Exclusive: ଓଡିଶାର ପ୍ରସିଦ୍ଧ ସିଙ୍ଗର Tapu Misharaଙ୍କ ଶେଷ କୃତ୍ୟର Full Video ଆସିଲା ସାମ୍ନାକୁ

ତପୁ ମିଶ୍ର ଯିଏକି ଓଲିଉଡ ଇଣ୍ଡଷ୍ଟ୍ରିର ପ୍ଲେ ବ୍ୟାକ ସିଙ୍ଗର ଥିଲେ ସେ ଏହି ଦୁନିଆରେ ଆଉ ନାହାନ୍ତି । ତପୁ ମିଶ୍ରଙ୍କ ଦେହାନ୍ତର ଖବର ଗତକାଲି ସକାଳୁ ସକାଳୁ ମିଳିଥିଲା । ସୂଚନା ଅନୁସାରେ ଗତକାଲି ରାତି ୧୧ ଟା ରେ ତାଙ୍କର ଦେହାନ୍ତ ହୋଇଛି ବୋଲି କୁହାଯାଉଛି । ଏମିତିରେ ଯେତେବେଳେ ତପୁ ମିଶ୍ରଙ୍କ ଦେହାନ୍ତର ଖବର ସାମ୍ନାକୁ ଆସିଲା ତେବେ ଏହା ନିଆଁ ଭଳି ପୁରା

ଓଡିଶାରେ ବ୍ୟାପିଗଲା । କିନ୍ତୁ କୋବିଡ କଟକଣା ପାଇଁ ତାଙ୍କର ବନ୍ଧୁ ବାନ୍ଧବ, ଓଲିଉଡ ଇଣ୍ଡଷ୍ଟ୍ରିର ଷ୍ଟାରମାନେ ଓ ଫ୍ୟାନମାନେ ତାଙ୍କର ଶେଷ ଦର୍ଶନ କରି ପାରିଲେ ନାହିଁ । କିନ୍ତୁ ଏହା ସତ୍ବେ ବି କିଛି ଲୋକମାନେ ତାଙ୍କର ଘର ପାଖରେ ଓ ଶ୍ମଶାନରେ ତାଙ୍କୁ ଦେଖିବା ପାଇଁ ଯାଇଥିଲେ ।

କହିଦେଉଛୁ କି ତପୁ ମିଶ୍ରଙ୍କ ଅଚାନକ ବିୟୋଗ ଦ୍ଵାରା ତାଙ୍କର ପରିବାର ବିଶେଷ କରି ତାଙ୍କର ସ୍ଵାମୀଙ୍କୁ ଶକ୍ତ ଆଘାତ ଲାଗିଛି । କେବଳ ତାଙ୍କର ସ୍ଵାମୀଙ୍କୁ ନୁହେଁ ଓଲିଉଡ ଇଣ୍ଡଷ୍ଟ୍ରିର ଏହା ବହୁତ ବଡ କ୍ଷତି ଅଟେ । ତାଙ୍କ ସ୍ଵାମୀଙ୍କ ଅନୁସାରେ ତାଙ୍କୁ ବିଶ୍ଵାସ ଥିଲା କି ତାଙ୍କର ପତ୍ନୀ ତପୁ ମିଶ୍ର ସୁସ୍ଥ ହୋଇ ଘରକୁ ଫେରି ଆସିବେ । କାରଣ ଗତ ଦୁଇ ମାସ ହେବ ତାଙ୍କର କରୋନା ଚିକିତ୍ସା ଚାଲୁଥିଲା ।

ସମସ୍ତେ ଚିନ୍ତା କରୁଥିଲେ କି ସେ ସୁସ୍ଥ ହୋଇଯିବେ । କିନ୍ତୁ ଯେତେବେଳେ ଗତକାଲି ମୃତ୍ୟୁର ଖବର ସାମ୍ନାକୁ ଆସିଲା ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କହିଦେଉଛୁ କି ଗତକାଲି ହିଁ ତାଙ୍କର ଶ୍ମଶାନରେ ଶେଷ କୃତ୍ୟ ସମାପ୍ତ ହୋଇ ଯାଇଛି । ଆଜି ଆମେ ଆପଣଙ୍କ ପାଇଁ ତପୁ ମିଶ୍ରଙ୍କ ଶେଷ ସମୟର କିଛି ଦୃଶ୍ୟ ନେଇ ଆସିଛୁ ।

ହସ୍ପିଟାଲରେ ତାଙ୍କର ମୃତ ଶରୀରକୁ ପ୍ରଥମେ ତାଙ୍କର ବାସଭବନକୁ ନିଆ ଯାଇଥିଲା । ଯେଉଁଠି ତାଙ୍କର ପରିବାର ଲୋକମାନେ ତାଙ୍କୁ ଦେଖିବା ମାତ୍ରେ ହିଁ କାନ୍ଦିବା ଆରମ୍ଭ କରି ଦେଇଥିଲେ । କାରଣ କେହି ବି ଜାଣି ନ ଥିଲେ କି ଏହିଭଳି ଅଚାନକ ତପୁ ମିଶ୍ର ଆମ ସମସ୍ତଙ୍କୁ ଛାଡି ଚାଲିଯିବେ । ଘରେ ତାଙ୍କୁ ପ୍ରଥମେ ହଳଦୀ, ଶାଢ, ଫୁଲ, ସିନ୍ଦୁର ଇତ୍ୟାଦିରେ ସଜ୍ଜିତ କରାଗଲା ।

ଯେଉଁଭଳି ଏକ ସଧବା ନାରୀର ଅନ୍ତିମ ସଂସ୍କାର କରାଯାଏ ସେହିଭଳି ସମସ୍ତ ନୀତି ନିୟମରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେଲା । ଏହା ପରେ ତାଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ଘରୁ ସତ୍ୟନାଗର ଶ୍ମଶାନକୁ ନିଆଗଲା । ଯେଉଁଠି ଅନ୍ୟ କିଛି ନୀତି ନିୟମ ପରେ ତାଙ୍କର ଶରୀରକୁ ଜୁଇରେ ରଖି ଅଗ୍ନି ପ୍ରଦାନ କରାଗଲା । କହିବାକୁ ଗଲେ ଏହି ସବୁ ଦୃଶ୍ୟ ବହୁତ ହିଁ ଦୁଃଖ ଦାୟକ ଅଟେ ।

Leave a Reply

Your email address will not be published. Required fields are marked *