SBI ନିଜର ଗ୍ରାହକମାନଙ୍କୁ ଦେଲା ଚେତାବନୀ, ଜୁନ ୩୦ ପୂର୍ବରୁ କରି ନିଅନ୍ତୁ ଏହି କାମ ନଚେତ ଉଠାଇ ପାରିବେ ନାହିଁ ଟଙ୍କା

ଏହି ଲକଡାଉନ ମଧ୍ୟରେ SBI ନିଜର ଗ୍ରାହକମାନଙ୍କୁ ମଝିରେ ମଝିରେ ବିଭିନ୍ନ ପ୍ରକାରର ସୁବିଧା ଦେଇ ଆସୁଛି । SBIର ନୂତନ କିଛି ନିୟମ ଅନୁସାରେ ଆପଣ ନିଜର କିଛି ଜରୁରୀ କାମ ଅନ୍ଲାଇନ ମାଧ୍ୟମରେ ଘରେ ବସି କରି ପାରିବେ । କିନ୍ତୁ ଆଜି ଆମେ SBI ଦ୍ଵାରା ଜାରି କରାଯାଇଥିବା ଏକ ନୂଆ ସୂଚନା ବିଷୟରେ କହିବୁ ।

ଯାହାକି ସମସ୍ତଙ୍କ ପାଇଁ ବହୁତ ଜରୁରୀ ଅଟେ ଜାଣିବା । ଯଦି ଆପଣଙ୍କର ଆକାଉଣ୍ଟ SBIରେ ଅଛି ତେବେ ଏହି ସୂଚନା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ ନଚେତ ଆପଣଙ୍କର ଆକାଉଣ୍ଟ ବନ୍ଦ ହୋଇପାରେ । SBI ତରଫରୁ ନୂଆ ସୂଚନା ଜାରି କରାଯାଇଛି ଯାହା ଅନୁସାରେ ଯଦି ଆପଣ ଜୁନ ୩୦ ମଧ୍ୟରେ ନିଜର ଆଧାର ସହ ପ୍ୟାନ କାର୍ଡ ଲିଙ୍କ କରିବେ ନାହିଁ ତେବେ ବ୍ୟାଙ୍କ ସହ ଜଡିତ ବିଭିନ୍ନ କାମ କରିବା ସମୟରେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।

କହିଦେଉଛୁ କି ଆୟକର ବିଭାଗ ଆଧାର ସହ ପ୍ୟାନ ଲିଙ୍କ କରିବାର ଶେଷ ତାରିଖ ଜୁନ ୩୦ ଧାର୍ଯ୍ୟ କରିଛି । ଯଦି ଏହି ସମୟରେ ମଧ୍ୟରେ ଆପଣ ନିଜର ପ୍ୟାନ ସହ ଆଧାର କାର୍ଡ ସଂଯୋଗ କରିବେ ନାହିଁ ତେବେ ଆପଣଙ୍କର ପ୍ୟାନ କାର୍ଡ କୌଣସି କାମରେ ଆସିବ ନାହିଁ । ଏତିକି ନୁହେଁ ନୂଆ ଆୟକରର ଆଇନ ନିୟମ ଅନୁସାରେ ଆପଣଙ୍କ ଉପରେ ୧୦୦୦ ଟଙ୍କା ଜୋରିମାନା ବି ଲାଗି ପାରେ ।

କହିଦେଉଛୁ କି ଏହା ବିଷୟରେ SBI ବ୍ୟାଙ୍କ ତରଫରୁ ବି କିଛି ଟ୍ଵିଟ କରାଯାଇଛି । ବ୍ୟାଙ୍କ ନିଜ ଟ୍ଵିଟ ମାଧ୍ୟମରେ କହିଛି କି ଆମେ ଆପଣ ସମସ୍ତେ ଗ୍ରାହକଙ୍କୁ ଏହା ବିଷୟରେ ଜଣାଇ ଦେଇଛୁ । ସେମାନେ ସମସ୍ତ ବ୍ୟାଙ୍କ ସେବାକୁ ଜାରି ରଖିବାକୁ ଚାହୁଁଛନ୍ତି ତେବେ ସେମାନେ ନିଜର ଆଧାର କାର୍ଡ ସହ ପ୍ୟାନର ସଂଯୋଗ କରନ୍ତୁ ।

କହିଦେଉଛୁ କି ସରକାର ଦ୍ଵାରା ଜାରି କରାଯାଇଥିବା ଏହି ନିୟମ ଅନୁସାରେ ଯଦି ଜୁନ ୩୦ ମଧ୍ୟରେ ଗ୍ରାହକମାନେ ଏହିଭଳି ନ କରନ୍ତି ତେବେ ବ୍ୟାଙ୍କର କୌଣସି ବି ସେବା ତାଙ୍କୁ ନ ମିଳିପାରେ । କହିଦେଉଛୁ କି ପ୍ୟାନ ସହ ଆଧାର ସଂଯୋଗ ହୋଇଛି କି ନାହିଁ ଓ ନ ହୋଇଥିଲେ ସଂଯୋଗ କରିବା ପାଇଁ ଏହିଭଳି ସମସ୍ତ ତଥ୍ୟ ପାଇଁ ଆପଣ ଅନ୍ଲାଇନ ଆୟକର ବିଭାଗର ୱେବସାଇଟରେ ସମସ୍ତ ତଥ୍ୟ ଦିଆଯାଇଛି ।

ସେଠି ଆପଣ ନିଜର ଆଧାର କାର୍ଡ ସହ ପ୍ୟାନ ଲିଙ୍କ କରି ପାରିବେ । ଏହା ସହିତ ଆପଣ SMS ଦ୍ଵାରା ବି ଆଧାର ଓ ପ୍ୟାନ କାର୍ଡକୁ ଲିଙ୍କ କରାଇ ପାରିବେ । ଏଥିପାଇଁ ପ୍ରଥମେ ଆପଣ UIDPAN ଟାଇପ କରନ୍ତୁ । ଏହା ପରେ ଆପଣ ନିଜର ଆଧାର କାର୍ଡ ଓ ପ୍ୟାନ କାର୍ଡ ନମ୍ବରକୁ ୫୬୭୬୭୮ କିମ୍ବା ୫୬୧୬୧କୁ ପଠାନ୍ତୁ ।

Leave a Reply

Your email address will not be published. Required fields are marked *