SBI ଗ୍ରାହକଙ୍କ ପାଇଁ ବଡ ଖବର, ଆଜିଠୁ ବଦଳିଗଲା ଏହି ସବୁ ନିୟମ

ଭାରତର ସର୍ବ ବୃହତ ବ୍ୟାଙ୍କ SBI ପୁଣି ଥରେ ନିଜର ଗ୍ରାହକମାନଙ୍କ ପାଇଁ ନିଜର କିଛି ବ୍ୟାଙ୍କ ନିୟମରେ ପରିବର୍ତ୍ତନ ଆଣିଛି । ଏହି ନିୟମ ଅନୁସାରେ ବର୍ତ୍ତମାନ ଆପଣ ଯଦି ନିଜର ଏସବିଆଇ ଆକାଉଣ୍ଟରୁ ଟଙ୍କା ଉଠାଉଛନ୍ତି ତେବେ ଆପଣଙ୍କୁ ମହଙ୍ଗା ପଡିପାରେ ।

ଯଦି ଏସବିଆଇ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଅଛି ତେବେ ଏହି ସୂଚନା ଆପଣଙ୍କ ପାଇଁ ବହୁତ ହିଁ ଜରୁରୀ ଅଟେ । ଜୁଲାଇ ୧ରୁ ଏସବିଆଇର ଏହି ସବୁ ନିୟମରେ ବହୁତ ଚେଞ୍ଜେସ ହେବାକୁ ଯାଉଛି । ଜୁଲାଇ ମାସରୁ ଏସବିଆଇ କିଛି ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଯାହା ବିଷୟରେ ଜାଣିବା ବହୁତ ହିଁ ଜରୁରୀ ଅଟେ । ଏହି ନିୟମ ଅନୁସାରେ ବର୍ତ୍ତମାନ ଏସବିଆଇ ଗ୍ରାହକମାନଙ୍କୁ ଟଙ୍କା ଉଠାଣ ମହଙ୍ଗା ପଡିବ ।

ଚେକ ବୁକ ହେଉ କିମ୍ବା ଏଟିଏମରୁ ଆପଣ ଯେଉଁଥିରୁ ବି ଟଙ୍କା ଉଠାଇବେ ସେଥିରେ ଧାର୍ଯ୍ୟ ସୀମା ଠାରୁ ଅଧିକ ଥର ଟଙ୍କା ଉଠାଇଲେ ବ୍ୟାଙ୍କ ଅଧିକ ଚାର୍ଜ ଲଗାଇବ । ଭାରତୀୟ ସ୍ଟେଟ ବ୍ୟାଙ୍କ ନିଜର ମୌଲିକ ସଞ୍ଚୟ ଜମା ଖାତା ଅର୍ଥାତ DSBD ଆକାଉଣ୍ଟଧାରୀ ଗ୍ରାହାକମାନଙ୍କ ପାଇଁ ଏହି ନୂଆ ନିୟମ ଆଣିଛି । ଏହି ନିୟମ ଅନୁସାରେ ବର୍ତ୍ତମାନ ଏହି ଆକାଉଣ୍ଟଧାରୀମାନେ ମାସକୁ ମାତ୍ର ୪ ଥର ନିଜର ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ।

କିନ୍ତୁ ଯଦି ୪ ଥରରୁ ଅଧିକ ଟଙ୍କା ଉଠାଇବେ ତେବେ ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ୪ ଥରରୁ ଯଦି ଆପଣ ଅଧିକ ଟଙ୍କା ଉଠାଇବେ ତେବେ ପ୍ରତି ଥର ଆପଣଙ୍କୁ ୧୫ ଟଙ୍କା ଓ ଜିଏସଟି ଦେବାକୁ ପଡିବ । ସେହିଭଳି BSBD ଖାତାଧାରୀମାନେ ଯଦି ଚେକ ବୁକ ବ୍ୟବହାର କରୁଛନ୍ତି ତେବେ ସେମାନେ ମାସକୁ ୧୦ ଟି ଚେକ ବୁକ ମାଗଣାରେ ବ୍ୟବହାର କରି ପାରିବେ । ୧୦ ଟି ଚେକ ବୁକ ପରେ ଯଦି ସେମାନଙ୍କୁ ଚେକ ବୁକରେ ଟଙ୍କା ଉଠାଇବାକୁ ହେଲେ ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ।

୧୦ ଟି ଚେକ ପରେ ଆଉ ୧୦ ଟି ଚେକ ପାଇଁ ସେମାନଙ୍କୁ ୪୦ ଟଙ୍କା ଓ ଜିଏସଟି ଦେବାକୁ ପଡିବ । ୨୫ ଟି ଚେକ ପାଇବା ପାଇଁ ୭୫ ଟଙ୍କା ଓ ଜିଏସଟି ଦେବାକୁ ପଡିବ । ଏତିକି ନୁହେଁ ଜରୁରୀ କାଳୀନ ସ୍ଥିତିରେ ୧୦ ଟି ଚେକ ପାଇଁ ବର୍ତ୍ତମାନ BSBD ଖାତାଧାରିଙ୍କୁ ୫୦ ଟଙ୍କା ଏକ୍ସଟ୍ରା ଚାର୍ଜ ସହ ଜିଏସଟି ଦେବାକୁ ପଡିବ ବୋଲି ଏସବିଆଇ ତରଫରୁ ଘୋଷଣା କରାଯାଇଛି । କିନ୍ତୁ ଏସବିଆଇର ଏହି ଏକ୍ସଟ୍ରା ଚାର୍ଜରୁ ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ଛାଡ଼ ଦିଆଯାଇଛି ।

ଆଇଆଇଟି ବମ୍ବେର ଏକ ରିସର୍ଚରେ ଜଣା ପଡିଛି କି ୨୦୧୫ରୁ ୨୦୨୦ ମଧ୍ୟରେ ୧୨ କୋଟି BSBD ଖାତାଧାରୀଙ୍କ ଉପରେ ସ୍ଟେଟ ବ୍ୟାଙ୍କ ଶୁଳ୍କ ଲାଗୁ କରି ୩୦୦ କୋଟି ଟଙ୍କା ଆୟ କରିଛି । ମାସିକ ମାଗଣା କୋଟା ଶେଷ ହେବା ପରେ ପ୍ରତି ଥର ଡେବିଟ କାର୍ଡ କାରବାର ଲାଗି ଏସବିଆଇ ଗ୍ରାହକମାନଙ୍କ ଠାରୁ ୧୭.୭୦ ଟଙ୍କା ନେଇଛି । ପୁଣି ଥରେ ଜୁଲାଇ ୧ ରୁ ଏହି ନୂଆ ନିୟମ ଗ୍ରାହକମାନଙ୍କ ପାଇଁ ମହଙ୍ଗା ପଡିବ ।

Leave a Reply

Your email address will not be published. Required fields are marked *