ତୁରନ୍ତ ସରନ୍ତୁ Bank କାମ, ସେପ୍ଟେମ୍ବର ମାସରେ ୧୨ ଦିନ ପାଇଁ ବନ୍ଦ ରହିବ ସବୁ ବ୍ୟାଙ୍କ

ବ୍ୟାଙ୍କକୁ ଆଜିକାଲି ପ୍ରାୟତଃ ଲୋକମାନେ କୌଣସି ନା କୌଣସି କାରଣ ଯୋଗୁ ଯାଇଥାନ୍ତି । ବ୍ୟାଙ୍କ ଯଦି ବନ୍ଦ ଥାଏ ତେବେ ସେହି ବ୍ୟକ୍ତିକୁ ଆହୁରି ବହୁତ ଅସୁବିଧା ସାମ୍ନା କରିବାକୁ ପଡିଥାଏ । ଯଦି ଆପଣ ଜାଣିଥିବେ କି ବ୍ୟାଙ୍କ କେଉଁ ଦିନ ଖୋଲା ରହିବ ଓ କେଉଁ ଦିନ ବନ୍ଦ ରହିବ ତେବେ ଆପଣ ନିଜର କାମ ସଠିକ ସମୟରେ ପୁରା କରି ପାରିବେ । ଏହି ମାସରେ ବ୍ୟାଙ୍କ କେଉଁ ଦିନ ସବୁ ବନ୍ଦ ରହିବ ତାହାକୁ ନେଇ ବଡ ଖବର ସାମ୍ନାକୁ ଆସୁଛି ।

ଏହି ମାସ ବ୍ୟାଙ୍କ ମୋଟ ୩୦ ଦିନ ମଧ୍ୟରୁ ୧୨ ଦିନ ବନ୍ଦ ରହିବ । ବ୍ୟାଙ୍କରେ କାମ ପଡୁଥିବା ଲୋକମାନଙ୍କୁ ଅଳ୍ପ ସମସ୍ୟାର ସାମ୍ନା କରିବାକୁ ପଡିବ । ସେଥିପାଇଁ ନିଜର ବ୍ୟାଙ୍କ କାମ ଗୁଡିକ ଜଲ୍ଦି ଶେଷ କରି ଦିଅନ୍ତୁ । ନଚେତ ବ୍ୟାଙ୍କ ଗ୍ରାହକଙ୍କୁ ବହୁତ ଅସୁବିଧା ହୋଇ ପାରେ ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ପ୍ରତି ମାସର ଦ୍ଵିତୀୟ ଓ ଶେଷ ଶନିବାର ବ୍ୟାଙ୍କ ବନ୍ଦ ରୁହେ । ରବିବାର ଦିନ ବି ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିଥାଏ । କିନ୍ତୁ ସେପ୍ଟେମ୍ବର ମାସରେ ଶନିବାର ଓ ରବିବାରକୁ ମିଶାଇ ମୋଟ ୧୨ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ସେପ୍ଟେମ୍ବର ମାସରୁ ୫ ତାରିଖରୁ ଏହି ଛୁଟି ଆରମ୍ଭ ହୋଇଯିବ ଓ ୨୬ ତାରିଖ ପର୍ଯ୍ୟନ୍ତ ଏହି ଛୁଟି ଜାରି ରହିବ । ବ୍ୟାଙ୍କ ଛୁଟି ଦିନ ଗୁଡିକର ତାଲିକା RBI କ୍ୟାଲେଣ୍ଡରରେ ଜାରି ହୋଇଛି ।

ଜାଣି ନିଅନ୍ତୁ କି ସେପ୍ଟେମ୍ବରର କେଉଁ କେଉଁ ସବୁ ଦିନ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ରବିବାର କାରଣରୁ ସେପ୍ଟେମ୍ବର ୫ ତାରିଖ ଦିନ ବ୍ୟାଙ୍କ ବନ୍ଦ ରହିବ । ଶ୍ରୀମନ୍ତ ଶଙ୍କରଦେବଙ୍କ ତିଥି ଅନୁଯାୟୀ ୮ ତାରିଖ ଓ ତିଜ ହରିତାଳିକା ପର୍ବ ପାଇଁ ୯ ତାରିଖ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହି ମାସରେ ବିଘ୍ନହରତା ଗଣେଶଙ୍କ ପୂଜା ମଧ୍ୟ ଅଛି । ଏଥର ଗଣେଶ ଚତୁର୍ଥୀ ୧୦ ତାରିଖରେ ପଡୁଥିବା କାରଣରୁ ସେହି ଦିନ ବି ବ୍ୟାଙ୍କ ବନ୍ଦ ରହିବ ।

ପୁଣି ୧୧ ତାରିଖ ଦ୍ଵିତୀୟ ଶନିବାର ଓ ୧୨ ତାରିଖ ରବିବାର କାରଣରୁ ପୁରା ଦେଶରେ ବ୍ୟାଙ୍କ କାର୍ଯ୍ୟ ସବୁ ବନ୍ଦ ରହିବ । ବିଶ୍ଵକର୍ମା ପୂଜା ପାଇଁ ସେପ୍ଟେମ୍ବର ୧୭ ତାରିଖ ବ୍ୟାଙ୍କ ବନ୍ଦ ରହିବ ବ୍ୟାଙ୍କ । ପୁଣି ୧୯ ତାରିଖ ରବିବାର, ୨୦ ତାରିଖ ଇନ୍ଦ୍ରଜାତ୍ରା ଓ ୨୧ ତାରିଖ ନାରାୟଣ ଗୁରୁ ସମାଧି ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ । ପୁଣି ୨୫ ତାରିଖ ଚତୁର୍ଥ ଶନିବାର ଓ ୨୬ ତାରିଖ ରବିବାର କାରଣରୁ ସବୁ ବ୍ୟାଙ୍କ ବନ୍ଦ ରହିବ । ଏହିଭଳି ଭାବରେ ସେପ୍ଟେମ୍ବର ମାସରେ ମୋଟ ୧୨ ଦିନ ପାଇଁ ବ୍ୟାଙ୍କବନ୍ଦ ରହିବ ।

RBI କ୍ୟାଲେଣ୍ଡରରେ ଏହି ସମସ୍ତ ଛୁଟି ବିଷୟରେ କୁହାଯାଇଛି କିନ୍ତୁ ଆଞ୍ଚଳିକ ସ୍ଥାନ ଅନୁସାରେ ଅଳ୍ପ କିଛି ପରିବର୍ତ୍ତନ ହୋଇପାରେ । ଯଦି ବ୍ୟାଙ୍କରେ ଆପଣଙ୍କର କିଛି କାମ ରହୁଛି ତେବେ ଏହି ସବୁ ଛୁଟି ପୂର୍ବରୁ ନିଜର କାମ ଗୁଡିକ ଶେଷ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *