ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ସାରା ଜୀବନ କୌଣସି କଷ୍ଟ ଆପଣଙ୍କୁ ଛୁଇଁ ପାରିବନି

ଆଜି ଆମେ ଆପଣ ମାନଙ୍କୁ ଯେଉଁ ବ୍ୟକ୍ତି ଶନିବାର ଦିନ ଜନ୍ମ ହୋଇଛନ୍ତି ତାଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଜୀବନରେ ଅନେକ ଦୁଖ କଷ୍ଟ ଭୋଗ କରିବା ସହ ଅନେକ ସମସ୍ୟାର ସମୁଖିନ୍ନ ହୋଇଥାନ୍ତି । ଏମାନଙ୍କ ଜୀବନରେ ଅନେକ ସଂ-ଘ-ର୍ଷ କରିବା ପରେ ସଫଳତା ମିଳିଥାଏ । ଏତେ ସହଜରେ ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ସଫଳତା ମିଳେ ନାହି । ଏମାନେ କଠିନ ମେହନତ କରିବା ପରେ ବିଜୟ ଲାଭ କରିଥାନ୍ତି । ଏମାନେ ଏକାନ୍ତରେ ରହିବାକୁ ପସନ୍ଦ କରିଥାନ୍ତି ।

ଏହି ଦିନ ଜଣ ହୋଇଥିବା ବ୍ୟକ୍ତି ଉପରେ ଶନିଦେବଙ୍କ କୃପା ଦ୍ରୁଷ୍ଟି ରହିଥାଏ ତ ଅନ୍ୟ କ୍ଷେତ୍ର ରେ କୋପ ଦ୍ରୁଷ୍ଟି ପଡିଥାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି କେବେ ବି ନିଜ ପିତାଙ୍କ ସମର୍ଥନ ପାଆନ୍ତି ନାହି । ଏମିତିକି ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଅଧିକ ଦିନ ଯାଏଁ ତିଷ୍ଠି ପାରନ୍ତି ନାହି ।

ଦାଂପତ୍ଯ ଜୀବନରେ ଏମାନଙ୍କର କଳହ ସୃଷ୍ଟି ହୋଇଥାଏ । ଏମାନଙ୍କ ଜୀବନରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯାଇଥାଏ । ଯାହା ପାଇଁ ଏମାନଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡିଥାଏ । ଯେପରି ଭଗବାନ ଶନିଦେବଙ୍କ ଗତି ଧୀରେ ରହିଥାଏ ଠିକ ସେହିପରି ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର କାମ ମଧ୍ୟ ଧୀର ଗତିରେ ରହିଥାଏ । ଏମାନେ କୌଣସି କାମ କରିବା ପୂର୍ବ ରୁ ଅନେକ ଥର ବିଚାର ବିମର୍ଶ କରିଥାନ୍ତି ।

ଏମାନେ କୌଣସି କାମ ଜଲ୍ଦି କରି ପାରନ୍ତି ନାହି ଯାହା ଦ୍ଵାରା ଏମାନେ କର୍ମ କ୍ଷେତ୍ରରେ ପଛରେ ରହିଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ନିଆଁ ଠାରୁ ଦୂରେଇ ରହିବା ଉଚିତ । ଏହି ଦିନ ଜନ୍ମ ହୋଇଥିବା ବା ଶନି ଅମାବାସ୍ୟାରେ ବ୍ୟକ୍ତି ବା ଶିଶୁ ଏହି ଗୋଟିଏ ଉପାୟ କରିଲେ ତାଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ନିବାରଣ ହୋଇ ପାରିବ ।

ଯେଉଁ ଦିନ ଆପଣଙ୍କ ଜନ୍ମଦିନ ସେହି ଦିନ ୧୧ଟାରୁ ୧୨ଟା ମଧ୍ୟରେ ଆପଣ କିଛି ଗହମ, ଚାଉଳ, କଳା ଚଣା, ବାଜରା, କଳା ଡାଲି, ଜଉ ଓ ମୁଗ ଆଦି ସାମଗ୍ରୀ କୁ ନିଜ ଓଜନ ହିସାବରେ ମାପ କରି ତୁଳାଦାନ କରିବା ଉଚିତ । ଏହା ସହ ତେଲରେ ନିଜ ମୁହଁ ଦେଖି ଦକ୍ଷିଣା ଦେବା ଉଚିତ । ତୁଳାଦାନ କରିବା ସମୟରେ ଆପଣ ଯେଉଁ ବସ୍ତ୍ର ପରିଧାନ କରିଥିବେ ତାହାକୁ ସ୍ନାନ କରିବା ପରେ ଦାନ କରିବା ଉଚିତ ।

ଯଦି ଆପଣ ତୁଳାଦାନ କରିବା ପୂର୍ବରୁ କୌଣସି ମୂଲ୍ୟବାନ ଭୂଷଣ ଧାରଣ କରିଛନ୍ତି ତେବେ ତାହା କାଢି ଦିଅନ୍ତୁ । ନଚେତ ଆପଣଙ୍କୁ ସେହି ମୁଲ୍ଯବାନ ଜିନିଷ ବା ଆଭୁଷଣ ର ଦାନ କରିବାକୁ ପଡିବ । ତେବେ ଏହି ମହା ଉପାୟ କରିବା ଦ୍ଵାରା ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବା ଶିଶୁ ଜୀବନର ସବୁ ସମସ୍ୟାର ସମାଧାନ ହୋଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *