ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ଏମିତି କିଛି ନିୟମ ଅଛି ଯାହାକୁ ପାଳନ କରିଲେ ତାର ସକରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ । ଏହା ଦ୍ଵାରା ଆପଣ ଚିନ୍ତା ଓ କିଛି ରୋଗରୁ ବି ଦୂରେଇ ରହିବେ । ଆପଣ ନିଜର ଭବିଷ୍ୟତକୁ ବି ସୁରକ୍ଷିତ କରି ପାରିବେ । ବହୁତ କମ ଲୋକମାନେ ଜାଣିଛନ୍ତି କି ଯଦି ଆପଣ ସଠିକ ଭାବରେ ଶୋଇବେ ନାହିଁ ତେବେ ମାତା ଲକ୍ଷ୍ମୀ ଓ ମାତା ସରସ୍ଵତୀ ଆପାଣଙ୍କ ଉପରେ ରାଗି ଯିବେ । ଯେମିତି କି ଯଦି ଆପଣ ଶୋଇବା ସମୟରେ ବହିକୁ ମୁଣ୍ଡ ତଳେ କିମ୍ବା ମୁଣ୍ଡ ଉପରେ ରଖି ଶୋଇ ପଡ଼ୁଛନ୍ତି ତେବେ ବିଦ୍ୟା ଦେବୀ ମାତା ସରସ୍ଵତୀଙ୍କ ଅପମାନ ହୋଇଥାଏ ।
ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବହି ଓ ଖାତାକୁ ନିଜ ଉପରେ କିମ୍ବା ବିଛଣାରେ ନିଜ ପାଖରେ ରଖି ଶୋଇ ପଡନ୍ତି । ଯାହାକି ଭୁଲ ଅଟେ । ବାସ୍ତୁ ନିୟମ ଅନୁସାରେ ବହି ପଢି ସାରିବା ପରେ ବହି ଓ ଖାତାକୁ ଉଚିତ ସ୍ଥାନରେ ରଖିବା ଉଚିତ । ନଚେତ ଏହାର ଖରାପ ପ୍ରଭାବ ଆପଣଙ୍କ ଟଙ୍କା ଓ ସ୍ୱାସ୍ଥ୍ୟ ପରେ ପଡି ପାରେ । କେବେ ବି ଶୋଇବା ସମୟରେ ପ୍ରବେଶ ଦ୍ଵାର ଆଡକୁ ଗୋଡ ରଖି ଶୋଇବେ ନାହିଁ ।
ଏହିଭଳି କରିବା ଅର୍ଥ ଆପଣ ମାତା ଲକ୍ଷ୍ମୀଙ୍କୁ ଅପମାନ କରୁଛନ୍ତି । ସେଥିପାଇଁ ଏହିଭଳି କରନ୍ତୁ ନାହିଁ । ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ଅସୁସ୍ଥ ଅଛି ତେବେ ତାଙ୍କୁ ଦକ୍ଷିଣ ପଶ୍ଚିମ କୋଣରେ ଶୋଇବାକୁ କୁହନ୍ତୁ । ଇଶାନ କୋଣରେ ଶୀତଳ ପାଣି ରଖିବା ବହୁତ ଶୁଭ ହୋଇଥାଏ ଓ ଏହା ଦ୍ଵାରା ରୋଗୀ ମଧ୍ୟ ବହୁତ ଜଲ୍ଦି ସୁସ୍ଥ ହୋଇଥାଏ ।
ଶୋଇବା ସମୟରେ ନିଜ ବିଛଣା ପାଖରେ ବିଜୁଳି ଦ୍ଵାରା ଚାଲୁଥିବା କୌଣସି ବି ବିଜୁଳି ଉପକରଣ ରଖନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ପେଟରେ ସମସ୍ୟା ଉତ୍ପନ୍ନ ହୋଇଥାଏ । କହିଦେଉଛୁ କି ଶୋଇବା ସମୟରେ ପୂର୍ବ ଦିଗକୁ ମୁଣ୍ଡ ଓ ପଶ୍ଚିମ ଦିଗକୁ ଗୋଡ କରି ଶୋଇବା ଉଚିତ । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ଭଲ ନିଦ ବି ଆସିବ ଓ ଆପଣଙ୍କ ଆୟୁ ବି ବଢିବ ।
ଯଦି ଏହିଭଳି ସୁବିଧା ନାହିଁ ତେବେ ଦକ୍ଷିଣ ଦିଗରେ ମୁଣ୍ଡ ଓ ଉତ୍ତର ଦିଗକୁ କରି ଶୋଇ ପାରିବେ । ଅନ୍ୟ ପଟେ ଉତ୍ତର ଦିଗକୁ କେବେ ବି ମୁଣ୍ଡ କରି ଶୋଇବେ ନାହିଁ । କାରଣ ଉତ୍ତର ଦିଗ ମୃତ୍ୟୁର ଦିଗ ଅଟେ । ଆପଣ ଉତ୍ତର ଦିଗକୁ ମୁହଁ କରି ପାଠ ପଢି ପାରିବେ । ପାଣିକୁ କେବେ ବି ମୁଣ୍ଡ ପାଖରେ ରଖି ଶୋଇବେ ନାହିଁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଶରୀର, ମନ ଓ ଧନ ଉପରେ ଖରାପ ପ୍ରଭାବ ପଡିଥାଏ ।
ବହିକୁ ଯଦି ମୁଣ୍ଡ ତଳେ ଶୋଇବେ ତେବେ ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ କେବେ ବି ଭଲ କାମ ମିଳିବ ନାହିଁ । ପର୍ସକୁ ମୁଣ୍ଡ ତଳେ ରଖି ଶୋଇବା ଦ୍ଵାରା ଆପଣଙ୍କର ଖର୍ଚ ବଢିଥାଏ । ଖଟକୁ କେବେ ବି କାନ୍ଥ ସହ ଲଗାଇ ରଖିବେ ନାହିଁ ଏହିଭଳି କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡା ହୋଇଥାଏ ।