ସୋସିଆଲ ମିଡିଆରେ ଭାଇରାଲ ହେଉଛି Ranu Mandalଙ୍କ ମାନିକେ ମାଗେ ହିଥେ…

ରାନୁ ମଣ୍ଡଲ ଯିଏକି ଗୋଟିଏ ସମୟରେ ସୋ-ସି-ଆ-ଲ- ମି-ଡି-ଆ-ରେ ସବୁଠୁ ଚର୍ଚିତ ଷ୍ଟାର ଥିଲେ ସେ ଆଜି ପୁଣି ଥରେ ଚର୍ଚାରେ ଆସି ଯାଇଛନ୍ତି । ସେ ଶ୍ରୀଲଙ୍କାର ଏକ ଫେମସ ଗୀତ ମାନିକେ ମାଗେ ହିଥେ ଗୀତ ଗାଇ ପୁଣି ଲୋକ ଲୋଚନକୁ ଆସି ଯାଇଛନ୍ତି । ରାନୁ ମଣ୍ଡଲ ଏହି ଗୀତ ଗାଉଥିବାର ଏକ ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ- ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେବାରେ ଲାଗିଛି । ୨୦୧୯ରେ ରାନୁ ମଣ୍ଡଲ ଏକ ରେଲେୱେ ଷ୍ଟେସନରେ ପ୍ୟାର କେ ନାଗମା ଗୀତ ଗାଇ ସେହି ସମୟରେ ଷ୍ଟାର ହୋଇ ଯାଇ ଥିଲେ ।

ସେହି ସମୟରେ ତାଙ୍କର ଏହି ଭି-ଡି-ଓକୁ କୋଟି କୋଟି ଦର୍ଶକ ଦେଖି ଥିଲେ । ଏହା ପରେ ହିମେଶ ରେସେମିୟା ରାନୁ ମଣ୍ଡଲକୁ ଏକ ଗୀତ ପାଇଁ ଅଫର ଦେଇ ଥିଲେ ଓ ଦେଖୁ ଦେଖୁ ରାନୁ ମଣ୍ଡଲ ଷ୍ଟାର ହୋଇଗଲେ । କିନ୍ତୁ କିଛି ଦିନ ପରେ ରାନୁ ମଣ୍ଡଲ ବିବାଦ ମଧ୍ୟକୁ ଚାଲି ଆସିଲେ ଓ ଅଚାନକ ସେ ଗାୟବ ହୋଇଗଲେ ।

ଏହିଭଳି ଭାବରେ ରାନୁ ମଣ୍ଡଲଙ୍କ ଜୀବନରେ ସୂର୍ଯ୍ୟ ଉଦୟ ହେଉ ହେଉ ପୁଣି ଥରେ ଅନ୍ଧାର ହୋଇଗଲା । ଗତ କିଛି ମାସ ହେବ ସେ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ଏହା ବିଷୟରେ କେହି ବି ଜାଣି ନାହାନ୍ତି । ଇଂଷ୍ଟାଗ୍ରାମରେ ଏକ ନୂଆ ଭି-ଡି-ଓ ଭା-ଇ-ରା-ଲ ହେଉଛି, ଏହି ଭି-ଡି-ଓରେ ରାନୁ ମଣ୍ଡଲ ପୁଣି ଥରେ ଗୀତ ଗାଉଥିବାର ନଜର ଆସୁଛନ୍ତି ।

ବର୍ତ୍ତମାନ ରାନୁ ମଣ୍ଡଲ ପ୍ରସିଦ୍ଧ ଶିଙ୍ଗର ୟୋ ହାନିଙ୍କ ଗୀତ ମାନିକେ ମାଗେ ହିଥେ ଗାଇ ପୁଣି ଚର୍ଚାରେ ଆସିବା ସହ ତାଙ୍କର ଏହି ଭି-ଡି-ଓ ବହୁତ ଭା-ଇ-ରା-ଲ ମଧ୍ୟ ହେଉଛି । କିଛି ଲୋକମାନେ ଏହି ଭି-ଡି-ଓର ବହୁତ ପ୍ରଶଂସା ବି କରୁଛନ୍ତି । କହିଦେଉଛୁ କି ଶ୍ରୀଲଙ୍କାର ଜଣା ଶୁଣା ଗାୟିକା ୟୋ ହାନି ସିଙ୍ଘାଳି ଭାଷାରେ ମାନିକେ ମାଗେ ହିଥେ ଗୀତ ଗାଇଥିଲେ ।

ଏହା ପରେ ସୋ-ସି-ଆ-ଲ- ମି-ଡି-ଆ-ରେ ତାଙ୍କର ଏହି ଗୀତ ସାମ୍ନାକୁ ଆସିବା ପରେ ସମସ୍ତେ ତାଙ୍କର ଏହି ଗୀତକୁ ବହୁତ ପସନ୍ଦ କରିବା ସହିତ ନିଜେ ମଧ୍ୟ ଏହି ଗୀତକୁ ଗାଉଛନ୍ତି । ଏହା ସହିତ କେତେକ ଲୋକମାନେ ଏହି ଗୀତକୁ ନିଜ ଭାଷାରେ ମଧ୍ୟ ଗାଉଛନ୍ତି । ଅନ୍ୟ ପଟେ ୟୋ ହାନି ବର୍ତ୍ତମାନ ଭାରତୀୟ ଗୀତିକାରଙ୍କ ସହ ଗୀତ ଗାଇବା ପାଇଁ ନିଜର ଇଚ୍ଛା ଜାହିର କରିଛନ୍ତି ।

Leave a Reply

Your email address will not be published. Required fields are marked *