ଯେବେ ସ୍ଵୟଂ ଶ୍ରୀ କୃଷ୍ଣ ଦୌଡିଆସିଲେ ନିଜ ଭକ୍ତଙ୍କ ଘରକୁ ପ୍ରସାଦ ଖାଇବାକୁ, ତା ପରେ ଯାହା ହେଲା ନିଜେ ଦେଖି ନିଅନ୍ତୁ

ବନ୍ଧୁଗଣ, ଭଗବାନ ସମସ୍ତ ପୃଥିବୀ କୁ ପରିଚାଳନା କରୁଛନ୍ତି । ତାଙ୍କ ଆଜ୍ଞା ନ ହେଲେ ଗୋଟିଏ ପତ୍ର ମଧ୍ୟ ଝଡିବା ଅସମ୍ଭବ । ବନ୍ଧୁଗଣ ଆଜି ଆମ୍ଭେ ଗୋଟିଏ ବାଳକ ସମ୍ବନ୍ଧରେ ଆପଣଙ୍କୁ କହିବାକୁ ଯାଉଅଛୁ । ଯାହାର ଭକ୍ତି ଭାବ ଶ୍ରୀ କୃଷ୍ଣ ଙ୍କୁ ଆଶୀର୍ବାଦ ର ହାତ ରଖିବାକୁ ଭାବୋବିହୋଳ କରିଦେଲା ।

ବନ୍ଧୁଗଣ ଗୋଟିଏ ବାଳକ ହାତରୁ ଶ୍ରୀ ଗୋପୀନାଥ ଭଗବାନ ଭୋଗ ସ୍ଵୀକାର କରିଲେ, ଏହାପରେ ଜାଣନ୍ତୁ କଣ ହେଲା ? ବନ୍ଧୁଗଣ ଭାରତ ର ରାଜ୍ୟ ବଙ୍ଗାଳ ରେ ଶ୍ରୀଖଣ୍ଡ ନାମକ ସ୍ଥାନରେ ଶ୍ରୀ ମୁକୁନ୍ଦ ନାମକ ଜଣେ କୃଷ୍ଣ ଭକ୍ତ ରୁହନ୍ତି । ସେ ଶ୍ରୀ ଗୋପୀନାଥ ଭଗବାନ ଙ୍କ ମୂର୍ତ୍ତି ର ପୂଜା ନିଜ ଘରେ କରୁଥିଲେ । କୌଣସି କାରଣ ବଶତ ଶ୍ରୀ ମୁକୁନ୍ଦ ଙ୍କୁ କାର୍ଯ୍ୟ ନିମନ୍ତେ ବିଦେଶକୁ ଯିବାକୁ ପଡିଲା । ସେ ଯିବା ସମୟରେ ନିଜ ପୁତ୍ର ରଘୁନାଥ ଙ୍କୁ କହିଲେ ଶ୍ରୀ ଗୋପୀନାଥ ଭଗବାଙ୍କୁ ଭୋଗ ଲଗାଇବା ନିହାତି ଆବଶ୍ୟକ ଅଟେ ।

ତୁମେ ଶ୍ରୀ ଗୋପୀନାଥ ଭଗବାନ ଙ୍କୁ ଭୋଗ ନିଶ୍ଚିତ ଲଗାଇବ । ଏହାପରେ ପୁତ୍ର ରଘୁନାଥ ନିଜ ମିତ୍ରା ମାନଙ୍କ ସହିତ ବାହାରେ ଖେଳୁଥିଲେ, ସେହି ସମୟରେ ତାଙ୍କ ମାତା ଭିତରୁ ଡାକ ଲଗାଇ କହିଲେ, ଯେ ରଘୁନାଥ ଶ୍ରୀ ଗୋପୀନାଥ ଭଗବାନ ଙ୍କୁ ଭୋଗ ଲଗାଇବା ର ଅଛି । ପୁତ୍ର ରଘୁନାଥ ଦୌଡି ଆସି ଭୋଗ ଥାଳି କୁ ଧରି ଶ୍ରୀ ଗୋପୀନାଥ ଭଗବାନ ଙ୍କ ନିକଟକୁ ଗଲେ ଏବଂ ସେଠାରେ ଭୋଗ ଥାଳି ରଖି ଦେଇ କହିଲେ,- ଆପଣ ଖାଇ ନିଅନ୍ତୁ ମୁଁ ପରେ ଆସି ଭୋଗ ଥାଳି ନେଇଜିବି ।

ଏହାପରେ ରଘୁନାଥ କିଛି ସମୟ ପରେ ଖେଳି ଆସି ଦେଖିବାରୁ ଯେମିତି କୁ ସେମିତି ଭୋଗଥାଳି ରଖା ଯାଇଛି । ପୁତ୍ର ରଘୁନାଥ ଚିନ୍ତା କଲେ ଯେ, ଭଗବାନ ଗୋପୀନାଥ ରାଗିଯାଇଛନ୍ତି । ଏବେ ପିତା ଙ୍କ ଠାରୁ ମାଡ ଖାଇବାକୁ ହେବ । ଏହାପରେ ପୁତ୍ର ରଘୁନାଥ ଅସ୍ରୁ ଭରା ହୋଇ କହିଲେ,- କୃପା କରି ଆପଣ ଏହି ଭୋଗତିକୁ ଗ୍ରହଣ କରନ୍ତୁ । ଏହା ଦେଖି ଶ୍ରୀ ଗୋପୀନାଥ ଭଗବାନ ମୋହିତ ହୋଇଗଲେ ଏବଂ ଥାଳି ରୁ ସମଗ୍ର ଭୋଗ ଗ୍ରହଣ କରିନେଲେ ।

ଏହାପରେ ଯେତେବେଳେ ସନ୍ଧ୍ୟା ସମୟରେ ପିତା ମୁକୁନ୍ଦ ଘରକୁ ଫେରି ପୁତ୍ର ରଘୁନାଥ କୁ ପ୍ରସାଦ ମାଗନ୍ତି, ସେତେବେଳେ ପୁତ୍ର ରଘୁନାଥ ଉତ୍ତର ଦେଲା ଯେ ପ୍ରସାଦ ସବୁ ଭଗବାନ ଶ୍ରୀ ଗୋପୀନାଥ ଖାଇଦେଲେ । ଏହା ଶୁଣି ମୁକୁନ୍ଦନାଥ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରଦିନ ମୁକୁନ୍ଦନାଥ ନିଜ ପୁତ୍ର କୁ ଲଡୁରେ ପରିପୂର୍ଣ୍ଣ ଥାଳି ଦେଇ କହିଲେ ଭଗବାନ ଙ୍କୁ ଭୋଗ ଲଗାଇ ଦିଅ ।

ଏହାପରେ ରଘୁନାଥ ଭୋଗାଥାଳି କୁ ନେଇ ଭଗବାନ ଙ୍କ ନିକଟରେ ରଖି କହିଲେ ପ୍ରଭୁ ଭୋଗ ଗ୍ରହଣ କରି ନିଅନ୍ତୁ । ଏହାପରେ ଶ୍ରୀ ଗୋପୀନାଥ ହାତରେ ଲଡୁ ନେଇ ଭୋଗ ଗ୍ରହଣ କରିନେଲେ । ଏହାକୁ ମୁକୁନ୍ଦ ନାଥ ଲୁଚି ଦେଖୁଥିଲେ । ସେ ଭାବୋବିହୋଳ ହୋଇ କାଣ୍ଡିବାକୁ ଲାଗିଲେ, ଏବଂ କହିଲେ ଧନ୍ଯ ହୋଇଗଲି ପ୍ରଭୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *