ACF Soumya ଡେଥ ମିଷ୍ଟ୍ରି: ଆସିଲା ଲାଏ ଡିଟେକ୍ଟର ରିପୋର୍ଟ, ସତ୍ୟ ଜାଣି ଉଡିଯିବ ହୋସ

ପାରଲଖାମୁଣ୍ଡି ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ଲାଏ ଡିଟେକ୍ସନ ରିପୋର୍ଟ ଆସିଯାଇଛି । କ୍ରାଇମ ବ୍ରାଞ୍ଚ ଅଫିସର ପତ୍ନୀ ବିଦ୍ୟା ଭାରତୀୟ, DFO ସଂଗ୍ରାମ କେସରୀ ବେହେରା ଓ ରୋଷେଇଆ ମନମଥ କୁମ୍ଭଙ୍କ ଲାଏ ଡିଟେକ୍ସନ କରିଥିଲେ ଓ ବର୍ତ୍ତମାନ ରିପୋର୍ଟର ଯାଞ୍ଚ ଚାଲିଛି । କ୍ରାଇମ ବ୍ରାଞ୍ଚ ଅଫିସରମାନେ ଏହି ତିନି ଜଣଙ୍କୁ ଘଣ୍ଟା ଘଣ୍ଟା ଧରି ଏପଟ ସେପଟ କରି ବହୁତ ପ୍ରଶ୍ନ କରିଥିଲେ । ଯାହାର କି ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି ।

୧୮ ତାରିଖ ଦିନ DFO ସଂଗ୍ରାମ କେସରୀ ବେହେରା ଓ ରୋଷେଇଆ ମନମଥ କୁମ୍ଭର ଲାଏ ଡିଟେକ୍ସନ କରାଯାଇ ଥିଲା । ଏହା ପରେ ୨୦ ତାରିଖ ଦିନ ବିଦ୍ୟା ଭାରତୀଙ୍କ ଲାଏ ଡିଟେକ୍ସନ କରାଯାଇ ଥିଲା । ତିନି ଜଣ ପୂର୍ବରୁ ଦେଇଥିବା ବୟାନ ଓ ବର୍ତ୍ତମାନ ଲାଏ ଡିଟେକ୍ସନ ସମୟରେ ଯେଉଁ ବୟାନ ଦେଇଛନ୍ତି ସେହି ଦୁଇଟି ବୟାନର ଯାଞ୍ଚ ଚାଲିଛି ।

କହିଦେଉଛୁ କି ଗତକାଲି ସୌମ୍ୟ ରଞ୍ଜନଙ୍କ ବାପା କ୍ରାଇମ ବ୍ରାଞ୍ଚ ଅଫିସରଙ୍କୁ ଦେଖା କରିଥିଲେ । ସେ ବିଦ୍ୟାଭାରତୀଙ୍କ ଗିରଫ କରିବା ପାଇଁ ଓ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ । ବର୍ତ୍ତମାନ ଲାଏ ଡିଟେକ୍ସନ ରିପୋର୍ଟ ଆସୁଛି ତାହା ଏକ ବଡ ଖବର ଅଟେ ଓ ଏହା ଏହି କେସର ଏକ ମୁଖ୍ୟ ପ୍ରମାଣ ଅଟେ । ଯାହାକି ଦର୍ଶାଇବ କି ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଓ ଯଦି ହତ୍ୟା ତେବେ ଏହା ପଛରେ କିଏ ଥିଲେ ।

ଏହି ଲାଏ ଡିଟେକ୍ସନ ରିପୋର୍ଟରେ ସେମାନେ କଣ ଭୁଲ କହୁଛନ୍ତି ଓ କଣ ଠିକ କହୁଛନ୍ତି ଏହାକୁ ନେଇ ବି ଯାଞ୍ଚ କରୁଛନ୍ତି କ୍ରାଇମ ବ୍ରାଞ୍ଚର ଅଫିସରମାନେ । ଯେଉଁ ରିପୋର୍ଟ ସାମ୍ନାକୁ ଆସିବ ତାହାରୁ ଆଧାରରେ ଆଗକୁ ଯାଞ୍ଚ କରାଯିବ ।

କହିଦେଉଛୁ କି ବର୍ତ୍ତମାନ ସୁଧା କୌଣସି ବି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ବର୍ତ୍ତମାନ କେବଳ ଏହି ଲାଏ ଡିଟେକ୍ସନ ରିପୋର୍ଟର ତର୍ଜମା ଚାଲିଛି । ତିନି ଜଣ ପୂର୍ବରୁ କ୍ରାଇମ ବ୍ରାଞ୍ଚଙ୍କୁ ଯେଉଁ ବୟାନ ଦେଇଥିଲେ ଓ ବର୍ତ୍ତମାନ ଲାଏ ଡିଟେକ୍ସନ ରିପୋର୍ଟର ବୟାନର ତାଳମେଳକୁ ତର୍ଜମା କରାଯାଉଛି ।

ଏହା ପରେ ଯାଇ ଏହି ମାମଲାରେ ଯାଞ୍ଚ ଆଗକୁ ବଢିବ । ସୌମ୍ୟ ରଞ୍ଜନଙ୍କ ପରିବାର ତରଫରୁ ନ୍ୟାୟ ପାଇବା ପାଇଁ ବହୁ ଦିନ ହେବ ଲଢୁଛନ୍ତି ଓ ବହୁତ ଦିନ ହେବ ଏହି ଘଟଣାଟି ଚାଲିଛି । ବର୍ତ୍ତମାନ ସମସ୍ତେ କ୍ରାଇମ ବ୍ରାଞ୍ଚର ଆସନ୍ତା ପଦକ୍ଷେପ ଉପରେ ନଜର ରଖିଛନ୍ତି । ଲାଏ ଡିଟେକ୍ସନ ରିପୋର୍ଟ ସାମ୍ନାକୁ ଆସିଲେ ଏହି କେସକୁ ପୁଣି ଏକ ନୂଆ ମୋଢ ମିଳିବ ।

Leave a Reply

Your email address will not be published. Required fields are marked *