ଜାଣନ୍ତୁ କିଏ ଥିଲେ ଭଗବାନ ଶିବଙ୍କର ତିନି ପୁତ୍ରୀ ଏବଂ ତାଙ୍କ ଜନ୍ମ ସହିତ ଜଡିତ କଥା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ୬ଟି ସନ୍ତାନ ଥିଲେ ଏବଂ ଛଅଟି ସନ୍ତାନ ମଧ୍ୟରେ ତାଙ୍କର ୩ଟି ଝିଅ ଥିଲେ ଏବଂ ୩ଟି ପୁଅ ଥିଲେ । ଯେଉଁଥିରେ ମାତା ପାର୍ବତୀ ଦୁଇ ପୁତ୍ରୀଙ୍କୁ ଜନ୍ମ ଦେଇଥିଲେ । ଭଗବାନ ଶିବଙ୍କର ଏହି ୩ଟି ପୁତ୍ରୀଙ୍କର ନାମ ହେଉଛି ଅଶୋକ ସୁନ୍ଦରୀ, ଜ୍ୟୋତି ଏବଂ ମନସା ଅଟେ । ଶିବଙ୍କର ଏହି ତିନି ପୁତ୍ରୀମାନଙ୍କ ମନ୍ଦିର ଭାରତରେ ଅବସ୍ଥିତ ଅଛି ।

ଭଗବାନ ଶିବଙ୍କର ଏହି ପୁତ୍ରୀମାନଙ୍କର ଜନ୍ମ କେମିତି ହୋଇଛି ଏବଂ କେଉଁଠି ହୋଇଛି ଏହା ସହିତ ଜଡିତ କଥା ବିଷୟରେ ଆମେ ଆଜି ଆପଣମାନଙ୍କୁ କହିବାକୁ ଯାଉଛୁ ।

ଜ୍ୟୋତିଙ୍କର ଜନ୍ମ ସହିତ ଜଡିତ କଥା

ଶିବଙ୍କର ପ୍ରଥମ ଝିଅଙ୍କର ନାମ ଜ୍ୟୋତି ଥିଲା ଏବଂ ସେ ଜ୍ଵାଳାମୁଖୀ ଦେବୀ ନାମରେ ମଧ୍ୟ ପ୍ରତିଷ୍ଠିତ । ଜ୍ୟୋତିଙ୍କର ଜନ୍ମ ସହିତ ଜଡିତ କଥା ଅନୁସାରେ ତାଙ୍କର ଜନ୍ମ ଭଗବାନ ଶିବଙ୍କର ତେଜ ଦ୍ଵାରା ହିଁ ହୋଇଥିଲା କିନ୍ତୁ ତାଙ୍କର ଜନ୍ମ ସହିତ ଜଡିତ ଦ୍ଵିତୀୟ କଥା ହେଉଛି କି ତାଙ୍କର ଜନ୍ମ ଶିବଙ୍କର ତେଜରୁ ନୁହେଁ, ତାଙ୍କର ଜନ୍ମ ମାତା ପାର୍ବତୀଙ୍କ ତେଜରୁ ହୋଇଥିଲା । ଜ୍ଵାଳାମୁଖୀ ଦେବୀଙ୍କୁ ତାମିଲନାଡୁରେ ଖୁବ ପୂଜା ଯାଇଥାଏ ଓ ଏହି ରାଜ୍ୟରେ ତାଙ୍କର ବହୁତ ମନ୍ଦିର ମଧ୍ୟ ଅଛି ।

ଅଶୋକ ସୁନ୍ଦରୀଙ୍କ ଜନ୍ମ ସହିତ ଜଡିତ କଥା

କୁହାଯାଏ କି ମାତା ପାର୍ବତୀଙ୍କୁ ଗୋଟିଏ ପୁତ୍ରୀର ଇଚ୍ଛା ଥିଲା ଓ ସେ ନିଜର ଏକୁଟିଆପଣକୁ ଦୂର କରିବା ପାଇଁ ଏକ ପୁତ୍ରିକୁ ଜନ୍ମ ଦେଇଥିଲେ ଏବଂ ତାଙ୍କର ନାମ ଅଶୋକ ସୁନ୍ଦରୀ ରଖିଥିଲେ । ଅଶୋକ ସୁନ୍ଦରୀଙ୍କ ସହିତ ଜଡିତ ଏକ କଥା ଅନୁସାରେ ଯେତେବେଳ ଭଗବାନ ଶିବ ପୁଅ ଗଣେଶଙ୍କର ମୁଣ୍ଡ କାଟି ଦେଇଥିଲେ ସେତେବେଳେ ଅଶୋକ ସୁନ୍ଦରୀ ଡରି ଯାଇ ଏକ ଲୁଣ ବସ୍ତା ମଧ୍ୟରେ ଲୁଚିଥିଲେ । ସେଥିପାଇଁ ତାଙ୍କର ପୂଜା କରିବା ପାଇଁ ଲୁଣର ବ୍ୟବହାର କରାଯାଏ । ଭାରତର ଗୁଜୁରାଟରେ ଅଶୋକ ସୁନ୍ଦରୀଙ୍କର ଅନେକ ମନ୍ଦିର ଅବସ୍ଥିତ ।

ମନସାଙ୍କର ଜନ୍ମ ସହିତ ଜଡିତ କଥା

ଭଗବାନ ଶିବଙ୍କର ତୃତୀୟ ପୁତ୍ରିଙ୍କର ନାମ ମନସା ଥିଲା ଏବଂ ମନସାଙ୍କୁ ମାତା ପାର୍ବତୀ ଜନ୍ମ ଦେଇ ନଥିଲେ । ମନସାଙ୍କ ସହିତ ଜଡିତ କଥା ଅନୁସାରେ ତାଙ୍କର ଉତ୍ପତ୍ତି ଭଗବାନ ଶିବଙ୍କ ଜରିଆରେ ହୋଇଥିଲା । କୁହନ୍ତି କି ମନସା ବହୁତ ରାଗି ଅଟନ୍ତି ଏବଂ ତାଙ୍କୁ ବାସୁକି ନାମରେ ବି ଜଣାଯାଇଥାଏ । ଭାରତର ବିଭିନ୍ନ ରାଜ୍ୟରେ ମନସା ଦେବୀଙ୍କର ମନ୍ଦିର ଅଛି ।

କେତେକ ରାଜ୍ୟରେ ତାଙ୍କର ପୂଜା ବିନା ମୂର୍ତ୍ତି ପ୍ରତିଷ୍ଠା କରି କରାଯାଇଥାଏ । ତାଙ୍କର ପୂଜା ମାଟିର ମାଠିଆ କିମ୍ବା ମାଟିର ସାପ ତିଆରି କରି କରାଯାଏ । ଯେତେବେଳେ କୌଣସି ବ୍ୟକ୍ତିକୁ ସାପ କାମୁଡି ଥାଏ କିମ୍ବା କାହାକୁ ଚିକେନ ଫକ୍ସ ହୋଇଥାଏ ତେବେ ସେତେବେଳେ ମନସା ଦେବୀଙ୍କ ପୂଜା କରାଯାଇଥାଏ । ପଶ୍ଚିମବଙ୍ଗରେ ଏହି ମାତାଙ୍କୁ ଅଧିକ ମାନନ୍ତି । ଭଗବାନ ଶିବଙ୍କର ୩ ପୁତ୍ରୀ ବ୍ୟତିତ ତାଙ୍କର ତିନୋଟି ପୁତ୍ର ମଧ୍ୟ ଥିଲେ ତାଙ୍କର ନାମ ଗଣେଶ, କାର୍ତ୍ତିକ ଏବଂ ସୁକେଶ ଅଟେ । ଅନ୍ୟ କଥା ଅନୁସାରେ ଭଗବାନ ଶିବଙ୍କର ୬ଟି ପୁତ୍ର ଥିଲେ, ଯାହାଙ୍କର ନାମ ଗଣେଶ, କାର୍ତ୍ତିକ, ସୁକେଶ, ଜଳନ୍ଧର, ଅୟପ୍ପା ଏବଂ ଭୂମା ଅଟେ ।

Leave a Reply

Your email address will not be published. Required fields are marked *