Omicron ର ବଢୁଥିବା ମମାଲାକୁ ଦେଖି ସରକାର ନେଲେ ବଡ ନିଷ୍ପତ୍ତି, ଖୋଲିବନି School….. ଦେଖନ୍ତୁ କଣ କହିଲେ ଶିକ୍ଷା ମନ୍ତ୍ରୀ

କିଛି ଦିନ ତଳେ ହିଁ ଓଡିଶା ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗଣମାଧ୍ୟମ ସାମ୍ନାକୁ ଆସି ଘୋଷଣା କରିଥିଲେ କି ଜାନୁଆରୀ ୩ ୨୦୨୨ରୁ ସମସ୍ତ ସ୍କୁଲ ଖୋଲିଯିବ । ଏହା ପରେ ସବୁ ଛାତ୍ରଛାତ୍ରୀ ଏହାକୁ ନେଇ ଖୁସି ଥିଲେ । କିନ୍ତୁ ବର୍ତ୍ତମାନ ସରକାର ସ୍କୁଲ ନ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । କହିବାକୁ ଗଲେ ଓମିକ୍ରନର ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ସରକାର ଏହିଭଳି ନିଷ୍ପତି ନେଇଛନ୍ତି ।

ଏହି କ୍ରମରେ ଓଡିଆ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗଣମାଧ୍ୟମ ସାମ୍ନାକୁ ଆସି ଏହାକୁ ନେଇ ଏକ ବୟାନ ଜାରି କରିଛନ୍ତି । ସମୀର ରଞ୍ଜନ ଦାସ କହିଲେ କି ଆମର ନିଷ୍ପତି ଅନୁସାରେ ଏକ ସ୍ଵତନ୍ତ୍ର ନୋଡାଲ ଅଫିସର ଟିମ ସବୁ ସ୍କୁଲକୁ ଯାଇ ଥିଲେ ଓ ସେଠି ସେମାନେ ସ୍କୁଲ ବୁଲି ସମସ୍ତ କାର୍ଯ୍ୟ ସଠିକ ରୂପରେ ହେଉଛି କି ନାହିଁ ଦେଖିଥିଲେ ।

ସେମାନେ ସ୍କୁଲର ଅଭିଭାବକମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ବିଚାର ଜାଣିବାକୁ ଚେଷ୍ଟା କରିଥିଲେ । ଏମିତିରେ ସ୍କୁଲ ଖୋଲିବାକୁ ନେଇ ଅଭିଭାବକମାନଙ୍କ ମିଶାମିଶି ମନ୍ତବ୍ୟ ଆସିଥିଲା । ଅନ୍ୟ ପଟେ ସବୁ ମହତ୍ଵ ପୂର୍ଣ କଥା ହେଉଛି ଏହି ୩ ଦିନ ମଧ୍ୟରେ ଓମିକ୍ରନରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ଗତକାଲି ଅପେକ୍ଷା ଆଜି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦ୍ଵିଗୁଣା ତିନି ଗୁଣା ବୁଦ୍ଧି ପାଇଛି । ଏହି ସମସ୍ତ କଥାକୁ ବିଚାରକୁ ନେଇ, ନୋଡାଲ ଅଫିସରଙ୍କ ବିଚାର ଶୁଣିବା ପରେ ସରକାର ସ୍କୁଲ ବନ୍ଦ ରଖିବା ପାଇଁ ନିଷ୍ପତି ନେଲେ । କହିବାକୁ ଗଲେ ସରକାର ଜାନୁଆରୀ ୩ ରୁ ସ୍କୁଲ ଖୋଲିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି । କିନ୍ତୁ ୫ ତାରିଖରେ ଯେଉଁ ସବୁ ପରୀକ୍ଷା ଗୁଡିକ ହବାର ଥିଲା ସେ ଗୁଡିକ ଜାରି ରହିବ ।

ଆସନ୍ତା ସମୟରେ ଅନ୍ୟ ପରୀକ୍ଷା ଗୁଡିକ ବି ଜାରି ରହିବ । ଅନ୍ଲାଇନକ୍ଳାସ ପୂର୍ବ ଭଳି ଜାରି ରହିବ । ଆସନ୍ତା କାଲି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାମାନଙ୍କ ସ୍କୁଲ ଖୋଲିବ ନାହିଁ । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବା ନିଷ୍ପତିକୁ ବର୍ତ୍ତମାନ ସ୍ଥଗିତ କର କରି ଦିଆ ଯାଇଛି । ରାଜ୍ୟ ସରକାର ସାମୁୟିକ ରୂପରେ ଏହି ନିଷ୍ପତି ସ୍ଥଗିତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *