ଏହି ପୃଥିବୀ ପୃଷ୍ଠରେ ତୁଲସୀ ମାତା କେବଳ ଗୋଟେ ଗଛ ନୁହେଁ, ସେ ବରଦାନ ଅଟନ୍ତି । ପୂଜା, ଆୟୁର୍ବେଦ, ଜ୍ୟୋତିଷ ଶାସ୍ତ୍ରରେ ତୁଳସୀ ମାର ବହୁତ ବଡ ମହତ୍ଵ ରହିଛି । ତୁଲସୀର ଔଷଧୀୟ ଗୁଣ ହେଉକି ଈଶ୍ଵରୀୟ ଗୁଣ ହେଉ ବହୁତ ସାରା ଆମ ଗ୍ରନ୍ଥ ପୁରାଣରେ ଉଲେଖ ମିଳିଥାଏ ।
ଔଷଧିର ଭଣ୍ଡାର ଅଟନ୍ତି ତୁଲସୀ ମା, ସେଥିପାଇଁ ତାଙ୍କୁ ଅର୍ଥଦେବ ଔଷଧୀର ସଜ୍ଞା ଦିଆଯାଇଛି । ହିନ୍ଦୁ ପୁରାଣ ହିସାବରେ ତୁଳସୀଙ୍କୁ ହରିପ୍ରିୟା କୁହାଯାଇଛି । ସେଥିପାଇଁ ଏହା ବିଷ୍ଣୁଙ୍କ ପୂଜାରେ କି ବିଷ୍ଣୁଙ୍କ କିଛିବି ଅବତାର ପୂଜାରେ ତୁଲସୀର ପ୍ରୟୋଗ ଓ ତାର ମହତ୍ଵ ଅତ୍ୟଧିକ ଅଟେ ।
କୁହାଯାଏକି ତୁଲସୀର ଚେରରେ ସବୁ ତୀର୍ଥ ହୋଇଥାଏ ମଧ୍ୟରେ ସବୁ ଦେବାଦେବୀଙ୍କ ସ୍ଥାନ ହୋଇଥାଏ ଓ ଉପରି ଶାଖାରେ ବେଦର ସ୍ଥାନ ହୋଇଥାଏ । ସେଥି ପାଇଁ ସବୁଦିନ ସକାଳେ ଉଠି ତୁଳସୀଙ୍କର ଦର୍ଶନ କରନ୍ତୁ, ମନୁଷ୍ୟର ସବୁ ପାପ ନଷ୍ଟ ହୋଇଥାଏ । ତୁଳସୀଙ୍କୁ ମୋକ୍ଷ ପ୍ରଦାୟିନୀ କୁହାଯାଇଛି ସେଥିପାଇଁ କିଛିବି ପୂଜାରେ କିଛିବି ଶ୍ରାଦ୍ଧ କର୍ମରେ ତୁଳସୀଙ୍କ ମହତ୍ଵ ବହୁତ ରହିଛି । ଆଜି ଆମେ ଆପଣଙ୍କୁ ଗୋଟିଏ ଏମିତି ଉପାୟ କହିବୁ ଯାହାର ପ୍ରୟୋଗ କରିବା ଦ୍ଵାରା ସବୁ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ ।
ଜଣକର ଘରର ତୁଲସୀକୁ ଦେଖି ଘରର ବ୍ୟବସ୍ଥାକୁ ବୁଝି ହୋଇଥାଏ । ଯାହା ଘରେ ତୁଲସୀ ରହିଛି ସେହି ଘରେ କିଛି ବିପଦ ଆସିଲେ ତୁଲସୀ ମା ନିଜ ଭିତରକୁ ନେଇଥାଏ । ଦେଖାଯାଏକି କାହା କାହା ଘରେ ତୁଲସୀ ମା ଝାଁଉଳି ଯାଇଥାଏ, ଏମିତି କିଛି ଲୋକଙ୍କ ଘରେ ତୁଲସୀ ଏତେ ସୁନ୍ଦର ହୋଇଥାନ୍ତିକି ଯେମିତି ମା ଲକ୍ଷ୍ମୀ ସେଇ ଘରେ ବାସ କରୁଛନ୍ତି । ଯଦି ଆପଣଙ୍କ ଘରେ କେବେ ତୁଲସୀ ଝାଉଁଳି ଯାଏ ତାଙ୍କୁ ବିଦାୟ ଦେଇ ନୂଆ ତୁଲସୀକୁ ଘରକୁ ଆଣନ୍ତୁ ।
ଐଶାନ କୋଣ ଯାହାକୁ ଆମେ କହିଥାଉ ଏହି ଦିଗରେ ଓ ପୂର୍ବ ଦିଗରେ ଯଦି ତୁଲସୀ ସ୍ଥାପିତ ହୋଇଥାନ୍ତି ସେହି ଘରେ କୌଣସି ପ୍ରକାରର ବାସ୍ତୁଦୋଷ ହୋଇନଥାଏ । ମନେରଖିବ ତୁଳସୀଙ୍କୁ କେବେବି ଘର ଭିତରେ କେବେବି ରଖିବେ ନାହିଁ । ଘରର ମଧ୍ୟ ଭାଗରେ ମନେ ବ୍ରହ୍ମସ୍ଥଳରେ କେବେବି ରଖିବା ଉଚିତ ନୁହେଁ । ଯଦି ଆପଣଙ୍କ ଘରେ ତୁଳସୀଙ୍କ ବୃଦ୍ଧି ବହୁତ କମ ଅଛି ତୁଲସୀର ମାଟିରେ କିଛି ଏପସୋମ ସଲ୍ଟ ଗୋଟେ ଥର ପକାନ୍ତୁ । ଏପସୋମ ସଲ୍ଟରେ ଥିବା ମ୍ୟାଗ୍ନେସିୟମ ତୁଳସୀଙ୍କୁ ବଢିବାରେ ସାହାର୍ଯ୍ୟ କରିବ ।
ତୁଳସୀଙ୍କୁ ଗାଧୋଇବା ପରେ ଗୋଟେ ଲୋଟା ଜଣ ଚଢାନ୍ତୁ ଓ ଯେଉଁଠି ସମ୍ଭବ ହେବ ପରିକ୍ରମା କରନ୍ତୁ । ଯଦି ଆପଣଙ୍କ ଅଗଣାରେ ଜାଗା ନହିଁ ଯେଉଁଠି ଆପଣ ଠିଆ ହୋଇ ପୂଜା କରୁଥିବେ ସେଇଟି ଆପଣ କ୍ଳକ ୱାଇଜ ବୁଲୁବେ । ତା ପରେ ତୁଳସୀଙ୍କୁ ଛୁଇଁ ତାଙ୍କର ଆଶୀର୍ବାଦ ନେଇପାରିବେ । କିଛି ଏମିତି ଦିନ ଥାଏକି ତୁଳସୀଙ୍କୁ ଛୁଇଁବା ଅନୁଚିତ ହୋଇଥାଏ । ଯେମିତିକି ଏକାଦସି, ସୂର୍ଯ୍ୟ ଗ୍ରହଣ, ଚନ୍ଦ୍ର ଗ୍ରହଣ, ଓ ସବୁ ରବିବାରରେ ତୁଆସୀଙ୍କ ସ୍ପର୍ଶ କରିବା ଉଚିତ ନୁହେଁ । ସୂର୍ଯ୍ୟାସ୍ତ ପରେ ତୁଳସୀଙ୍କୁ ଜଳ ଦେବା ଅନୁଚିତ ହୋଇଥାଏ । ଏହି ସମୟରେ ତୁଳସୀଙ୍କ ଆଗରେ ଗୋଟେ ଘିଅ ଦୀପ ଲଗେଇ ପାରିବ ଓ ଏହା ସହିତ ଗୋଟେ ଧୂପ ବତୀ ମଧ୍ୟ ଦେଇପାରିବେ ।
କୁହାଯାଏକି ତୁଳସୀ ମା ଓ ଲକ୍ଷ୍ମୀ ମାତା ଦୁଇଜଣ ଭଲ ସାଙ୍ଗ ଅଟନ୍ତି । ଯେବେ ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରିଥାନ୍ତି ଦୁଇଜଣ ସାଙ୍ଗ ହୋଇ ବସି କଥା ହୋଇଥାନ୍ତି । ଏହି ସମୟରେ ଆପଣ ସ୍ବଚ୍ଛ ହୋଇକି ସଫା ବସ୍ତ୍ର ପିନ୍ଧି ତୁଳସୀଙ୍କ ପାଖରେ ଘିଅ ଦୀପ ଓ ଲୋବାନ, ଗୁଗଳ ଯୁକ୍ତ ସୁଗନ୍ଧ ଧୂପ ଜଳେଇ ଥାନ୍ତି ମା ଲକ୍ଷ୍ମୀଙ୍କୁ ବହୁତ ପ୍ରିୟା ହୋଇଥାଏ । ଅତି ସହଜ ଦୁଇଟି ମନ୍ତ୍ର ତୁଲସୀ ମାଙ୍କ ସାମ୍ନାରେ କୁହନ୍ତୁ ତିନିବାର, ତୁଲସୀ ମାର ପ୍ରସନ୍ନତାକୁ ଦେଖି ମାତା ଲକ୍ଷ୍ମୀ ଘରେ ସ୍ଥାଇ ନିବାସ ବନେଇଥାଏ । ” ହରି ଓଙ୍ଗ” ତୁଲସୀ ମାଙ୍କ ଆଗରେ ତିନିଥର କହିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।