ବାପ ସାଙ୍ଗରେ ତ ଝିଅ ଲଙ୍ଗଳା ହୋଇକି ଯାଉଛି, ସେଠି ତ କେହି ଯାଇ ପ୍ରତିବାଦ କରୁନ, ଯାତ୍ରା ଅଭିନେତ୍ରୀ Raniଙ୍କୁ ସମର୍ଥନ କରି କଣ କହିଲେ Advocate Byomkesh ଦେଖନ୍ତୁ Video

ଦର୍ଶକ ବନ୍ଧୁ କାଳୀପୂଜା ପର୍ବ ଅବସରରେ ଭଦ୍ରକ ଜିଲ୍ଲାରେ ଏକ ଯାତ୍ରା ପରିବେଷଣ ହୋଇଥିଲା । ଚରମ୍ପା ଅଞ୍ଚଳରେ ରାଜନନ୍ଦିନୀ ଗ୍ରୁପ ଯାତ୍ରା ପରିବେଷଣ କରୁଥିଲା । ରାଜନନ୍ଦିନୀ ଯାତ୍ରା ପାର୍ଟିର ରାନୀ ପ୍ରିୟାଦାସିନୀ ନାମକ ଜଣେ ଅଭିନେତ୍ରୀ ନୃତ୍ୟ ପରିବେଷଣ କରିଥିଲେ । କିନ୍ତୁ ସେହି ନୃତ୍ୟକୁ ଅଶ୍ଳୀଳ ବୋଲି କହି ଜଣେ ମହିଳା ଦର୍ଶକ ବିରୋଧ କରିଥିଲେ । ଏମିତି କି ମହିଳା ଦର୍ଶକ ଜଣକ ରାନୀଙ୍କ ଉପରେ ଜୋତା ବି ଫିଙ୍ଗି ଥିଲେ ।  ତେବେ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ଆଉ ଏହାରି ମଧ୍ୟରେ ଓକିଲ ବ୍ୟୋମକେଶ ଏହି ମାମଲାକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି । ବ୍ୟୋମକେଶଙ୍କ କହିବା ମୁତାବକ ” ବାପା ସହ ଝିଅ ଏମିତି ଡ୍ରେସ ପିନ୍ଧିକି ଯାଉଛି ତାର କେହି ପ୍ରତିବାଦ କରୁ ନାହାନ୍ତି । ବର୍ତ୍ତମାନ ପ୍ରତ୍ୟକ କ୍ଷେତ୍ରରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଛି । ଯାତ୍ରା ଠାରୁ ଆରମ୍ଭ କରି ମେଲୋଡିରେ ଅଶ୍ଳୀଳ ନୃତ୍ୟୁ ଦେଖାଯାଉଛି ।ରାସ୍ତା ଘାଟରେ ତ ଲୋକ ମାନେ ଯେଉଁ ଭଳି ଡ୍ରେସ ପିନ୍ଧି ଯାଉଛନ୍ତି ତା ଠାରୁ ତ ଏମାନେ ଭଲ ପିନ୍ଧୁଛନ୍ତି ।

ମନେକର ରାସ୍ତାରେ ଯିଏ ଯାଉଛି ତାକୁ ତ ଆମେ ବନ୍ଦ କରିପାରୁନୁ । ବଡ ବଡ ଫିଲ୍ମ ପୋଷ୍ଟର ଯାହା ମରା ହେଉଛି ତାକୁ ତ ଆମେ ବନ୍ଦ କରିପାରୁନୁ । ସେମାନେ ନିଜ ପେଟ ପାଇଁ ଦେହରେ କପଡା ପିନ୍ଧିକି ନାଚୁ ଛନ୍ତି । ଆଉ ଆଜିକାଲି ତ ବହୁତ ଭଲ ଭଲ କଷ୍ଟଯୁମ ପଳେଇ ଆସିଲାଣି ଆପଣ ଦୂରରୁ ଦେଖିଲେ ଲାଗିବ ସେ କିଛି ଡ୍ରେସ ପିନ୍ଧି ନାହାନ୍ତି ହେଲେ ପାଖରୁ ଦେଖିଲେ ଜାଣିପାରିବେ ସେ ପୁରା ସ୍କିନ ରଙ୍ଗର ଡ୍ରେସ ପିନ୍ଧିଛନ୍ତି । ତେଣୁ ଆପଣ ଜଣେ କଳାକାରଙ୍କୁ ସ୍ଟେଜ ଉପରେ ଚପଲ ଫୋପାଡିବା ଏଇଟା ଠିକ ଜିନିଷ ନୁହେଁ ବୋଲି ମୋର ନିଜସ୍ୱ ମତ ।

ଆପଣ ବନ୍ଦ କରିପାରି ଥାନ୍ତେ କହି ପାରିଥାନ୍ତେ ହେଲେ ଚପଲ ଫୋପାଡିବାର ନଥିଲା । କଳା ଉପରେ ଚପଲ ଯେଉଁଠି ମରା ଫୋପଡା ହେଲାଣି ସେଇଠି ଆଉ ଅସମ୍ମାନ କଥା କେଉଁଠୁ ଆସିଲା । ଆପଣ ଯଦି ଲ ହିସାବରେ ଯିବେ ଆପଣ ଦେଖିବେ ମନ୍ତ୍ରୀଙ୍କ ଗାଡିକୁ ଯେତେବେଳେ ଅଣ୍ଡା ମାଡ ହେଉଛି ସେତେବେଳେ ୩୦୭ରେ କେସ କରାଯାଉଛି ।  ତେଣୁ ଏଠି ମଧ୍ୟ ୩୦୭ କେସ ଲଗେଇବା ଉଚିତ । ତେଣୁ ମହିଳାଙ୍କ ନାଁ ରେ ମାମଲା ରୁଜୁ ହେବା କଥା ।

ଏଇଟା ଅଶ୍ଳୀଳ ନୃତ୍ୟ ନୁହେଁ ଏଇଟା ମନୋରଞ୍ଜନ ପାଇଁ ସେମାନେ କରୁଛନ୍ତି । ଯାହା ହେଲେ ସିଏ ଗୋଟେ ମହିଳା ଆଉ ଗୋଟେ ମହିଳାର ସବୁଠାରୁ ବଡ ଭୂଷଣ ହେଉଛି ଲଜ୍ଜା ତାକୁ କଣ ଲଜ୍ଜା ଲାଗିବନି । ତା ଠାରୁ କଦର୍ଯ୍ୟ ଡ୍ରେସ ପିନ୍ଧିକି ରାସ୍ତାରେ ଯିବା ଆସିବା କରୁଛନ୍ତି ଝିଅମାନେ । ସେ ଯାତ୍ରାରେ ମନୋରଞ୍ଜନ କରୁଛନ୍ତି ସେ କାହାକୁ ଜାଣି ନାହାନ୍ତି ତେଣୁ ତାଙ୍କ ସହ ଏଭଳି ବ୍ୟବହାର ସଂପୂର୍ଣ୍ଣ ଭୁଲ” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *