ଦୀର୍ଘ ୧୨ ବର୍ଷ ପରେ ଅଲଗା ହେଲେ ହାଇ ପ୍ରୋଫାଇଲ ଷ୍ଟାର । ଆମେ ଏଠାରେ କହୁଛୁ ଖେଳ ଜଗତର ଫ୍ୟାମ୍ସ ଦମତି ଭାରତର ସାନିଆ ମିର୍ଜା ଓ ପାକିସ୍ତାନର ସୋଏବ ମଲ୍ଲିକ ଙ୍କ କଥା । ଅନେକ ଦିନ ହେବ ଷ୍ଟାର ଦମ୍ପତିଙ୍କ ବିବାହ ବିଛେଦ ଖବର ସୋସିଆଲ ମିଡିଆରେ ସବୁଆଡେ ହଟ ଟପିକ ରହିଥିଲା । ଆଉ ଏବେ ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ । ଅଲଗା ହୋଇ ଯାଇଛନ୍ତି ଏହି ହାଇ ପ୍ରୋଫାଇଲ ଷ୍ଟାର ଦମ୍ପତି । ଦୁହେଁ ଅଲଗା ହେବା ନେଇ ସ୍ପଷ୍ଟ କରିଛନ୍ତି ସେମାନଙ୍କର ନିକଟତର ବନ୍ଧୁ ।
ଆଇନଗତ ଭାବେ ଦୁହେଁ ବର୍ତ୍ତମାନ ଅଲଗା ହୋଇସାରିଛନ୍ତି । ଏଠାରେ କୁହାଯାଉଅଛି କି ଉମେର ସାନ୍ଧୁ ନାମକ ଜଣେ ଆତ୍ମକୋଷିକ ଚଳଚିତ୍ର ସମୀକ୍ଷକ ତଥା ଓଭରସେନ୍ସର ବୋର୍ଡର ସମୀକ୍ଷକ ଟ୍ବିଟ କରି ସୂଚନା ଦେଇଛନ୍ତି । ଭାରତର ସେନସେଶନ ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କର ବିବାହ ଓ ପ୍ରେମ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲେ । ପ୍ରଥମେ ଦୁହିଙ୍କ ଯୋଡ଼ିର ସଂପର୍କକୁ ହଟ ତପିକ ଥିଲା ଆଉ ପୁଣି ଥରେ ଦୁହିଙ୍କର ବିବାହ ବିଛେଦକୁ ନେଇ ସମାନ ଢଙ୍ଗରେ ଚର୍ଚ୍ଚା ଚାଲିଛି ।
୨୦୧୦ ଏପ୍ରିଲ ୧୦ ରେ ଦୁହେଁ ବିବାହ କରିଥିଲେ ଓ ୨୦୧୮ ରେ ସେମାନଙ୍କର ପୁତ୍ର ସନ୍ତାନ ହୋଇଥିଲା । ଆଉ ତା ପରେ ଷ୍ଟାର ଦମ୍ପତିରେ ସମ୍ପର୍କରେ ଫାଟ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସୋଏବ ଓ ସାନିଆ ନିଜର ବୈବାହିକ ଜୀବନୀ ସମ୍ପର୍କରେ କେବେ ମୁହଁ ଖୋଲି ନାହାନ୍ତି । ତଥାପି ଜଣାପଡିଥିଲା ଦୁହିଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇସାରିଛି । ଗତ କିଛି ମାସ ତଳେ ଦୁହିଙ୍କର ସମ୍ପର୍କରେ ଫାଟ ଆସିଥିଲା କିନ୍ତୁ ତାହା ଲୋକଲୋଚନକୁ ଆସି ନ ଥିଲା ।
ନିକଟରେ ଦେଖିବାକୁ ମିଳିଥିଲା ସାନିଆ ପୁଅ ଇଜହାନ ସହ ଇଂଷ୍ଟାଗ୍ରାମରେ ନିଜର ଫୋଟୋ ସେୟାର କରିଥିଲେ ଆଉ କ୍ୟାପସନରେ ଲେଖିଥିଲେ ଆଗକୁ କଠିନ ଦିନର ସାମ୍ନା କରିବାକୁ ପଡିବ । ଆଉ ଏହା ପରେ ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସାନିଆ ପୁଅ ଇଜହାନଙ୍କ ଜନ୍ମଦିନ ପଲାନ କରୁଛନ୍ତି ଦୁହେଁ ସାନିଆ ଓ ସୋଏବ ଏକାଠି ଜନ୍ମଦିନ ପାଳନ କରୁଥିଲେ । ସୋଏବ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫୋଟୋ ଗୁଡିକ ଶେୟାର କରିଥିଲେ ।
କିନ୍ତୁ ଏଠାରେ ସାନିଆ ପୁଅ ଜନ୍ମଦିନର ଫୋଟୋ ସେୟାର କରି ନ ଥିଲେ । ତେବେ ଦୁହିଙ୍କ ମଧ୍ୟରେ ମନୋମାଳିନ୍ୟ ହେଇଥିବା ନେଇ ପାକିସ୍ତାନ ଗଣ ମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଆଉ ଦୁହିଙ୍କ ମଧ୍ୟରେ କିଛି ବି ଠିକ ନାହି ବୋଲି କୁହାଯାଉଥିଲା । ଦୁହେଁ କିଛି ଦିନ ହେବେ ଅଲଗା ରହୁଥିବା ବେଳେ ଛାଡପତ୍ର ନେଇଥିବା ନେଇ ସ୍ପଷ୍ଟ ହୋଇଛି । ଉଭୟଙ୍କ ମଧ୍ୟରେ ବିବାଦ କାହିଁକି ହୋଇଥିଲା ତାହା ଜଣାପଡି ନାହି ।
ଗଣମାଧ୍ୟମ ସୂଚନା ଅନୁଯାୟୀ ସୋଏବ ସାନିଆଙ୍କୁ ପ୍ରତାରଣା କରିଥିଲେ । ଆଉ ତା ପରେ ଛାଡପତ୍ରର ଆରମ୍ଭ ହୋଇଥିଲା । ୧୨ ବ ବର୍ଷରେ ଶେଷ ହୋଇଯାଇଛି ଦୁହିଙ୍କର ବୈବାହିକ ଜୀବନ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।