ଶ୍ରବଣ ମାସ ଶେଷ ସୋମବାର ଦିନ କରନ୍ତୁ ଏହି ଗୋଟିଏ ଉପାୟ, ହେବ ସବୁ ମନୋସ୍କାମନା ପୂର୍ଣ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି । ଶ୍ରାବଣ ମାସ ପ୍ରତ୍ୟକ ଓଡିଆଙ୍କ ପାଇଁ ବହୁତ ହିଁ ମହତ୍ଵ ରଖିଥାଏ । କହିଦେଉଛୁ କି ଶ୍ରାବଣ ମାସର ସବୁ ତିଥିର ଗୋଟିଏ ଭିନ୍ନ ଭିନ୍ନ ମହତ୍ଵ ଥାଏ । କିନ୍ତୁ ଶ୍ରାବଣ ମାସର ସୋମବାର ଗୁଡିକ ଅନ୍ୟ ଦିନ ଅପେକ୍ଷା ବହୁତ ମହତ୍ଵ ରଖିଥାଏ ।

ଏହି ଦିନକୁ ପ୍ରତ୍ୟକ ଓଡିଆ ବହୁତ ହିଁ ଗୁରୁତ୍ଵ ଦେଇଥାନ୍ତି । ଏହା ପଛରେ କିଛି କାରଣ ବି ଅଛି । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ଭଗବାନ ଶିବଙ୍କୁ ସମର୍ପିତ ଅଟେ । ଏହି ଦିନରେ ଆପଣ ଅତି ସହଜରେ ଭଗବାନ ଶିବଙ୍କୁ ନିଜର ପୂଜା ଅର୍ଚନା ଓ ଭକ୍ତିରେ ପ୍ରସନ୍ନ କରି ପାରିବେ । ଆଜି ଆମେ ଆପଣମାନଙ୍କୁ ଶ୍ରାବଣ ମାସରେ କରାଯାଉଥିବା କିଛି ଉପାୟ ବିଷୟରେ କହିବୁ । ଯାହାକୁ ଆପଣ ଶ୍ରାବଣ ମାସର ଶେଷ ସୋମବାର ଦିନ କରି ନିଜର ସମସ୍ତ ମନୋସ୍କାମନା ପୂର୍ଣ କରି ପାରିବେ ।

· ଯଦି ଆପଣ ନିଜ ଇଚ୍ଛା ଅନୁସାରେ ବିବାହ କିମ୍ବା ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ତେବେ ଶ୍ରାବଣ ମାସର ଅନ୍ତିମ ସୋମବାର ଦିନ ଶିବଲିଙ୍ଗ ଉପର କିସମିସ ଓ ବିବାହିତ ମହିଳାଙ୍କ ଜିନିଷ ଚଢାନ୍ତୁ ।

· ଯଦି ଆପଣଙ୍କର ବୈବାହିକ ଜୀବନରେ ସମସ୍ୟା ଅଛି କିମ୍ବା ଛୋଟ ଛୋଟ କଥାକୁ ନେଇ ଘରେ ବିବାଦ ଲାଗି ରହୁଛି ତେବେ ଶେଷ ସୋମବାର ଦିନ ଉଭୟ ସ୍ଵାମୀ ଓ ସ୍ତ୍ରୀ ମିଶି ଶିବଲିଙ୍ଗ ଉପରେ ଚନ୍ଦନ, ମିଠା ଦହି ଓ ମହୁ ଚଢାନ୍ତୁ । ଏହା ସହିତ ଶିବ ମନ୍ଦିରକୁ ପରିଷ୍କାର କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ ।

· ଏହା ଛଡା ଯଦି ଆପଣ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଶିବଲିଙ୍ଗ ଉପରେ କଦଳୀ, ସପୁରି, ସବୁଜ ରଙ୍ଗର ଚୁଡି ଅର୍ପଣ କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କର ମନୋସ୍କାମନା ନିଶ୍ଚିତ ରୂପରେ ପୁରା ହେବ ।

· ଟଙ୍କା ଉଦ୍ଧାର ସମ୍ଭନ୍ଧୀୟ ତଥା ଭାଇମାନଙ୍କ ସହ ଚାଲୁଥିବା ମତଭେଦକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ସୋମବାର ଦିନ ଶିବଲିଙ୍ଗ ଉପରେ ମିଠା ପାନ ଓ ବାଦାମ ଅର୍ପଣ କରନ୍ତୁ ।

· ପିଲାମାନଙ୍କର ଜୀବନରେ ଆସୁଥିବା ପାଠ ସମ୍ବନ୍ଧୀୟ କିମ୍ବା ଅନ୍ୟ କିଛି ସମସ୍ୟା ଆସୁଛି ତେବେ ଏହାକୁ ଦୂର କରିବା ପାଇଁ ପିଲାମାନଙ୍କ ହାତରେ ଶିବଲିଙ୍ଗ ଉପରେ ହଳଦୀ ଓ ହଳଦୀ ରଙ୍ଗର ଫୁଲ, କଦଳୀ ଏବଂ ପାନ ପାତ୍ର ଇତ୍ୟାଦି ଅର୍ପଣ କରନ୍ତୁ ।

· ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଶିବଲିଙ୍ଗ ଉପରେ ଗଙ୍ଗାଜଳ ସହ କେସର ଓ ଗୋଲାପ ଫୁଲ ଚଢାନ୍ତୁ । ଏହା ପରେ ସେହି ପାଣିରୁ ଅଳ୍ପ କିଛି ପାଣି ଘରକୁ ନେଇ ଆସନ୍ତୁ ଓ ତାକୁ ଗାଧୋଇବା ପାଣିରେ ମିଶାଇ ସ୍ନାନ କରି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଶରୀରର ସମସ୍ତ ରୋଗ ଦୂର ହୋଇଯିବ ।

· ମାନ୍ୟତା ଆନୁସାରେ ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଚଢାଉଥିବା ପାଣିକୁ ଘରକୁ ନେଇ ଆସୁଛନ୍ତି ଓ ଘରର ଚାରି ଆଡେ ଛିଞ୍ଚି ଦେଉଛନ୍ତି ସେମାନଙ୍କୁ ସମସ୍ତ ପ୍ରକାରର କଷ୍ଟର ରୁ ମୁକ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *