରେ ବି ନିଜର ବ୍ରାଞ୍ଚ ଟ୍ରାନ୍ସଫର କରି ପାରିବେ ।