ବାପା ବୁଝୁଛନ୍ତି ଜଣେ ବାପାର ଦୁଖ । ପୁଅର ମୃତ୍ୟୁ ପରେ ବି ସୋନଳୀକୁ କ୍ଷମା ଦେବାକୁ ରାଜି ଅଛନ୍ତି ବାପା । ପୁଅର ମୃତ୍ୟୁ ପାଇଁ ଅନ୍ତର କାନ୍ଦୁଛି । ଯେଉଁ ହାତରେ ପୁଅକୁ କୋଳେଇ କାଖେଇ ବଡ କରିଥିଲେ ଆଜି ତାର ଶବ ସତ୍କାର କରିଛନ୍ତି ବାପା । ପୁଅକୁ ହରାଇବାର ଦୁଖ ସାହି ପାରି ନାହାନ୍ତି । କିନ୍ତୁ ଆଉ ଜଣେ ବାପାକୁ କଷ୍ଟ ଦେବାକୁ ଚାହୁଁ ନାହାନ୍ତି । ପୁଅ ତ ଚାଲିଗଲା କିନ୍ତୁ ଆଉ କାହା ଜୀବନ କାହିଁକି ନଷ୍ଟ ହେବ ।

ସୁସାଇଟ ନୋଟରେ ସୋନାଲୀଙ୍କ ନାଁ ଥିଲେ ମଧ୍ୟ ରାଗ ରଖି ନାହାନ୍ତି ସୋମ୍ୟଙ୍କ ବାପା । ସଂସାର ଭାସିଗଲା ଆଖିରେ ଆଖିଏ ଲୁହ ତଥାପି ସୋନାଲୀର ଭଲ ଚିନ୍ତା କରୁଛନ୍ତି ସୋମ୍ୟଙ୍କ ବାପା । ପୁଅର ମୃତ୍ୟୁ ପରେ ଗୋଟେ ଝିଅର ଜୀବନ ନଷ୍ଟ କରିବି ନାହି ବୋଲି ମତ ଦେଇଛନ୍ତି ସୋମ୍ୟଙ୍କ ବାପା । ପୁଅ ପ୍ରେମର କଠିନ ପରୀକ୍ଷା ଦେଇ ପାରିଲା ନାହି ।
ଆଜି ବାପାକୁ କଷ୍ଟ ଭୋଗ କରିବାକୁ ପଡୁଛି । ପ୍ରେମ ପାଇଁ ପୁଅ ଜୀବନ ଦେଇଦେଲା ସିନା କିନ୍ତୁ ବାପା ମା କୁଆଡେ ଯିବେ । ବାପା ମା କାହାକୁ ଦୋଷ ଦେବେ । ଯଦି କାହାକୁ ଦୋଷ ଦେବେ ତେବେ କଣ ପୂ ଫେରି ଆସିବ । ବାପା ମା କୁ ଛାଡି ଆଜି ଅଜଣା ରାଇଜକୁ ଚାଲି ଯାଇଛି ସୋମ୍ୟ ।

ପୁଅକୁ ହରାଇଥିଲେ ମଧ୍ୟ ମନକୁ ଦୃଢ କରିଛନ୍ତି ସୋମ୍ୟଙ୍କ ବାପା । ସୋମ୍ୟଙ୍କ ଆତ୍ମହତ୍ୟା ପାଇଁ ସୋନାଲି ଦାୟୀ ହୋଇଥିଲେ ମଧ୍ୟ ତାଙ୍କୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ସୋମ୍ୟଙ୍କ ବାପା । ତେବେ ସୋନାଲି ଆଉ ଏମିତି କାହା ଜୀବନ ସହ ନ ଖେଳୁ ବୋଲି ସୋମ୍ୟଙ୍କ ବାପା କହିଛନ୍ତି ।
ସୋମ୍ୟଙ୍କ ବାପା କହିଛନ୍ତି ସୋମ୍ୟ ଓ ସୋନାଲିଙ୍କ ମଧ୍ୟର୍ତେ କୌଣସି କାରଣରୁ ମନାନ୍ତର ହୋଇଥିଲା । ଯାହା ପାଇଁ ଆଜି ସୋମ୍ୟ ଆତ୍ମହତ୍ୟା କରିବା ଭଳି ଭୁଲ ପଦକ୍ଷେପ ନେଇଛନ୍ତି । ଅନ୍ୟ ପକ୍ଷରେ ସୋମ୍ୟଙ୍କ ଭଉଣୀ ସୋନାଲିଙ୍କୁ କ୍ଷମା କରିପାରୁ ନାହାନ୍ତି । ଭାଇ ସୋମ୍ୟ ଆତ୍ମହତ୍ୟା କରିଥିବା କଥାକୁ ଗ୍ରହଣ କରିପାରୁ ନାହାନ୍ତି ସୋମ୍ୟଙ୍କ ଭଉଣୀ ।
ତା ପରି ଏତେ ଶାନ୍ତ ସରଳ ପିଲା ସୁସାଇଟ ନୋଟ ଲେଖି ଆତ୍ମହତ୍ୟା କରିଛି ମାନେ ତା ହୃଦୟକୁ ବହୁତ କଷ୍ଟ ହୋଇଛି ବୋଲି ସୋମ୍ୟଙ୍କ ଭଉଣୀ କହିଛନ୍ତି । ମୋ ଭାଇ ଆଜି ସୋନାଲି ପାଇଁ ଆମକୁ ଛାଡି ଚାଲି ଯାଇଛନ୍ତି ତାକୁ ଉଚିତ ଦଣ୍ଡ ମିଳୁ ବୋଲି ସୋମ୍ୟଙ୍କ ଭଉଣୀ ମତ ଦେଇଛନ୍ତି ।

ଗତ କାଲି ଭୁବନେଶ୍ଵର ର ନନ୍ଦ ବିହାର ଅଞ୍ଚଳର ପ୍ଲଟ ନମ୍ବର ଏଲାଇଛି-୧୦୦ ରେ ଥିବା ଘର ଭିତରୁ ସୋମ୍ୟଙ୍କ ମୃତ ଦେହ ଉଦ୍ଧାର କରା ଯାଇଥିଲା । ସୋନାଲିଙ୍କୁ ଏତେ ଭଲ ପାଇ ମଧ୍ୟ ଧୋକା ଦେଇଥିବାର ଅନେକ କଥା ଲେଖିଛନ୍ତି ସୋମ୍ୟ । ତେବେ ସୋନାଲିଙ୍କ ପ୍ରତାରଣା ପାଇଁ ଜୀବନ ହାରିଛନ୍ତି ସୋମ୍ୟ ଯାହା ସୁସାଇଟ ନୋଟରୁ ସ୍ପଷ୍ଟ ହୋଇଛି ।
ବନ୍ଧୁଗଣ ଆପଣଙ୍କର ସୋମ୍ୟଙ୍କ ବାପାଙ୍କର ଏଭଳି ନିସ୍ପତି ବିଷୟରେ ମତାମତ କଣ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
