କଟକ ବଡ ମେଡିକାଲ ଆସୁଥିଲେ ହୋଇଯାଆନ୍ତୁ ସାବଧାନ ! SCBରେ ଘଟିଛି ଭୟଙ୍କର ଘଟଣା, ଶୁଣିଲେ ଆପଣଙ୍କ ହୋସ ଉଡିଯିବ… ଦେଖନ୍ତୁ କଣ କହୁଛନ୍ତି Doctor

ନମସ୍କାର ବନ୍ଧୁଗଣ, କଟକ ବଡ ମେଡିକାଲ ଆସୁଥିଲେ ସାବଧାନ । ଜଣେ ମାଆ ଗର୍ଭ ଯନ୍ତ୍ରଣା ସହି ପିଲାକୁ ଜନ୍ମ ଦେବେ ଆଉ ଜଣେ ମାଆ ଛୁଆ ଧରି ଛୁ ମାରିବେ । ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀଙ୍କ ଉପସ୍ଥିତିରେ ଛୁଆକୁ କେମିତି ଚୋରୀ କଲେ ମହିଳା । ଗରିବ ଗୁରିବା ଙ୍କ ଏକ ମାତ୍ର ଭରସା କଟକ ବଡ ମେଡିକାଲ କିନ୍ତୁ ଆଉ ପାଉନି ଭରସା । କଟକ ପ୍ରତାପନଗରୀ ଅଞ୍ଚଳର ସ୍ବିଟି ରାଉତ । ଅନ୍ୟ ଜଣଙ୍କ ପିଲାକୁ ଚୋରି କରି ନେଇଥିଲେ । ଆଉ ଛୁଆ ଫେରାଇବା ସମୟରେ ଏକ କାହାଣୀ କହିଥିଲେ ।

କହିଥିଲେ କଟକ ବଡ଼ ମେଡିକାଲରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଭୁଲରେ ପୁଅ ବଦଳରେ ସେ ଝିଅକୁ ଧରି ଚାଲି ଯାଇଥିଲେ । ଜାଣି ଆହୁରି ଆଶ୍ଚର୍ଯ୍ୟ ହେବ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷାରେ ଜଣାପଡିଲା ଯେ, ମହିଳା ଜଣଙ୍କ କୌଣସି ସନ୍ତାନକୁ ଜନ୍ମ ଦେଇ ନାହାନ୍ତି । କେବଳ ହାତରେ ଡିସଚାର୍ଜ ସାର୍ଟିଫିକେଟ ଖଣ୍ଡେ ଧରି ପୋଲିସକୁ ଭୁଆଁ ବୁଲେଇବାକୁ ଚେଷ୍ଟା କରିଥିଲେ । କଟକ ମେଡିକାଲରୁ ଛୁଆ ଚୋରୀ ପରି ପ୍ରଶ୍ନ ଉଠୁଛି ଯେ ମେଡିକାଲର ଏସେନ୍ସିରୁ ଛୁଆ ଚୋରୀ ହେଲା କେମିତି ।

ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥିତିରେ ଜଣେ ମହିଳା ଛୁଆ ଚୋରୀ କରି ନେଲେ କିନ୍ତୁ କେହି ଜାଣି ପାରିଲେନି କେମିତି । ରାତି ପାହିଲେ ଦୂର ଦୁରନ୍ତାରୁ ହଜାର ହଜାର ରୋଗୀ କଟକ ବଡ ମେଡିକାଲକୁ ଆସିଥାନ୍ତି । ଯଦି ଆଖିରେ ଆଙ୍ଗୁଠି ଗେଞ୍ଜି ଛୁଆ ଚୋରୀ କରିବେ ତା ହେଲେ କାହା ଉପରେ ଭରସା କରିବେ ରୋଗୀ । ତେବେ ଏନେଇ ବଡ ମେଡିକାଲ ଡାକ୍ତର ଅଭିନାଶ ରାଉତ ଗଣମାଧ୍ୟମ ଆଗରେ କହିଛନ୍ତି ଛୁଆ ଚୋରୀ ହେବା ପରେ ଲୋକାଲ ଆଇଆଇସି, ମୁଁ ଜଣେ ହସ୍ପିଟାଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ ଯିଏ ଛୁଆ ଚୋରୀ କରିଥିଲା ସେ ମଧ୍ୟ ଆପୀୟର କରିଲା ।

ସେହି ମହିଆ ଜଣକ ହେଉଛନ୍ତି ସ୍ଵୀତି ରାଉତ । ସ୍ଵୀଟିର ଘର ପ୍ରତାପ ନଗରିରେ ବୋଲି ସେ କହିଲା । ସେ ପ୍ରଥମେ କହିଲା ମୋର ଗୋଟେ ପୁଅ ହେଇଥିଲା ମୁଁ ଜାଣି ପାରିଲାନି ମୁଁ ପୁଅ ବଦଳରେ ଝିଅ ନେଇ ଯାଇଛି । ତାକୁ ପଚରା ଉଚରା କରାଗଲା କେବେ ଆଡମିସନ ହୋଇଥିଲା ଆଉ କେବେ ପିଲା ହୋଇଥିଲା ? ଏହା ପରେ ଜଣା ପଡିଥିଲା ସେ ଏହି ହସ୍ପିଟାଲରେ କୌଣସି ଦିନ ଆଡମିସନ ହେଇନି ଆଉ ତାର ପୁତ୍ର ସନ୍ତାନ ଏହି ହସ୍ପିଟାଲରେ ହେଇ ନାହି ।

ତେବେ ସେ ଛୁଆକୁ ଲୁଚାଇ ନେଇଛି ଆଉ ତାକୁ ଘୋଡାଇବା ପାଇଁ ଏପଟ ସେପଟ କଥା କହୁଛି । ଏ କେବଳ ଗୋଟିଏ ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ବଡ ମେଡିକାଲରେ ଏମିତି ଅନେକ ଘଟଣା ଘଟିଛି । ଯଦି ହସ୍ପିଟାଲ କର୍ତ୍ତୁପକ୍ଷ ଏଥିପ୍ରତି ଇ ସତର୍କ ନ ହେବେ ତା ହେଲେ ଆଗକୁ ଏମିତି ଘଟଣା ଯେ ନ ଘଟିବ ସେ କଥା କିଏ କହିବ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *