14 July(ଆଜି ଠାରୁ) ଶ୍ରାବଣ ମାସ ଆରମ୍ଭ! ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ ସବୁ ପୁଜା ପାଠ ହୋଇଯିବ ବେକାର

ଚଳିତ ବର୍ଷ ଆଜି ଠାରୁ ଆରମ୍ଭ ହେଉଛି ଶ୍ରାବଣ ମାସ ଆଉ ଶେଷ ହେବ ଅଗଷ୍ଟ ୧୨ ତାରିଖରେ । ଏହି ପବିତ୍ର ମାସରେ ମହାଦେବଙ୍କ ପୂଜା ଆରାଧନା ନିଷ୍ଠାରେ ସହ କରିଲେ ପୂଣ୍ୟ ଲାଭ ହେବା ସହ ଶୁଭ ଫଳ ମିଳିଥାଏ । ଶ୍ରାବଣ ମାସର ସୋମବାର ହେଉଛି ମହାଦେବଙ୍କର ପ୍ରିୟ ବାର । ସୋମବାର ଦିନ ବ୍ରତ କରି ମହାଦେବଙ୍କ ପୂଜା ଆରାଧନା କରିଲେ ବ୍ୟକ୍ତିଙ୍କୁ ସବୁ କାମରେ ସଫଳତା ମିଳିଥାଏ । ଶ୍ରାବଣ ମାସ ଭଳି ପବିତ୍ର ମାସରେ ସମୁଦାୟ ୪ଟି ସୋମବାର ପଡୁଛି । ଆଜି ଆମେ ଆପଣଙ୍କୁ ଶ୍ରାବଣ ମାସରେ କେଉଁ ଭୁଲ ଓ କେଉଁ ଫଳ ଖାଇଲେ ମହାଦେବ କ୍ରୋଧିତ ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- ଶାସ୍ତ୍ରରେ କୁହାଯାଇଛି ଶ୍ରାବଣ ମାସରେ ବ୍ରତ କରିଥିଲେ ଉଧାର ମାଗି ଫଳ ଖାଇବା ଅନୁଚିତ । କାରଣ ଏଥିରେ ପାପ ଲାଗିବା ସହ ବ୍ରତ ଅଧା ରହିଥାଏ । ଈଶ୍ଵରାଙ୍କ ଶରଣରେ ଆସିଥିବା ବ୍ୟକ୍ତିଙ୍କୁ ମିଛ କହିବେ ନାହି କି ଉଧାର ନେବେ ନାହି ।

୨- ଶ୍ରାବଣ ମାସରେ ସୋମବାର ବ୍ରତ କରିଥିଲେ କେବେ ବି ନାସ୍ପାତି ଖାଇବା ଉଚିତ ନୁହେଁ । କାରଣ ଏହା ନାଶ କରିବାର କାରଣ ହୋଇଥାଏ । ମହାଦେବଙ୍କୁ ମଧ୍ୟ ନାସ୍ପାତି ଚଢିବା ନାହି ।

୩- ବହୁତ ଅଗାରୁ ଥିବା ଅଟା ଶ୍ରାବଣ ସୋମବାର ବ୍ରତ ରେ ଖାଇଲେ ବ୍ରତ ଭାଙ୍ଗିଯାଏ । କାରଣ ପୁରୁଣା ଅଟାରେ କୀଟ ପତଙ୍ଗ ରହିଥାନ୍ତି ଯାହାକୁ ଖାଇଲେ ମାନାଯାଏ ମାଂସର ସେବନ କରିଥାଉ । ଆଉ ବ୍ରତରେ ଖାଇଲେ ଘୋର ପାପ ଲାଗିଥାଏ । ତେଣୁ ସତେଜ ଅଟା ଖାଇବା ଉଚିତ ।

୪- ଯେଉଁଠି ମହାଦେବଙ୍କ ମୂର୍ତ୍ତି ବା ପ୍ରତିମା ରହିଛି ସେଠାରେ ଜୋତା ଚପଲ ପିନ୍ଧିକି ଯିବେ ନାହି । ଏମିତି କରିଲେ ମହାଦେବ କ୍ରୋଧିତ ହୋଇଥାନ୍ତି । ମନ୍ଦିରକୁ ଯିବା ସମୟରେ ଖାଲି ପାଦ ରେ ପ୍ରବେଶ କରିବେ ।

୫- ପ୍ରାୟତ ମହିଳାଙ୍କର ମାସିକ ଧର୍ମ ଆସିଥାଏ । କିନ୍ତୁ ଏମିତି କିଛି ମହିଳା ରହିଥାନ୍ତି ଯେଉଁ ମାନେ କାହାକୁ କିଛି ନ କହି ପୂଜା ପାଠ କରିଥାନ୍ତି ଯାହାକୁ ଶାସ୍ତ୍ରରେ ବର୍ଜିତ କରାଯାଇଛି । ତେଣୁ ଶ୍ରାବଣ ମାସରେ ମାସିକ ଧର୍ମ ହୋଇଥିଲେ ଉଜା ପାଠ ଓ ମନ୍ଦିରକୁ ଯିବା ଅନୁଚିତ ।

୬- ଯେଉଁଠି ଶିବଲିଙ୍ଗ ରହିଥାଏ ସେଠାରେ ସେଠାରେ ସବୁ ଶକ୍ତିର ସଂଚାର ହୋଇଥାଏ । ଯେଉଁ ଘରେ ଶିବଲିଙ୍ଗ ରହିଥାଏ ସେହି ବ୍ୟକ୍ତିକୁ ମହାଦେବଙ୍କ କୃପା ମିଳିଥାଏ । ଶାସ୍ତ୍ର ଅନୁଯାୟୀ ଶିବଲିଙ୍ଗରେ ଜଳ ଧାରା ରହିବା ସର୍ବଦା ଉଚିତ ।

୭- ତୁଳସୀ ଓ ମହାଦେବଙ୍କୁ ଏହା ସାଙ୍ଗରେ ରଖାଯାଏ ନାହି । ଗଣେଶଙ୍କ ପାଖରେ ବି ତୁଳସୀ ରଖାଯାଏ ନାହି । ଏହା ଦ୍ଵାରା ଘରେ ସଂଶଯ ଆସିଥାଏ । ତେଣୁ ଶିବଲିଙ୍ଗରେ କେବେ ବି ତୁଳସୀ ଚଢାଇବା ଅନୁଚିତ ।

୮- ଯେଉଁ ବ୍ୟକ୍ତି ଆମିଷ ଖାଇଥିବେ ବା ଶାରୀରିକ ରୂପରେ ସ୍ଵଚ୍ଛ ନ ଥିବେ ତେବେ ଘରେ ମନ୍ଦିର ବା ବାହାର ମନ୍ଦିରକୁ ଯିବା ଅନୁଚିତ । ଫଟା ବା କଣା ହୋଇଥିବା ବେଲପତ୍ର ମହାଦେବଙ୍କୁ ଚଢାଇବା ଅନୁଚିତ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *