ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପୁରା ଦେଶରେ କୋରୋନାର ବିସ୍ତାର ବୃଦ୍ଧି ପାଇବାରେ ଲାଗିଛି । ଏହା ସହ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ମଧ୍ୟ ପୁରା ଦେଶରେ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଉଶ୍ଚବ, ପର୍ବ ପ୍ରବାଣୀ, ଧାର୍ମିକ କାର୍ଯ୍ୟ ଉପରେ ଏକାଠି ହେବା ନେଇ କଟକଣା ଲାଗୁ ହୋଇଛି । ଏହି କଟକଣା ଜାରି କରିଛନ୍ତି SRC ।

ସାମାଜିକ ଓ ଧରମିକ ଉଶ୍ଚବ ବେଳେ କିଛି ଜିଲା ଗୁଡିକରେ ଲୋକେ ଆଞ୍ଚଳିକ ପର୍ବ ପାଳନ କରିବାକୁ ଥିବାରୁ ରାଜ୍ୟର କୌଣସି ନଦୀ, ପୋଖରୀ ଓ ବେଳାଭୂମି ଓ ଜଳାଶୟ ରେ ଏକାଠି ବୁଡ ପକାଇବା ପାଇଁ ମନା କରା ଯାଇଛି । ମେଳା କୁ ସଂପୂର୍ଣ୍ଣ ଭାବେ ନିଷେଧ କରା ଯାଇଛି । ମେଳାରେ ଲୋକ ମାନେ ଏକତ୍ର ନ ହେବା ପାଇଁ କଟକଣା ଲାଗୁ ହୋଇଛି ।
ଉଶ୍ଚବ ପାଳନ ଓ ଧାର୍ମିକ କାର୍ଯ୍ୟକ୍ରମ ରେ ଏକାଠି ହେବା ପାଇଁ ବାରଣ କରା ଯାଇଛି । ଧାର୍ମିକ ଅନୁଷ୍ଠାନ ରେ କେବଳ ପୁଜକ, ସେବକ ଓ ଅନୁଷ୍ଠାନ ର କର୍ମ କର୍ତ୍ତା ମାନଙ୍କୁ ନେଇ ସର୍ବନିମ୍ନ ଲୋକ ଉପସ୍ଥିତ ରହି ନୀତିକାନ୍ତ ପାଳନ ଲାଗି ନିର୍ଦେଶ ଦିଆ ଯାଇଛି ।

ଏ ନେଇ SRC ପକ୍ଷରୁ ସବୁ ଜିଲ୍ଲାପାଳ, ଏସ୍ପି ଓ ମୁନିସିପାଲିଟି କମିଶନର ଚିଠି ଲେଖିଛନ୍ତି । ତେବେ କୌଣସି ପର୍ବ ପର୍ବାଣି ନ ହେବା ସହ ଧାର୍ମିକ ଅନୁଷ୍ଠାନ ମଧ୍ୟ ସଂପୂର୍ଣ୍ଣ ଭାବେ ନିସ୍ପତି କରା ଯାଇଛି । ଏହା ସହ ଲୋକ ମାନେ ଯେମିତି ଏକାଠି ନ ହେବେ ସେଥିପାଇଁ ମଧ୍ୟ ସଚେତନା ଜାରି କରା ଯାଇଛି ।
କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ଏତେ ମାତ୍ରା ରେ ବ୍ୟାପିବାରେ ଲାଗିଛି ଯାହାକୁ ନେଇ ବର୍ତ୍ତମାନ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି । ତେବେ ଏଥିପାଇଁ ସବୁ ରାଜ୍ୟର ଜିଲ୍ଲାପାଳ ମାନଙ୍କୁ ଲୋକ ମାନଙ୍କୁ ସଚେତନ କରିବା ପାଇଁ ଗାଇଡ ଲାଇନ ଜାରି କରବାକୁ ନିର୍ଦେଶ ଦେଇଛନ୍ତି SRC ।

ତେବେ ପୂର୍ବ ଭଳି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗାଇଡ ଲାଇନ ଜାରି ହୋଇଛି । ଏହା ସହ ସବୁ ରାଜ୍ୟ ଗୁଡିକରେ ନାଇଟ କର୍ଫ୍ଯୁ ମଧ୍ୟ ଲାଗୁ ହୋଇ ସାରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
