ମହାମାରୀ କୋରୋନା ମଣିଷକୁ କେତେ ନିଃସହାୟ କରିପାରେ ତା’ର ସଦ୍ୟତମ ଉଦାହରଣ ଜାତୀୟ ରାଜଧାନୀ ଦିଲ୍ଲୀରୁ ଆସିଛି । ବ୍ୟକ୍ତି ଯେତେ ପ୍ରଭାବଶାଳୀ ହୁଅନ୍ତୁ ନା କାହିଁକି ମହାମାରୀର ପ୍ରକୋପରୁ କେହି ସୁରକ୍ଷିତ ନୁହଁନ୍ତି । ସ୍ଥିତି ଏପରି ହୋଇଛି, ଯେ ଦେଶର ଷ୍ଟାର କ୍ରିକେଟର ମଧ୍ୟ ନିଜର ପରିବାର ସଦସ୍ୟଙ୍କ ପାଇଁ ମେଡିସିନ ପଠାଇବାକୁ ନେହୁରା ହୋଇଛନ୍ତି ।
କ୍ରିକେଟର ଉନ୍ମୁକ୍ତ ଚାନ୍ଦଙ୍କ ମା’ ଓ ଦାଦା କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଶନିବାର ଟ୍ବିଟ ଯୋଗେ ଯେତେ ଶୀଘ୍ର ସମ୍ଭବ କୋଭିଡ-19ର ଜୀବନରକ୍ଷକ ମେଡିସିନ ରେମଡେସିଭର ଯୋଗାଇଦେବାକୁ ଅପିଲ କରିଛନ୍ତି ଉନ୍ମୁକ୍ତ ।
ଉନ୍ମୁକ୍ତଙ୍କ ନେତୃତ୍ବରେ ବର୍ଷ 2012ରେ ଟିମ ଇଣ୍ଡିଆ 19 ବର୍ଷରୁ କମ କ୍ରିକେଟ ବିଶ୍ବକପ ବିଜୟୀ ହୋଇଛି । ଅଷ୍ଟ୍ରେଲିଆକୁ ହରାଇ ବିଶ୍ବ ଜିଣିଥିଲା ଭାରତ । ଏହି ମ୍ୟାଚରେ 111 ରନ୍ର ମାରାଥନ ଅଧିନାୟକ ଇଂନିସ ଖେଳିଥିଲେ ଉନ୍ମୁକ୍ତ ।
Immediately require Remdesevir vials for my mother and uncle who are suffering from Covid 19. Kindly send leads ASAP pic.twitter.com/VqepVzfcPH
— Unmukt Chand (@UnmuktChand9) April 17, 2021
ଉନ୍ମୁକ୍ତ ଡାକ୍ତରଙ୍କ ଏକ ପ୍ରେସକ୍ରିପସନକୁ ଟ୍ବିଟ କରିବାର କିଛି ସମୟ ମଧ୍ୟରେ ଅନେକ ଫଲୋଅର୍ସ ରିଟ୍ବିଟ କରିବା ଆରମ୍ଭ କରିଥିଲେ । କିଛି ଫ୍ୟାନ୍ସ ଦେଶରେ ଥିବା ଏହି ମେଡିସିନର ଡିଷ୍ଟ୍ରିବ୍ୟୁଟରଙ୍କ ତାଲିକା ଦେଇଥିଲେ । ଦେଶରେ କୋଭିଡ-19 ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଏହି ମେଡିସିନର ଅଭାବ ରହିଥିବା କୁହାଯାଉଛି ।
କରୋନା ଏମିତି ଦ୍ରୁତ ଗତିରେ ବାଢୁଛି କି ସମସ୍ତଙ୍କ ଚିନ୍ତା ବଢି ଗଲାଣି । ଏବେ ଯେମିତିକି ଆପଣ ଜାଣିଛନ୍ତି ସବୁ ସ୍ଥାନରେ ସ-ଟଡାଉନ ହେବା ସହ କୀଚ ଜାଗାରେ ଲକଡାଉନର ପରିସ୍ଥିତି ଉପୁଜିଲାଣି । ଲୋକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମହରାଷ୍ଟ୍ରର ଅବସ୍ଥା ତ ବହୁତ ଗୁରରୁତ୍ବପୂର୍ଣ୍ଣ ହେଲାଣି ଏହା ସହ ଓଡିଶାରେ ଦିନକୁ ଦିନ ହୁ ହୁ ହୋଇ କରୋନା ବଢି ଚାଲିଛି । କିନ୍ତୁ ଏବେବି କିଛି ଲୋକ ଏହାକୁ ବେଖାତିର କରି ନିୟମ ମାନୁ ନାହାନ୍ତି ।
ଆମର ଆପଣ ମାନଙ୍କୁ ଅନୁରୋଧ ଦୟା କରି ସରକାରଙ୍କ ଦ୍ଵାରା ଦିଆ ଯାଇଥିବା ନିର୍ଦେଶ ଅନୁ ସାରେ ଚଳନ୍ତୁ, ମାସ୍କ ପିନ୍ଧାନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ । ଆପଣ ସୁରକ୍ଷିତ ରହିଲେ ଆପଣଙ୍କ ପରିବାର ମଧ୍ୟ ସୁରକ୍ଷିତ ରହିବ । କାହିଁକି ନା ଯେଉନଭଳି ଏହା ବାଢୁଛି କେବେ କଝ ଠାରୁ କାହାକୁ ଏହା ବ୍ୟାପୀବ ତାହା କହିବା ମୁସଲ୍କିଲ । ବର୍ତ୍ତମାନ ଟ ସବୁ ବଡ ବଡ ସ୍ତର ଓ ନେତା ମାନଙ୍କୁ ମଧ୍ୟ ଏହା ସଂକ୍ରମଣ କରି ସଋ ଲାଣି ।