Live ଆସି ଅଭିନେତ୍ରୀ “Jhilik” କାହିଁକି କହିଲେ ଏପରି, ଦେଖନ୍ତୁ Video

ବନ୍ଧୁଗଣ, ଆମ୍ଭେମାନେ ମୁଖ୍ୟତ ଓଡିଆ ଇଣ୍ଡଷ୍ଟ୍ରି ରେ ଥିବା କଳାକାର ଙ୍କୁ ପରଦାରେ ଦେଖିବାକୁ ଭଲ ପାଇଥାଉ । ଆମ୍ଭ ମାନଙ୍କ ପସନ୍ଦ ଅନୁସାରେ ଆମ୍ଭେ ଅଭିନେତା ତଥା ଅଭିନେତ୍ରୀ ଙ୍କ ଚଳଚିତ୍ର ଅଥବା ରିୟାଲିଟି ସୋ ଦେଖିଥାଉ । ମାତ୍ର କେତେକ ସମୟରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଟ୍ରୋଲ କରିଥାନ୍ତି ।

ଆଜି ଆମ୍ଭେ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଟ୍ରୋଲିଙ୍ଗ ହେଉଥିବା କଳାକାରଙ୍କ ସମ୍ବନ୍ଧୀୟ ପ୍ରସଙ୍ଗ ବିଷୟରେ କିଛି କହିବାକୁ ଯାଉଅଛୁ । ବନ୍ଧୁଗଣ, ଆପଣ ମାନେ ସମସ୍ତେ ଅଭିନେତ୍ରୀ “ଝିଲିକ” ଙ୍କୁ ଜାଣିଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଖୁବ କମ ସମୟ ନିଜର ଅଭିନୟ ସାରା ଓଡିଆ ବାସୀ ଙ୍କ ସମୁଖରେ ପରଦା ମାଧ୍ୟମରେ ଦେଖାଇଥିଲେ ।

ଏଥିରେ ସେ ବହୁତ ସଫଳ ମଧ୍ୟ ହୋଇଛନ୍ତି । ମାତ୍ର ତାଙ୍କ ବିବାହ ପରେ ବର୍ତମାନ ତାଙ୍କୁ ଆମ୍ଭେ ଆଉ ଓଡିଆ ଚଳଚିତ୍ର ଦୁନିଆରେ ଦେଖିବାକୁ ପାଉନାହୁଁ । ବନ୍ଧୁଗଣ ନିକଟରେ “ରଜ କ୍ୱୀନ” ପ୍ରତିଯୋଗୀତା ର ଜଜ ମାନଙ୍କ ଟ୍ରୋଲିଙ୍ଗ ଘଟଣା ଆପଣ ମାନେ ସମସ୍ତେ ସୋସିଆଲ ମିଡିଆରେ ଦେଖିଥିବେ । ଏହାକୁ ନେଇ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଥିରେ ଅଭିନେତ୍ରୀ “ଝିଲିକ” ଙ୍କୁ ଏକ ପ୍ରଶ୍ନକାରୀ ଯୁବକ ପ୍ରଶ୍ନ କରୁଛନ୍ତି ଯେ,- ଝିଲିକ ଆପଣ ଜଣେ ଅଭିନେତ୍ରୀ ଆପଣ କୁହନ୍ତୁ ଓଡିଆ କଳାକାରଙ୍କୁ ଜନସାଧାରଣ ଅଥବା ଦର୍ଶକେ ଯେଉଁଭଳି ଭାବରେ ଟ୍ରୋଲିଙ୍ଗ କରୁଛନ୍ତି ତାହା କେତେ ଦୂରେ ଠିକ ? ଏ ସବୁ କେତେ ମାତ୍ରାରେ ଅଭିନେତା ତଥା ଅଭିନେତ୍ରୀ ଙ୍କ ଉପରେ ପ୍ରଭାବ ପକାଉଚି ? ଓଡିଆ କଳାକାର ଙ୍କ ମାନସିକ ଚିନ୍ତାଧାରା ଉପରେ ଏହା କେତେ ଦୂରେ ପ୍ରଭାବ ପକାଉଛି ?

ବନ୍ଧୁଗଣ ଏହାପରେ ଅଭିନେତ୍ରୀ “ଝିଲିକ” ଉତ୍ତର ଦେଲେ ଯେ, ଲୋକ ମାନଙ୍କ କାମ ଆମ୍ଭକୁ ଜର୍ଜ କରିବା । ମାତ୍ର ଆମ୍ଭେ ଜାଣିଛୁ ଯେ ଆମ୍ଭେ କେତେଦୂରେ ସଠିକ ତଥା ଭୁଲ ଅଛୁ । ଠିକ ଅଛି ଯଦି କାହାକୁ କଳାକାର ମାନେ ପସନ୍ଦ ଆସୁନାହାନ୍ତି ତେବେ ଆପଣ ମାନେ କାହିଁକି ପରଦାରେ ଦେଖୁଛନ୍ତି ? ଦର୍ଶକେ ଦେଖିବେ ମାତ୍ର ଫଲୋ ମଧ୍ୟ କରିବେ କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଅଛନ୍ତି ଯେଉଁମାନେ କି ଏଭଳି ଟ୍ରୋଲିଙ୍ଗ କରିଥାନ୍ତି ।

ଆମ୍ଭେ ମାନେ କାହାର ଚିନ୍ତାଧାରା କୁ ଅବଶ୍ୟ ବଦଳାଇ ଦେଇପାରିବୁ ନାହିଁ । ମାତ୍ର ସେ ସବୁକୁ ଭୁଲି ଆମ୍ଭକୁ ଆଗକୁ ବଢିବାର ଅଛି । କିଛି କରି ଦେଖାଇବାର ଅଛି । ଲୋକଙ୍କ କାମ କହିବା ତାଙ୍କ ପାଟି କୁ ଆମ୍ଭେ ବଦଳାଇ ପାରିବୁ ନାହିଁ । ମାତ୍ର ସବୁକୁ ଇଗନୋର ମାରି କାମ କରିଚାଲ । ସବୁ ଲୋକ ସମାନ ନୁହନ୍ତି ଏଥିପାଇଁ ଏହା ଆଦୌ ଆବଶ୍ୟକ ନୁହେଁ ଯେ, ସବୁ ଲୋକେ ଅଥବା ଦର୍ଶକେ ଆମ୍ଭକୁ ପସନ୍ଦ କରିବେ । ମାତ୍ର ସମସ୍ତ କଥା କୁ ଭୁଲି ଆଗେଇବାର ଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *