ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ, କେତେ ପାଠ ପଢିଛନ୍ତି Anand Mahindra? ଉତ୍ତରରେ କଣ କହିଲେ Anand Mahindra ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଆନନ୍ଦ ମହେନ୍ଦ୍ରା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତେବେ ଗତ କିଛି ଦିନ ତଳେ ଚାକିରି କୁ ନେଇ ନୂଆ ଅଫର ମଧ୍ୟ ଆଣିଥିଲେ ଯାହାକୁ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ତାଙ୍କର ପାଠ ପଢା କୁ ନେଇ ସୋସିଆଲ ମିଡିଆରେ ଯୁଜର୍ସ ମାନେ ପ୍ରଶ୍ନ ଉଠାଇଛନ୍ତି । ତେବେ ନିଜର ଶିକ୍ଷାଗତ ଯୋଗ୍ୟତା ର ପ୍ରଶ୍ନ ଉଠିବା ପରେ ୟୁଜର୍ସ ମାନଙ୍କୁ କିଛି ଏମିତି ଉତ୍ତର ଦେଇଛନ୍ତି ଆନନ୍ଦ ମହେନ୍ଦ୍ରା । ଦେଶର ପ୍ରସିଦ୍ଧ ବ୍ୟବସାୟୀ ତଥା ମହେନ୍ଦ୍ରା ଗ୍ରୁପ ର ଚେୟାରମ୍ୟାନ ଆନନ୍ଦ ମହେନ୍ଦ୍ରା ସୋସିଆଲ ମିଡିଆରେ ଖୁବ ସକ୍ରିୟ ଅଟନ୍ତି ।

ପ୍ରତି ଦିନ ସୋସିଆଲ ମିଡିଆରେ ତାଙ୍କର କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ତାଙ୍କ ପୋଷ୍ଟର ରେ ସ୍ଵତନ୍ତ୍ରତା ବାରି ହୋଇ ପଡେ । କେତେବେଳେ ସେ ଦେଶର ପ୍ରତିଭା କୁ ଲୋକଲୋଚକୁ ଆଣିଥାନ୍ତି ତ ଆଉ କେତେବେଳେ ହୃଦୟ ସ୍ପର୍ଶୀ ଭିଡିଓ କିମ୍ବା ଚିତ୍ର ପୋଷ୍ଟ କରନ୍ତି । ବର୍ତ୍ତମାନ ତାଙ୍କୁ ନେଇ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ଆନନ୍ଦ ମହେନ୍ଦ୍ରା ସୋସିସଲ ମିଡିଆରେ ଏକ ସୁନ୍ଦର ଓ ପ୍ରେରଣା ଦାୟକ ଫୋଟୋ ସେୟାର କରିଛନ୍ତି । ଏହି ଫୋଟୋ ରେ ଜଣେ ଝିଅ ଜଙ୍ଗଲରେ ଏକା ପଢୁଥିବା ଦେଖିବାକୁ ମିଳୁଛି । ସେହି ପୋଷ୍ଟ ରେ ଅନେକ ୟୁଜର୍ସ ସାକାରାତ୍ମକ କମେଣ୍ଟ ଦେବା ସହ ଲାଇକ ମଧ୍ୟ କରିଛନ୍ତି । ତେବ ଜଣେ ୟୁଜର୍ସ ଆନନ୍ଦ ମହେନ୍ଦ୍ରା ଙ୍କୁ ତାଙ୍କର କମେଣ୍ଟ ମାଧ୍ୟମରେ ତାଙ୍କର ଯୋଗ୍ୟତା ବିଷୟରେ ପ୍ରଶ୍ନ ପଚାରିଛନ୍ତି ।

ୟୁଜର୍ସ ଲେଖିଛନ୍ତି ସାର ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ଜାଣି ପାରେ କି ? ଆନନ୍ଦ ମହନ୍ଦ୍ରା ଅତି ସରଳତାର ସହ ଏହି ପ୍ରଶ୍ନ ର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଏହି ବୟସରେ ମୋର ଯୋଗ୍ୟତା ମୋର ଅଭିଜ୍ଞତା ବୋଲି ଆନନ୍ଦ ମହେନ୍ଦ୍ରା କହିଛନ୍ତି । ଅନ୍ୟ ପକ୍ଷରେ ଆନନ୍ଦ ମହେନ୍ଦ୍ରା ଙ୍କୁ ଏପରି ପ୍ରଶ୍ନ ପଚରା ଯାଇ ଥିବାରୁ କିଛି ୟୁଜର୍ସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଯେ ୟୁଜର୍ସ ଲେଖିଛନ୍ତି କି ଆଣକର ଯୋଗ୍ୟତା ପାଇଁ ପ୍ରମାଣ ପାତ୍ର ର ଆବଶ୍ୟକତା ନାହି, ସାର୍ଟିଫିକେଟ କେବଳ କାଗଜପତ୍ରରେ ସୀମିତ । ତାଙ୍କ ଅଧୀନରେ ୪୦ ହଜାର ଯୋଗ୍ୟ ବ୍ୟକ୍ତି କାମ କରୁଛନ୍ତି । ଏଥିରୁ ତାଙ୍କର ଯୋଗ୍ୟତା ଜାଣି ହେଉଛି । ତେବେ ଆନନ୍ଦ ମହେନ୍ଦ୍ରା ଜଣେ ପ୍ରତିଷ୍ଠିତ ଓ ସୁନାମଧନ୍ୟ ବ୍ୟବସାୟୀ ଭାବେ ଖୁବ ପରିଚିତ ଅଟନ୍ତି ।

ତାଙ୍କର ପୋଷ୍ଟ ମଧ୍ୟ ତାଙ୍କ ଭଳି ଖୁବ ନିଆରା ଅଟେ ଯାହାକୁ ସୋସିଆଲ ମିଡିଆରେ ୟୁଜର୍ସ ମାନେ ପ୍ରଶଂସା କରିଥାନ୍ତି । ତେବେ ତାଙ୍କର ଏହି ପୋଷ୍ଟ ଜଙ୍ଗଲରେ ବସି ଝିଅ ଟି ପାଠ ପଡିଢିବାର ଦୃଶ୍ୟ ଖୁବ ନିଆରା ହୋଇଛି । ବନ୍ଧୁଗଣ ଆପଣ ମାନଙ୍କର ଆନନ୍ଦ ମହେନ୍ଦ୍ରା ଙ୍କ ବିଷୟରେ ମତାମତ ଆମକୁ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *