Sidharthଙ୍କ ଅନ୍ତିମ ସଂସ୍କାର ପରେ ବି ଘରକୁ ଯିବାକୁ ଚାହୁଁ ନାହାନ୍ତି Sehnaz, କାନ୍ଦି କାନ୍ଦି କହିଲେ କିକି ଏମିଟି: ଦେଖନ୍ତୁ Video

ଟିଭି ଇଣ୍ଡଷ୍ଟ୍ରି ରେ ଛୋଟ ପରଦାରୁ ବଡ ପରଦା ରେ ଅଭିନୟ କରି ଲୋକପ୍ରିୟ ହାସଲ କରିଥିବା ଅଭିନେତା ହେଉଛନ୍ତି ସିଦ୍ଧାର୍ଥ ଶୁକ୍ଲା । ସେ ଅନେକ ଟିଭି ସିରିଏଲରେ ଦମଦାର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କୁ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ବହୁତ ସାରା ଭଲ ପାଇବା ଦେବା ସହ ତାଙ୍କ ଅଭିନୟର ତାରିଫ କରିଥାନ୍ତି । ତେବେ ସବୁଠାରୁ ଦୁଖର ଖବର ହେଉଛି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଆଉ ଆମ ଗହଣରେ ନାହାନ୍ତି । ଗତ ଗୁରୁବାର ଦିନ ତାଙ୍କର ହୃଦଘାତ ଯୋଗୁ ମୃ-ତ୍ୟୁ ଘଟିଛି ।

ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାର ଲୋକେ ଓ ତାଙ୍କର ଫ୍ୟାନ୍ସ ମାନେ ବିଶ୍ଵାସ କରିପାରୁ ନାହାନ୍ତି । ବିଶ୍ଵାସ ନ କରିଲେ ମଧ୍ୟ କଥା ଟି ସତ । ତେବେ ସିଦ୍ଧାର୍ଥ ଙ୍କ ଅ-ନ୍ତି-ମ ସଂ-ସ୍କା-ର ସମୟରେ ତାଙ୍କ ମା ତାଙ୍କର କିଛି ସମ୍ପର୍କୀୟ ଙ୍କ ସହ ପହଞ୍ଚି ଥିବା ବେଳେ ସେହନାଜ ମଧ୍ୟ ତାଙ୍କ ଭାଇ ଙ୍କ ସହ ସେଠାରେ ପହଞ୍ଚି ଥିଲେ । ତେବେ ସିଦ୍ଧାର୍ଥ ଙ୍କୁ ଶେଷ ଦର୍ଶନ କରିବା ପାଇଁ ତାଙ୍କ ଫ୍ୟାନ୍ସ ମାନଙ୍କର ଭିଡ ଜମିଥିଲା । କିନ୍ତୁ ଯେବେ ସେହନାଜ ସିଦ୍ଧାର୍ଥ ଙ୍କୁ ଶେଷ ଦର୍ଶନ କରିବା ପାଇଁ ଆସିଥିଲେ ସେହି ସମୟରେ ମିଡିଆ ଓ ଲୋକ ମାନେ ତାଙ୍କୁ ଘେରି ଯାଇଥିଲେ ।

ସେହନାଜ ସିଦ୍ଧାର୍ଥ ଙ୍କୁ ହ-ରା-ଇ ଏତେ ଭାଙ୍ଗି ପଡିଛନ୍ତି ଯେ ସେ ନିଜକୁ ଠିକ ଭାବେ ସମ୍ବାଳି ପାରୁ ନାହାନ୍ତି । ତାଙ୍କ ଭାଇ ତାଙ୍କୁ ଅ-ନ୍ତି-ମ ସଂ-ସ୍କା-ର ହେଉଥିବା ଜାଗାରେ ନେଇ ଆସିଛନ୍ତି ଯାହା ଏହି ଭିଡିଓ ରେ ଜଣା ପଡୁଛି । କିନ୍ତୁ ସେହନାଜ ଅଧିକ ସମୟ ଯାଏଁ ସିଦ୍ଧାର୍ଥ ଙ୍କ ଅନ୍ତିମ ସଂସ୍କାର ରେ ରହି ନାହାନ୍ତି । ଏମିତି କି ସେହନାଜ ଗିଲ ସିଦ୍ଧାର୍ଥ ଯେଉଁ ଆମ୍ବୁଲାନ୍ସ ରେ ଥିଲେ ତା ପଛରେ ସିଦ୍ଧାର୍ଥ ଙ୍କ ନାଁ ନେଇ ପାଗଳ ଙ୍କ ଭଳି ଦଉଡିଛନ୍ତି ।

ସେହନାଜ ଫେରୁଥିବା ସମୟରେ ତାଙ୍କର ରାସ୍ତା ଅବରୋଧ ନ କରିବା ପାଇଁ ସେଠାରେ ଥିବା ଗାର୍ଡ଼ ମାନେ ଲୋକଙ୍କୁ ତାଗିଦ କରିଛନ୍ତି । ସେହନାଜ ତାଙ୍କ ଭାଇ ଙ୍କ ସହ କାର ରେ ଫେରୁଥିବାର ଦୃଶ୍ୟ ଏହି ଭିଡିଓ ରେ ସ୍ପଷ୍ଟ ହେଉଛି । ସେହନାଜ ସିଦ୍ଧାର୍ଥ ଙ୍କ ସହ ରହିବାକୁ ଜିଦି କରିଛନ୍ତି ଏହି କାରଣରୁ ତାଙ୍କୁ ଘରକୁ ତାଙ୍କ ଭାଇ ନେଇ ଯାଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *