SBI ଗ୍ରାହକଙ୍କ ପାଇଁ ବଡ ଖବର, ବଦଳିଲା ATMରୁ ଟଙ୍କା ଉଠାଇବା ନିୟମ…. ଜାଣନ୍ତୁ କଣ

ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ବଦଳିଲା ଏଟିଏମରୁ ଟଙ୍କା ଉଠାଇବାର ନିୟମ । ଯଦି ଆପଣ ଏସବିଆଇ ଏଟିଏମ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର । ଏସବିଆଇ ଏଟିଏମରେ ଟଙ୍କା ଉଠାଇବା ନିଯମରେ କିଛି ପରିବର୍ତ୍ତନ ଆଣିଛି । ଏବେ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଆବଶ୍ୟକ ପଡି ଓଟିପି ନମ୍ବର । ବିନା ଓଟିପିରେ ଏସବିଆଇ ଏଟିଏମରୁ ଟଙ୍କା ଉଠିବ ନାହି ।

ଏଟିଏମ ଠକାମି ଓ ଲୁଟକୁ ରୋକିବା ପାଇଁ ଏଭଳି ନୂଆ ପଦକ୍ଷେପ ନେଇଛି ଏଅବିଆଇ । ବ୍ଯାଙ୍କ ଟ୍ବିଟ କରି କହିଛି ଯେ ଏଟିଏମରେ ଟଙ୍କା କାରବାର ପାଇଁ ଓଟିପି ବ୍ୟବସ୍ଥା ହେଉଛି । ଏହା ଠକ ମାନଙ୍କ ବିରୁଦ୍ଧରେ ଏକ ଟୀକାକରଣ । ଗ୍ରାହକ ମାନଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ଏସବିଆଇର ଏହା ପ୍ରାଥମିକତା ହେବ । ଜଣେ ବ୍ୟକ୍ତି ଓଟିପି ଦେଲେ ଯାଇ ଏଟିଏମ ରୁ ଟଙ୍କା ଉଠାଇ ପାରିବେ ।

ଏସବିଆଇ ଏତିମେରୁ ଟଙ୍କା ଉଠାଇବାକୁ ହେଲେ ଗ୍ରାହକ ମାନଙ୍କୁ ଏକ ଓଟିପି ର ଆବଶ୍ୟକ ପଡିବ । ଏଥିପାଇଁ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ବ୍ଯାଙ୍କ ଏକ ଓଟିପି ପଠାଇବ । ଏହି ଓଟିପି ଏକ ୪ ଶଙ୍ଖା ବିଶିଷ୍ଟ ନମ୍ବର ହୋଇଥିବା ବେଳେ ଏହା କେବଳ ଶିଂଗଲ ଟ୍ରାଞ୍ଜାକସନ ପାଇଁ ଉପଲବ୍ଧ ରହିବ ।

ଗ୍ରାହକ ଏହି ଓଟିପି କି ଏଟିଏମରେ ଦେବା ପରେ ସେଥିରୁ ଟଙ୍କା ଉଠାଇ ପାରିବେ । ସବୁଠାରୁ ବଡ କଥା ହେଉଛି ଯଦି ଆପଣ ନିଜର ମୋବାଇଲ ନମ୍ବର ବ୍ଯାଙ୍କ ଆକାଉଣ୍ଟ ସହ ଲିଙ୍କ କରି ନାହାନ୍ତି ତେବେ ତୁରନ୍ତ କରି ଦିଅନ୍ତୁ ।

ନ ହେଲେ ଆପଣଙ୍କ ଟଙ୍କା ଏଟିଏମ ଟ ଟଙ୍କା ଉଠାଇବା ସମୟରେ ଅସୁବିଧାରେ ପଡି ପାରନ୍ତି । ଆମ ଦେଶରେ ଏକ ବୃହତ୍ତ ବ୍ଯାଙ୍କ ବାହାବେ ଏସବିଆଇର ହଜାର ହଜାର ଗ୍ରାହକ ମାନେ ଅଛନ୍ତି । ଏହି ବ୍ଯାଙ୍କର ଏଟିଏମ ଅନେକ ଲୋକ ମାନେ ବ୍ୟବହାର କରିଥାନ୍ତି । ଏଥିରେ ପ୍ରତି ଦିନ କୋଟି କୋଟି ଟଙ୍କାର କାରୋବାର ହୋଇଥାଏ ।

ଏପରି ସମୟରେ ବ୍ୟାଙ୍କର ଏହି ନୂଆ ନିୟମ ଗ୍ରାହକ ମାନଙ୍କୁ ବିଶେଷ ପ୍ରଭାବିତ କରିବ । ତେଣୁ ଏହି ନୂଆ ନିୟମ ବିଷୟରେ ଜାଣି ପାରିଲେ ଅନେକ ଲୋକ ମାନେ ଉପକୃତ ହେବେ ବୋଲି ଆଶା କରିଛି ଏସବିଆଇ ବ୍ଯାଙ୍କ । ତେବେ ଏହି ନୂଆ ନିୟମ ଗ୍ରାହକ ମାନଙ୍କ ଉପରେ କେତେ ପରିମାଣରେ ପ୍ରଭାବ ପକାଇବ ଓ ଏହି ନିୟମ କେତେ ଦୂର ସଠିକ ତାହା ଆଗାମୀ ସମୟରେ ଜଣା ପଡିବ ।

ବନ୍ଧୁଗଣ ଆପଣ ମାନଙ୍କର ଏସବିଆଇର ଏହି ନୂଆ ନିୟମକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *