ମୃତ୍ୟୁ ପରେ ଶ୍ରାଦ୍ଧ କରିବା କାହିଁକି ଜରୁରୀ ହୋଇଥାଏ ? Garuda Purana

ହିନ୍ଦୁ ଧର୍ମରେ ବ୍ୟକ୍ତିର ମୃ-ତ୍ୟୁ ପରେ ତାର ପରିଜନମାନେ ମୃ-ତ୍ୟୁ ବ୍ୟକ୍ତିର ଆତ୍ମାର ଶାନ୍ତି ନିମନ୍ତେ ଶ୍ରାଦ୍ଧର ସମସ୍ତ ପରମ୍ପରା ପାଳନ କରିଥାନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି ଶ୍ରାଦ୍ଧ କାହିଁକି ହୋଇଥାଏ, ଶ୍ରାଦ୍ଧର ନିୟମ ସବୁ କଣ ଓ ଏହା ଏତେ ମହତ୍ଵ କଣ ପାଇଁ । ଯାହା ବିଷୟରେ ପ୍ରାୟତଃ କେହି ବି ଜାଣି ନାହାନ୍ତି । ତେବେ ଚାଳନ୍ତୁ ଜାଣିବା । ଶ୍ରାଦ୍ଧ କରିବା ସମୟରେ କେଉଁ ସବୁ କଥା ଗୁଡିକ ପ୍ରତି ଧ୍ୟାନ ରଖିବା ଉଚିତ । ଶ୍ରାଦ୍ଧର ପରମ୍ପରା ବହୁତ ପୁରାତନ ଯୁଗରୁ ଚାଲି ଆସୁ ଅଛି ।

ହିନ୍ଦୁ ପରମ୍ପରା ଅନୁସାରେ ପୂର୍ବ ପୁରୁଷଙ୍କୁ ଦେବତା ସମାନ କୁହାଯାଏ । କାରଣ ସେମାନେ ଆମର ପାଳନ କରିଛନ୍ତି ଓ ସେଥିପାଇଁ ଆମେ ତାଙ୍କର ଋଣି ଅଟୁ । ଶ୍ରାଦ୍ଧ କରିବା ଏଇ କୃତଜ୍ଞତାକୁ ପ୍ରକଟ କରିଥାଏ । ଯାହା ବ୍ୟକ୍ତିକୁ ପିତୃ ରୁଣ ଠାରୁ ମୁକ୍ତି ପାଇବାର ମାର୍ଗ ଦେଖାଏ ।

ଗରୁଡ ପୁରାଣ ଅନୁସାରେ ଶ୍ରାଦ୍ଧ ଶବ୍ଦ ଶ୍ରଦ୍ଧା ଶବ୍ଦରୁ ଆସିଛି । ଅର୍ଥାତ ପିତୃ ପୁରୁଷଙ୍କ ପ୍ରତି ଶ୍ରଦ୍ଧା ତ ରହିବା ଉଚିତ । ଅଶ୍ଵିନୀ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ଶ୍ରାଦ୍ଧ କିମ୍ବା ମହାଳୟ ପକ୍ଷ କୁହାଯାଏ । ଏହି ୧୬ ଦିନ ପିତୃ ପକ୍ଷଙ୍କ ଶ୍ରାଦ୍ଧ କର୍ମ ପାଇଁ ବିଶେଷ ରୂପରେ ନିର୍ଧାରିତ କରାଯାଇଛି । ଶ୍ରାଦ୍ଧ ଦିନ ବ୍ରହ୍ମ ମୁହୂର୍ତରେ ଉଠିବା ପରେ ନିଜର ରୋଷେଇ ଘରକୁ ଭଲ ଭାବରେ ସଫା କରନ୍ତୁ । ଘରର ମହିଳାମାନେ ସ୍ନାନ ଇତ୍ୟାଦି କାମ ସମାପ୍ତ କରି ପିତୃ ପୁରୁଷଙ୍କ ପାଇଁ ଭୋଜନ କରିବା ଉଚିତ ।

ବ୍ରାହ୍ମଣଙ୍କ ଦ୍ଵାରା ପିତୃ ପୁରୁଷଙ୍କ ଶ୍ରାଦ୍ଧ କରନ୍ତୁ । ପ୍ରଥମ ଭୋଜନ ଥାଲିରୁ ଗାଈ, କୁକୁର, କାଉ ଓ ଅତିଥିଙ୍କ ପାଇଁ ଅଳ୍ପ ଭୋଜନ ବାହାର କରନ୍ତୁ । ଏହି ସବୁ ଖାଦ୍ୟ ଏମାନଙ୍କୁ ଅର୍ପଣ କରନ୍ତୁ । ଘରକୁ ଆସିଥିବା ବ୍ରାହ୍ମଣଙ୍କ ଆଦର ପୂର୍ବକ ଭୋଜନ କରିବା ପରେ ବସ୍ତ୍ର ଓ ଦକ୍ଷିଣା ଇତ୍ୟାଦି ଦ୍ଵାରା ସେମାନଙ୍କର ସତ୍କାର କରନ୍ତୁ । କହିଦେଉହୁ କି ଘରେ କରାଯାଇ ଥିବା ଶ୍ରାଦ୍ଧର କୌଣସି ପୂଣ୍ୟ ସ୍ଥାନରେ କରାଯାଇ ଥିବା ଶ୍ରାଦ୍ଧ ଠାରୁ ଅଧିକା ଗୁଣା ଲାଭ ଓ ଫଳଦାୟକ ହୋଇଥାଏ ।

ଶାସ୍ତ୍ର ଅନୁସାରେ ମୃ-ତ୍ୟୁ ବରଣ କରିଥିବା ବ୍ୟକ୍ତିର ବଡ ପୁଅ କିମ୍ବା ସାନ ପୁଅ ଓ ଯଦି ପୁତ୍ର ନ ଥିବ ତେବେ ନାତି, ଭଣଜା, ଶିଷ୍ୟ ବି ଶ୍ରାଦ୍ଧ ଓ ପିଣ୍ଡଦାନ କରି ପାରିବେ । ଯଦି କୌଣସି ବ୍ୟକ୍ତି ଆର୍ଥିକ ସମସ୍ୟା କିମ୍ବା ଅନ୍ୟ କିଛି କାରଣରୁ ଏହି ସମସ୍ତ ଜିନିଷର ଆୟୋଜନ କରି ପାରୁ ନାହାନ୍ତି ତେବେ ସେମାନେ ନିଜର ସାମର୍ଥ୍ୟ ଅନୁସାରେ ପିଣ୍ଡଦାନ କରି କୌଣସି ଗୋଟିଏ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ । ନଚେତ ଆପଣ ୭ – ୮ ମୁଠା ରାଶି ଓ ପାଣି କୌଣସି ବି ଗରିବ ବ୍ୟକ୍ତିକୁ ଦାନ କରି ଦିଅନ୍ତୁ । ଏହା ଦ୍ଵାରା ଶ୍ରାଦ୍ଧର ପୂଣ୍ୟ ମିଳିଥାଏ ।

Leave a Reply

Your email address will not be published. Required fields are marked *