ସେପ୍ଟେମ୍ବର ଗାଇଡଲାଇନର ପୁରା ପ୍ରେସମିଟ Live Video, ଦେଖନ୍ତୁ କଣ ସବୁ ଆସିଲା ନୂଆ ନିୟମ…. ନାଇଟ କର୍ଫ୍ୟୁରେ ହେଲା ଏହି ବଡ ପରିବର୍ତ୍ତନ

ସରକାରଙ୍କ ସେପ୍ଟେମ୍ବର ମାସ ପାଇଁ ଅନଲକର ନୂଆ ଗାଇଡଲାଇନ ଜାରିଛନ୍ତି । ଏହି ନୂଆ ଗାଇଡଲାଇନ ସେପ୍ଟେମ୍ବର ୧ ସକାଳ ସମୟ ୬ ରୁ ଅକ୍ଟୋବର ୧ ସକାଳ ୬ ଟା ପର୍ଯ୍ୟନ୍ତ ଜାରି ରହିବ । ସରକାରଙ୍କ ନୂଆ ନିର୍ଦେଶ ଅନୁସାରେ ସେପ୍ଟେମ୍ବର ମାସ ଠାରୁ ରାଜ୍ୟର କୌଣସି ବି ସ୍ଥାନରେ କିମ୍ବା ସହରରେ ସଟଡାଉନ ନିୟମ ଲାଗୁ ହେବ ନାହିଁ । କିନ୍ତୁ ରାଜ୍ୟର ସମସ୍ତ ପୌରାଞ୍ଚଳ ଅର୍ଥାତ ସହାରଞ୍ଚଳରେ ପ୍ରତ୍ୟକ ଦିନ ରାତ୍ରି କାଳୀନ କରଫ୍ୟୁ ଜାରି ରହିବ ।

ରାତି ୧୦ ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କରଫ୍ୟୁ ଜାରି ରହିବ । ସେପ୍ଟେମ୍ବର ମାସରୁ ସକାଳ ୫ ରୁ ରାତି ୧୦ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ଦୋକାନ ବଜାର ଓ ମଳ ସବୁ କିଛି ଖୋଲା ରହିବ । କିନ୍ତୁ କୋଭିଡ ସଂକ୍ରମଣକୁ ବି ଆଖି ଆଗରେ ରଖି ସମସ୍ତ ଧାର୍ମିକ, ସାଂସ୍କୃତିକ, ରାଜନୈତିକ, ସାମାଜିକ ସମାବେଶ ଉପରେ କଟକଣା ଜାରି ରହିବ ।

ଏହି ମାସରେ ଅନୁଷ୍ଠିତ ହେଉଥିବା ସମତ ବାଣିଜ୍ୟ ମେଳା, ପ୍ରଦର୍ଶନୀ ଓ ମେଳା ମହୋତ୍ସବ ଇତ୍ୟାଦି ବନ୍ଦ ରହିବ । ସମସ୍ତ ସ୍ଥାନରେ ଅଫିସିୟାଲ ମିଟିଙ୍ଗ ସବୁ ହୋଇ ପାରିବ କିନ୍ତୁ ସମସ୍ତ କୋଭିଡ ଗାଇଡଲାଇନକୁ ମାନିବାକୁ ପଡିବ । ସବୁଠୁ ବଡ କଥା ଏହା ଅଟେ କି ପୂର୍ବ ସମୟରେ ବାହାଘର, ବ୍ରତ ଘର ଇତ୍ୟାଦି ପାଇଁ ବହୁତ କଡା ନିୟମ ଲାଗୁ କରାଯାଇଥିଲା । କିନ୍ତୁ ସେପ୍ଟେମ୍ବର ମାସରୁ ଏହି ସମସ୍ତ ନିୟମକୁ କୋହଳ କରାଯାଇଛି । ପୂର୍ବରୁ ମାତ୍ର ୫୦ ଜଣଙ୍କୁ ନେଇ ବାହାଘର ଓ ବ୍ରତ ଘର କରିବା ପାଇଁ ସରକାର ଗାଇଡଲାଇନ ଜାରି କରିଥିଲେ ।

କିନ୍ତୁ ନିଆ ଗାଇଡଲାଇନ ଅନୁସାରେ ବର୍ତ୍ତମାନ ଠାରୁ ବାହାଘର, ବ୍ରତ ଘର ଓ ସାଦ ଘର ଓ ଅନ୍ୟନ୍ୟା କାର୍ଯ୍ୟକ୍ରମ ପାଇଁ ୨୫୦ ଜଣ ଲୋକ ସାମିଲ ହୋଇ ପାରିବେ । ଏହି ୨୫୦ ଜଣଙ୍କ ମଧ୍ୟରେ ଉଭୟ ଘର ଓ ଅତିଥି ଲୋକ ରହିବେ । ଏହା ଠାରୁ ଅଧିକ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ସବୁ ସ୍ଥାନରେ କୋଭିଡ ନିୟମ ମାନି କାର୍ଯ୍ୟକ୍ରମ କରିବାକୁ ପଡିବ । ନଚେତ ଏହାକୁ ଏକ ଅପରାଧ ବୋଲି ଧରାଯିବ ।

ବରଯାତ୍ରୀରେ ବି ସମସ୍ତ ବାଜାବାଲାକୁ ମିଶାଇ ୫୦ ଜଣ ଲୋକମାନ ଏଥିରେ ସାମିଲ ହୋଇ ପାରିବେ । କିନ୍ତୁ ବାହାଘର, ବ୍ରତ ଘର ଓ ସାଦ ଘର ପାଇଁ ଆପଣଙ୍କୁ ଅନୁମତି ନେବାକୁ ପଡିବ । ରାଜ୍ୟର ସମସ୍ତ ପାଠାଗାର, ମ୍ୟୁଜିୟମ, ସୂଚନା କେନ୍ଦ୍ରର ଗୁଡିକ କୋଭିଡ ଗାଇଡ ନିୟମ ଅନୁସାରେ ଖୋଲା ରହିବ । ପ୍ରଥମେ ଆପଣଙ୍କୁ ମଳ ଓ ଫିଲ୍ମ ହଲକୁ ଯିବା ପାଇଁ ଟୀକାକାରଣର ସାର୍ଟିଫିକେଟ ଦେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଏହାକୁ କୋହଳ କରାଯାଇଛି ।

ଫିଲ୍ମ ହଲରେ ସିଟ ଅନୁଯାୟୀ ଲୋକମାନେ ଫିଲ୍ମ ଦେଖି ପାରିବେ । ରାତି ସମୟରେ ଆବଶ୍ୟକ କାର୍ଯ୍ୟ ପାଇଁ ଲୋକମାନଙ୍କୁ ଛଡାଯିବ । କିନ୍ତୁ ଏହି ସମୟରେ କେବଳ ସାଧାରଣ ଚଳ ପ୍ରଚଳକୁ ମନା ହୋଇଛି । ଏହା ସହିତ ସରକାର କୋଭିଡ ସଂକ୍ରମଣକୁ କମ କରିବା ପାଇଁ ଓ ସମସ୍ତ ନିୟମ ମାନିବା ପାଇଁ ସରକାର ଜନସାଧାରଣକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *