ସାବଧାନ୍ ! ଘାତକ ହେଲାଣି କରୋନା, ତୀବ୍ର ଗତିରେ କରୁଛି ଶିଶୁଙ୍କୁ ଆକ୍ରାନ୍ତ, ଆପଣଙ୍କ ପିଲା ଦେହରେ ନାହିଁ ତ ଏହି ଲକ୍ଷଣ ?

ଡାକ୍ତରମାନଙ୍କ କହିବା ଅନୁଯାୟୀ, ଶିଶୁମାନଙ୍କ ଦେହରେ କରୋନାର ଅଜବ ଲକ୍ଷଣ ଦେଖା ଦେଉଛି । ବହୁ ଶିଶୁଙ୍କ ଶରୀରରେ ତ୍ଵଚା ସମ୍ବନ୍ଧିତ ରୋଗ ହେଉଛି ।

ସୂଚନାନୁଯାୟୀ, କରୋନାର ପ୍ରଥମ ଲହରୀ ବେଳେ ୨୦୨୦ ମାର୍ଚ୍ଚ ୯ରୁ ସେପ୍ଟେମ୍ବର ୨୫ ମଧ୍ୟରେ ୧୯ ହଜାର ୩୭୮ ଜଣ ୧୦ ବର୍ଷରୁ ଛୋଟ ପିଲା କରୋନା ସଂ-କ୍ର-ମି-ତ ଚିହ୍ନଟ ହୋଇଥିଲେ । ସେହିପରି ୧୧ ରୁ ୨୦ ବର୍ଷ ମଧ୍ୟରେ ୪୧ ହଜାର ୯୮୫ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଦ୍ଵିତୀୟ ଲହରୀ ରେକର୍ଡ ଭାଙ୍ଗିଥିଲା । ୨୦୨୧ ମେ ୧ ରୁ ୧୬ ତାରିଖ ମଧ୍ୟରେ ଏଯାଏଁ ୧୯ ହଜାର ଶିଶୁ କରୋନା ସଂ-କ୍ର-ମି-ତ ହୋଇସାରିଲେଣି ।

ଦେଶରେ କରୋନାର ତୃତୀୟ ଲହରୀ ପୂର୍ବରୁ ଶିଶୁଙ୍କୁ ଆ-କ୍ରା-ନ୍ତ କଲାଣି କରୋନା । କର୍ଣ୍ଣାଟକରେ ତୀବ୍ର ଗତିରେ ଶିଶୁଙ୍କୁ ଆ-କ୍ରା-ନ୍ତ କରୁଛି କରୋନା ଭୂତାଣୁ । ବିଶେଷଜ୍ଞଙ୍କ ଆକାଳନ ଅନୁଯାୟୀ, କରୋନାର ତୃତୀୟ ଲହରୀ ଶିଶୁମାନଙ୍କ ପାଇଁ ଘାତକ ହେବ । ହେଲେ ଦ୍ଵିତୀୟ ଲହରୀ ବେଳୁ କର୍ଣ୍ଣାଟକରେ ଏହା କାୟା ବିସ୍ତାର କରିବା କରିବା ଆରମ୍ଭ କରିଦେଲାଣି । କର୍ଣ୍ଣାଟକରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସତର୍କ ହୋଇଗଲେଣି ।

ଶିଶୁ ମାନଙ୍କ ଶରୀରରେ ଦେଖାଦେଉଥିବା କରୋନା ଲକ୍ଷଣ-

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁ ପିଲାମାନେ କରୋନା ସଂ-କ୍ର-ମି-ତ ସେମାନଙ୍କୁ ହାଲକା ଜ୍ଵର, ଥଣ୍ଡା, କାଶ, ଥକ୍କା ଲାଗିବା, ନିଃଶ୍ଵାସ ନେବାରେ ଅସୁବିଧା ହେବା, ସ୍ଵାଦ ହରାଇବା, ମାଂଶପେଶୀ ପୀଡା ହେବା, ଭଳି ଲକ୍ଷଣ ଦେଖା ଦେଉଛି । କିଛି ପିଲାମାନଙ୍କର ପେଟ ସମସ୍ୟା ଦେଖାଦେଉଛି ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ପିଲାମାନଙ୍କ ଶରୀରରେ ମଲ୍ଟି ଇମ୍ପ୍ଲିମେଣ୍ଟାରୀ ସିଣ୍ଡ୍ରମ ନାମକ ଏକ ନୂଆ ସିଣ୍ଡ୍ରମ ଦେଖିବାକୁ ମିଳୁଛି । ଏହା ଦ୍ଵାରା ଶିଶୁମାନଙ୍କ ଶରୀରରେ ତ୍ଵଚା ସମସ୍ୟା, ପେଟ ସମସ୍ୟା, ବାନ୍ତି ହେବା, ହୃଦ ସ୍ପନ୍ଦନ ବଢିବା, ଆଖି ନାଲି ପଡିବା, ଓଠ ଶୁଖିଯିବା, ମୁଣ୍ଡ ବ୍ୟଥା ଭଳି ଲକ୍ଷଣ ଦେଖାଯାଉଛି ।

ତେବେ ଯଦି ଆପଣଙ୍କ ପିଲାମାନଙ୍କ ମଧ୍ୟରେ ବି ଏଭଳି କିଛି ଲକ୍ଷଣ ଦେଖା ଦେଉଛି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯେତେ ପାରୁଛନ୍ତି ସାବଧାନ ରୁହନ୍ତୁ ନିଜ ସହ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତୁ । ଅତିଆବଶ୍ୟକ ନଥିଲେ ବାହାରକୁ ବାହାରନ୍ତୁ ନାହିଁ କି ବିଶେଷ ଲୋକଙ୍କ ସମ୍ପର୍କରେ ଆସନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *