ସାମ୍ନାକୁ ଆସିଲା ଦେଶର ସବୁଠୁ ବିଶ୍ଵସ୍ତ Bankର List, ଏହି ବ୍ୟାଙ୍କରେ ରଖିଲେ ଟଙ୍କା ରହିବନି ବୁଡିବାର ଭୟ

ବନ୍ଧୁଗଣ ରିଜର୍ଭ ବ୍ଯାଙ୍କ ଜାରି କରିଛି ବିଶ୍ଵର ସବୁଠାରୁ ସୁରକ୍ଷିତ ବ୍ୟାଙ୍କର ତାଲିକା । ପ୍ରତି ବର୍ଷ 2022 ରିପୋର୍ଟ ଆଧାରରେ ରିଜର୍ଭ ବ୍ଯାଙ୍କ ଏହି ବ୍ୟାଙ୍କର ତାଲିକା ପ୍ରକାଶ କରିଛି । ଏହି ବ୍ୟାଙ୍କରେ ଗ୍ରାହକ ଓ ଅର୍ଥ ବ୍ୟବସ୍ଥା ପାଇଁ  ଅତ୍ୟନ୍ତ ଜରୁରୀ ଅଟେ । କାରଣ ଏହି ବ୍ୟାଙ୍କର କ୍ଷତି ହେଲେ ପୁରା ଦେଶର ବ୍ଯାଙ୍କ ଗୁଡିକର ଆର୍ଥିକ କ୍ଷତି ହେବ । ତେଣୁ RBI ଡୋମେଷ୍ଟିକ ସିଷ୍ଟମେଟିକାଳ ଇମପୋର୍ଟ ବ୍ଯାଙ୍କ ବା DSIB 2022 ର ତାଲିକା ଜାରି କରିଛି ।

ଯେଉଁଥିରେ ଜାତୀୟ ଓ 2ଟି ପ୍ରାଇଭେଟ ସେକ୍ଟର ବ୍ଯାଙ୍କ ସାମିଲ ଅଛନ୍ତି । 2021ରେ ସାମିଲ ଥିବା ବ୍ଯାଙ୍କ ପୁଣି ଥରେ ଏଥିରେ ସ୍ଥାନ ପାଇଛନ୍ତି । ଚଳିତ ବର୍ଷ ଦେଶର ସବୁଠାରୁ ଈଶ୍ବସ୍ତ ଓ ସୁରକ୍ଷିତ ବ୍ଯାଙ୍କ ତାଲିକାରେ ଅଛନ୍ତି SBI, HDFC ବ୍ଯାଙ୍କ ଓ ICICI ବ୍ଯାଙ୍କ । ତେବେ ଏସବୁ ବ୍ଯାଙ୍କ ଉପରେ RBI ର ଖାସ ନଜର ରହିଥାଏ । ଏମାନଙ୍କର ବୁଡିବାର ସମ୍ଭାବନା ନ ଥାଏ ।

କାରଣ ଡୋମେଷ୍ଟିକ ଇମପୋର୍ଟ ବ୍ୟାଙ୍କରେ ସାମିଲ ହେବାକୁ ହେଲେ RBIର ଏକ ନିର୍ଦ୍ଦିଷ୍ଟ ମାନକ ପୂରଣ କରିବାକୁ ପଡେ । ଏହି ବ୍ଯାଙ୍କ ଗୁଡକି ରିସ୍କ ୱେଟେଡ ଆସେର୍ଟ ର କିଛି ପ୍ରତିସତ ଟିଅର-1 ଭାବେ ଜମା ରଖିବାକୁ ପଡେ । ଆରବିଆଇ ର ନିୟମ ଅନୁଯାୟୀ ଏସବିଆଇ ନିଜ ରିସ୍କ ୱେଟେଡ ଆସେର୍ଟ ର 0.60 ପ୍ରତିଶତ ଟିଆର ଇକ୍ୟୁଦ ଭାବେ ଜମା ରଖିବ । HDFC ଓ ICICI ଏହାର 0.20% ତିଆର ଜମା ରଖିବ ।

ଏବେ କଣ ଏହି ରିସ୍କ ୱେଟେଡ ଆସେର୍ଟ ? ଅତି ସହଜରେ କହିବାକୁ ଗଲେ ବ୍ଯାଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ସରକାର ହେଉ ବା ବ୍ଯବସାୟିକ ସଙ୍ଘଠନକୁ ହେଉ ବା ଗ୍ରାହକଙ୍କୁ ଲୋନ ଦେଇଥାଏ । ଏମାନଙ୍କ ଠାରୁ ଲୋନ ର ସୁଧ ଆକାରରେ ଆଦାୟ ହେଉଥିବା ଅର୍ଥକୁ ରିସ୍କ ୱେଟେଡ ଆସେର୍ଟ ବୋଲି କୁହାଯାଏ । ଟିଅର-1 ହେଉଛି ବ୍ଯାଙ୍କ ପ୍ରାଇମେରୀ ଫଣ୍ଡିଙ୍ଗ ବ କୋର କ୍ୟାପିଟାଲ ।

ବ୍ଯାଙ୍କ ଆରବିଆଇ ରେ କିଛି ଅର୍ଥ ପଇଠ କରିବା, ଗ୍ରାହକଙ୍କ ଆକାଉଣ୍ଟ ମେଣ୍ଟେନାଂଶରେ ଖର୍ଚ୍ଚ, ନିଜ କର୍ମଚାରୀଙ୍କୁ ଦରମା ଦେବା ପରେ ଯାହା ପଇଠ ବଳିଥାଏ ତାହାକୁ ଟିଅର-1 ଆକାରରେ ଜମା ରଖେ । ଏହା କୌଣସି ଆପତ୍ତିକାଳୀନ ସ୍ଥିତିରେ ବ୍ୟାଙ୍କର କାମରେ ଆସିଥାଏ । ତେବେ ଆରବିଆଇ 2015 ଠାରୁ ଏଭଳି ସୁରକ୍ଷିତ ବ୍ଯାଙ୍କ ଗୁଡିକର ତାଲିକା ପ୍ରକାଶ କରିଆସୁଛି ।

ଦେଶର ଆର୍ଥିକ ସ୍ଥିତିକୁ ସ୍ଥିର ରଖିବାକୁ ଏହା ବେସ ଜରୁରୀ । ପ୍ରତି ବର୍ଷ ଅଗଷ୍ଟରେ ଜାତୀୟ ଓ ପ୍ରାଇଭେଟ ସେକ୍ଟର ବ୍ଯାଙ୍କ ଗୁଡିକର ସ୍ଥିତି ସେମାନଙ୍କର ଆର୍ଥିକ କାରୋବାରକୁ ସର୍ଭେ କରି ଏହି ତାଲିକା ପ୍ରସ୍ତୁତ କରିଥାଏ ଆରବିଆଇ ।

2015ରୁ ଏ ଯାଏଁ କେବଳ ଏହି 3ଟି ବ୍ଯାଙ୍କ ହିଁ ଏହି ତାଲିକାରେ ସାମିଲ ହୋଇପାରିଛନ୍ତି । ଏହାର ଅର୍ଥ ଏହି ବ୍ଯାଙ୍କ ଗୁଡିକର ଦେଶର ସବୁଠାରୁ ସୁରକ୍ଷିତ ବ୍ଯାଙ୍କ ଯେଉଁ ଠାରେ ଟଙ୍କା ସମ୍ପତି ଜମା ରଖିଲେ ସୁରକ୍ଷିତ ରହିବ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *