ସାବଧାନ! ସ୍ଵାପ ହେଉଛି ସିମ, ଧରା ପଡିଲେ 2 ଅଭିଯୁକ୍ତ….. କରୁଥିଲେ ଲକ୍ଷ ଲକ୍ଷ ଟଙ୍କାର କାରୋବାର

ନମସ୍କାର ବନ୍ଧୁଗଣ । ଆଜିକାଲି ଦୁନିଆରେ ମୋବାଇଲ ପ୍ରତେକ ବ୍ୟକ୍ତି ପାଖରେ ରହିବା ଜରୁରୀ ହୋଇ ଗଲାଣି । କିନ୍ତୁ ଆପଣ ମାନେ ଜାଣିଛନ୍ତି ଆପଣଙ୍କ ଅଜାଣତରେ ଆପଣଙ୍କ ମୋବାଇଲ ନମ୍ବର ଚୋରୀ ହୋଇପାରେ । କଣ ଆପଣଙ୍କ ମୋବାଇଲ ନମ୍ବର ଅନ୍ୟ ଟେଲିକମ କମ୍ପାନୀରେ ପଞ୍ଜୀକୃତ ହୋଇ ଯାଇନି ତ ? ଯଦି ଆପଣ ପ୍ରିମିୟମ ବା ଭ୍ୟାନିଟି ନମ୍ବର ବ୍ୟଭାର କରୁଛନ୍ତି ତେବେ ସତର୍କ ହୁଅନ୍ତୁ । କାରଣ ଭ୍ୟାନିଟି ନମ୍ବର ଚୋରୀ କରି ଲକ୍ଷାଧିକ ଟଙ୍କା ରେ କିଛି ଠକ ବିକ୍ରି କରୁଥିବା ଘଟଣା ବର୍ତ୍ତମାନ ସାମନାକୁ ଆସିଛି । ଏକ ଟେଲିକମ ସେବା ପ୍ରଦାନ କରୁଥିବା ସଂସ୍ଥାର ଅଭିଯୋଗ କ୍ରମେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ପୋଲିସ ଅ-ଭି-ଯୁ-କ୍ତ ଙ୍କୁ ଗି-ର-ଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ମଧ୍ୟ ରୁ ଜଣେ ବ୍ୟକ୍ତି ହେଉଛି ଯାଜପୁର ଜିଲ୍ଲାର କେଶବ ଚନ୍ଦ୍ର ଧୀର ଯିଏ ଭୁବନେଶ୍ବର ର ଗାଡକଣରେ ରହୁଥିଲା । ଅନ୍ୟ ଜଣେ ଅ-ଭି-ଯୁ-କ୍ତ ସଂଜାତ କୁମାର ପଣ୍ଡା ଯିଏ ଭୁବନେଶ୍ଵର ରସୁଲଗଡରେ ରହୁଥିଲା । ସୂଚନା ଅନୁସାରେ ଏକ ମୋବାଇଲ କମ୍ପାନୀ ରେ କାମ କରୁଥିବା ଏହି ଦୁଇ ଜଣ ଅଭିଯୁକ୍ତ ଚାକିରି ଛାଡିବା ପରେ କମ୍ପାନୀ ପକ୍ଷରୁ ଦିଆ ଯାଇଥିଲା LAPU ବା ଲୋକାଲ ଏରିଆ ପେମେଣ୍ଟ ୟୁନିଟ ନମ୍ବର ନିଜ ପକାହରେ ରଖିଥିଲେ । ଯାହା ମାଧ୍ୟମ ରେ ସେମାନେ ଅତି ସହଜରେ ଭ୍ୟାନିଟି ନମ୍ବରକୁ ଡିଜିଟାଲ ସ୍ଵାପ କରୁଥିଲେ ।

ପରେ ସେହି ନମ୍ବରକୁ ଅନ୍ୟ ଟେଲିକମ କମ୍ପାନୀକୁ ପୋର୍ଟାବିଲିଟି କରାଇ ୫୦ ହଜାର ରୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିଲେ । ମୋବାଇଲ ସିମ ଥରେ ଡିଜିଟାଲ ଟ୍ରାନ୍ସଫର ହେବ ପରେ ସେହି ନମ୍ବର ବ୍ୟବହାର କରି ଜଣଙ୍କର ବ୍ୟକ୍ତିଗତ ତଥ୍ୟ ଚୋରୀ କରି ହେବ । ଏହା ସହ ବ୍ଯାଙ୍କ ଠକେଇ ଭଳି କାମରେ ଅପବ୍ୟବହାର କରାଯାଇ ପାରିବ । ଗୋଟିଏ ଆଧାର ନମ୍ବର ଦେଇ ଆପଣ କେତୋଟି ସିଁ ନେଇଛନ୍ତି ? ଆପଣଙ୍କ ସିମ ଆପଣଙ୍କ ନାଁ ରେ ଆଉ ଅଛି କି ନାହି ସେ ସବୁ ସମ୍ପର୍କ ରେ ଜାଣିବା ପରେ ଟେଲିକମ କମିଶନ ବିଭାଗ ଦ୍ଵାରା ଏକ ୱେବ୍ସାଇଟ ଖୋଲା ଯାଇଛି ।

ସେହି ୱେବସାଇଟ ନାଁ ହେଉଛି ଟେଲିକମ ଆନାସାଇଟ ଫ୍ରାଟ ମ୍ୟାନେଜମେଣ୍ଟ ଅଫ ପ୍ରୋଟେକ୍ସନ ବା TAFOC. Digital.com କୁ ଯାଇ ଆପଣ ନିଜ ମୋବାଇଲ ନମ୍ବର ଚେକ କରି ପାରିବେ । ଯେଉଁ ଦୁଇ ଯୁବକ ସିମ ସ୍ଵାପ କରିବାରେ ଧରା ପଡିଛନ୍ତି ସେମାନେ ୩୬ ଟି ସିମ ସ୍ଵାପ କରିଛନ୍ତି । ତେଣୁ ଆପଣ ମାନେ ନିଜର ମୋବାଇଲ ସିମ କୁ ଭଲ ଭାବେ ଭେରୀଫାଏ କରନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥାଏ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *