Big Boss ଫେମ Sidharth Shukla ନିଜ ପରିବାର ପାଇଁ ଛାଡିଯାଇଛନ୍ତି ଏତେ ସମ୍ପତ୍ତି, ଜାଣନ୍ତୁ କେମିତି ଥିଲା ତାଙ୍କ Lifestyle

ବଲୀଉଡର ଅଭିନେତା ଓ ମଡେଲ ସିଦ୍ଧାର୍ଥ ଶୁକ୍ଲା ବର୍ତ୍ତମାନ ଏହି ଦୁନିଆକୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ମୃ-ତ୍ୟୁ ସମୟରେ ସିଦ୍ଧାର୍ଥ ଶୁକ୍ଲା ମାତ୍ର ୪୦ ବର୍ଷ ବୟସର ହୋଇଥିଲେ ଓ ହୃଦଘାତ କାରଣରୁ ତାଙ୍କର ମୃ-ତ୍ୟୁ ହୋଇଛି ବୋଲି ସୂଚନା ମିଳୁଛି । କହିଦେଉଛୁ କି ପପୁଳାର ଶୋ ବିଗ ବସ ସିଜିନ ୧୩ର ବିଜେତା ହୋଇଥିଲେ ସିଦ୍ଧାର୍ଥ ଶୁକ୍ଲା । ବିଗ ବସ ଜିତିବା ପରେ ପୁରା ଦେଶରେ ତାଙ୍କର ଫ୍ୟାନ ଫୋଲଇଙ୍ଗ କୋଟି କୋଟି ହୋଇ ଯାଇ ଥିଲା । ମୁମ୍ବାଇର କୁପର ହସ୍ପିଟାଲରେ ତାଙ୍କର ମୃ-ତ୍ୟୁ ହୋଇଛି ।

ଆପଣଙ୍କୁ କହିଦେଉଛୁ କି ଟିଭି ଇଣ୍ଡଷ୍ଟ୍ରିରେ ସିଦ୍ଧାର୍ଥ ଶୁକ୍ଲା ବହୁତ ଜଣା ଶୁଣା ଅଭିନେତା ଥିଲେ । ସିଦ୍ଧାନ୍ତଙ୍କ ମୃ-ତ୍ୟୁ ଖବର ଯେତେବେଳେ ସାମ୍ନାକୁ ଆସିଲା ତେବେ କେହି ବି ପ୍ରଥମେ ବିଶ୍ଵାସ କରି ପାରିଲେ ନାହିଁ । କିନ୍ତୁ ଯେତେବେଳେ ଖବରର ସତ୍ୟତା ଜାଣିଲେ ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ସିଦ୍ଧାର୍ଥ ଶୁକ୍ଲା ହ୍ୟାଣ୍ଡସମ ଚେହେରା, ଲମ୍ବା ହାଇଟ ଓ ନିଜର ଅଭିନୟ ମାଧ୍ୟମରେ ସେ ସମସ୍ତଙ୍କୁ ନିଜର ଦିବାନା କରି ଦେଇଥିଲେ । ସିଦ୍ଧାର୍ଥ ଶୁକ୍ଲାଙ୍କ ଜନ୍ମ ମୁମ୍ବାଇ ୧୨ ଡିସେମ୍ବର ୧୯୮୦ରେ ହୋଇଥିଲା । ସିଦ୍ଧାର୍ଥ ଶୁକ୍ଲା ନିଜର କ୍ୟାରିୟରର ଆରମ୍ଭ ଏକ ମଡେଲ ରୂପରେ କରିଥିଲେ । ଏହା ପରେ ୨୦୦୪ରେ ସେ ଟିଭି ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ୨୦୦୮ରେ ସେ ବାବୁଲ କା ଆଂଗନ ସିରିୟଲରେ ନଜର ଆସିଥିଲେ । କିନ୍ତୁ ତାଙ୍କୁ ଅସଲ ପରିଚୟ ବାଲିକା ବଧୁ ସିରିଏଲରୁ ମିଳିଥିଲା ।

ଯାହା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଟିଭି ଇଣ୍ଡଷ୍ଟ୍ରି ପରେ ସିଦ୍ଧାର୍ଥ ଶୁକ୍ଲା ବଲୀଉଡ ଆଡକୁ ଯାଇଥିଲେ । ବର୍ଷ ୨୦୧୪ରେ ସେ ହମ୍ପଟୀ ଶର୍ମା କି ଦୁଲ୍ହନିୟା ଫିଲ୍ମରେ ନଜର ଆସିଥିଲେ । ଏହା ପରେ ସେ ୨୦୨୧ରେ ରିଲିଜ ହୋଇଥିବା ୱେବ ସିରିଜ ବ୍ରୋକନ ବଟ ବ୍ୟୁଟୀଫଲରେ ବି ନଜର ଆସିଥିଲେ । ଯେଉଁଥିରୁ ସେ ବହୁତ ଚର୍ଚିତ ମଧ୍ୟ ହୋଇଥିଲେ । କିନ୍ତୁ କେହି ବି ଜାଣି ନ ଥିଲେ କି ଏହା ତାଙ୍କର ଶେଷ ଅଭିନିତ ଫିଲ୍ମ ଅଟେ । କହିଦେଉଛୁ କି ସିଦ୍ଧାର୍ଥ ଶୁକ୍ଲାଙ୍କ ପରିବାର କହିଲେ ତାଙ୍କର ମା ରିତା ଶୁକ୍ଲା ଓ ପିତା ଅଶୋକ ଶୁକ୍ଲା ।

ଏହା ସହିତ ତାଙ୍କର ଦୁଇ ଭଉଣୀ ବି ଅଛନ୍ତି । ମୂଳତଃ ସିଦ୍ଧାର୍ଥ ଶୁକ୍ଲା ପ୍ରୟାଗରାଜ ଅର୍ଥାତ ଆଲାହାବାଦ ଉତ୍ତରପ୍ରଦେଶର ଅଟନ୍ତି । ସେ ଇନ୍ଟିରିୟର ଡିଜାଇନର କୋର୍ସ ମଧ୍ୟ କରିଛନ୍ତି । ବାଳିକା ବଧୁ ଓ ଦିଲେ ସେ ଦିଲ ତକ ତାଙ୍କର ଅତି ଲୋକପ୍ରିୟ ସିରିଏଲ ଅଟେ । ଝଲକ ଦିଖଲାଜା ଓ ଖତରୋ କା ଖିଲାଡ଼ି ଶୋରେ ବି ସେ ନଜର ଆସିଛନ୍ତି । କିନ୍ତୁ ଅଚାନକ ମୃ-ତ୍ୟୁ ଖବର ତାଙ୍କର ପ୍ରଶଂସକମାନଙ୍କୁ ଦୁଖିତ କରିଦେଇଛି । ସିଦ୍ଧାର୍ଥ ଶୁକ୍ଲାଙ୍କ ଲକ୍ଷ ଲକ୍ଷ ଫ୍ୟାନ ବର୍ତ୍ତମାନ ଟ୍ଵିଟର ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସିଦ୍ଧାର୍ଥ ଶୁକ୍ଲାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ସିଦ୍ଧାର୍ଥ କୌଣସି ସିରିୟଲରେ କାମ କରିବା ପାଇଁ ୭୦୦୦୦ ଟଙ୍କା ଗୋଟେ ଏପିସୋଡକୁ ନେଉଥିଲେ ଓ ଗୋଟେ ମୁଭି ପାଇଁ ୧କୋଟି । ସେ ବିଗବସ ୧୩ରେ ଜିତିଥିଲେ ଓ ତାଙ୍କୁ ୫୦ ଲକ୍ଷ ମିଳିଥିଲା । ତେବେ ତାଙ୍କ ସମୁଦାୟ ସମ୍ପତ୍ତି ହେଉଛି ୨୦ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *