ଶୀତଦିନେ ପାଦ ଫାଟିବା ସମସ୍ୟାରୁ କେମିତି ପାଇବେ ମୁକ୍ତି? Dr Kishan Agarwal

ବିଶେଷ କରି ଶିରଦିନରେ ଆମ ଶରୀରରେ ପାଣି ଓ ତେଲ ଅଂଶ କମିଯାଏ । ଏହାର କାରଣ ହେଉଛି ଋତୁ ପରିବର୍ତ୍ତନ ଯୋଗୁ ଆମ ଶରୀରରେ ମଶ୍ଚରାଇଜର କମ ହୋଇଯାଏ । ଏପରି ହେବା ଦ୍ଵାରା ଆମ ସ୍କିନ ସୁଖିବା ସହ ଡ୍ରାଏ ହୋଇଯାଏ । ଏମିତିକି ଆମ ସ୍କିନରେ ମଶ୍ଚରାଇଜର କମ ହୋଇଯାଏ । ଏହା ଦ୍ଵାରା ସ୍କିନ ଜନିତ ଅନେକ ରୋଗ ସୃଷ୍ଟି ହୋଇଥାଏ । ଶୀତଦିନରେ କେତେ ଜଣଙ୍କର ପାଦ ଫାଟିବା ସହ କ୍ରାକ ହୋଇ ପାଦ ଦରଜ ହୋଇଯାଏ । ଏହା ଦ୍ଵାରା ଇନଫେକସନ ମଧ୍ୟ ହୋଇଥାଏ । ପାଦ ଫାଟିବାର ଅନେକ ମୁଖ୍ୟ କାରଣ ରହିଛି ।

ସବୁଠାରୁ ପ୍ରଥମ କାରଣ ହେଉଛି ପାଦ ତଳେ ଏକଜିମା ହେବା । ଦିତୀୟ କାରଣ ହେଉଛି ପାଦ ତଳେ ସୋରିୟାସିସ ହେବା । ତୃରୀୟ କାରଣ ହେଉଛି ସ୍କିନ ଡ୍ରାଏ ହୋଇଥିବାରୁ ଶୀତଦିନରେ ଆପେ ଆପେ ପାଦ ଫାଟିଥାଏ । ଚତୁର୍ଥ କାରଣ ହେଉଛି ଜେନେଟିକ କାରଣ ଯାହା ଦ୍ଵାରା ପାଦ ଫାଟିଥାଏ । ପଞ୍ଚମ ଅକରଣ ହେଉଛି ଧୂଳିମାଟି କାମ ବା ଅଧିକ ପାଣିରେ ରହିଲେ ପାଦ ଫାଟିଥାଏ । ଏଥିପାଇଁ ଯେଉଁ ବ୍ୟକ୍ତିଙ୍କର ଶୀତଦିନରେ ପାଦ ଫାଟିଥାଏ ସେମାଙ୍କର ଚିକିତ୍ସା ସ୍ୱରୂପ ପ୍ରଥମେ କେଉଁ କାରଣ ପାଇଁ ପାଦ ଫାଟୁଛି ତାହା ଡାକ୍ତର ମାନେ ଜାଣିବାକୁ ଚେଷ୍ଟା କରିଥାନ୍ତି ।

ଏହା ପରେ ଯଦି ଡାଇବେଟିସ ତାହାଏ ତେବେ ସେହି ବ୍ୟକ୍ତିର ସୁଗାର ଲେବଲ କମ କରିବା ପାଇଁ ମେଡିସନ ନେବାକୁ ପଡିଥାଏ । ଏହା ପରେ ଯଦି କୌଣସି ବ୍ୟକ୍ତି ବିଳବାଡି କାମ କରୁଛି ବା ଧୂଳିମାଟିରେ କାମ କରୁଛି ବା ସର୍ଫରେ ଅଧିକ ସମୟ କାମ କରୁଛି ତେବେ ଏଥିପ୍ରତି ସାବଧାନ ରହିବା ଉଚିତ । କିଛି ଲୋକ ମାନେ ପାଦରେ ବ୍ରସ ଘଷିଥାନ୍ତି ପାଦ ସଫା କରିବା ପାଇଁ । କିନ୍ତୁ ଏପରି କରିବା ଉଚିତ ନୁହେଁ । ଏହା ଦ୍ଵାରା ପାଦ ଅଧିକ ଡ୍ରାଏ ହୋଇଯାଏ । ଡାକ୍ତରଙ୍କ କହିବା ମୁତାବକ ପାଦକୁ ନଖ ଉଷୁମ ପାଣିରେ ଭଲ ଭାବେ ଧୋଇବା ଉଚିତ ।

ସକାଳେ ଓ ରାତିରେ ଦୁଇ ଥର ପାଦକୁ ଉଷୁମ ପାଣିରେ ଭଲ ଭାବ ଧୋଇ ଦେଇ ମଶ୍ଚୁରାଇଜର ବ୍ୟବହାର କରିବା ଉଚିତ । ପାଦ ଫାଟିବା ପାଇଁ କିଛି ଲଗା ପ୍ରକାର ମଶ୍ଚୁରାଇଜର ଲଗାଇବା ଉଚିତ । ବିଲବାଡି କାମ କରୁଛନ୍ତି ତ ପାଦରେ ଜାରି ବାନ୍ଧି କରନ୍ତୁ ଯେପରି ମାଟି ନ ଲାଗିବ । ଯଦି ଆପଣ ଅଧିକ ପାଣି କାମ କରୁଛନ୍ତି ତେବେ ସାବଧନତା ଅବଲମ୍ବନ କରନ୍ତୁ ।

ଏମିତିକି ଶୀତଦିନରେ ଘରେ ମଉଜା ପିନ୍ଧିବା ଉଚିତ । ଯଦି ପାଦ ଫାଟି ଦରଜ ହେଉଛି ତେବେ ଇନଫେକସନ ଯୋଗୁ ଏପରି ହୋଇଥାଏ । ଏଥିପାଇଁ କିଛି ମେଡିସିନର ସେବନ କରିବାକୁ ପଡିଥାଏ । ଯଦି ପାଦ ଜନିତ କୌଣସି ସମସ୍ଯା ରହିଥାଏ ତେବେ ସ୍କିନ ସ୍ପେସାଲିଷ୍ଟଙ୍କ ସହ କଂସଲ୍ଟ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *