ଭଗବାନ କୃଷ୍ଣଙ୍କ ପୂଜାରେ ସାମିଲ କରନ୍ତୁ ତୁଳସୀ ଓ ତାପରେ ଦେଖନ୍ତୁ ଚମତ୍କାର

ଭଗବାନ କୃଷ୍ଣଙ୍କ ପୂଜାରେ ତୁଳସୀର ବହୁତ ମହତ୍ଵ ରହିଛି । କୁହାଯାଏକି ବିନା ତୁଳସୀରେ ପୂଜା କାଲେ ପୂଜାର ପୂର୍ଣ୍ଣଫଳ ମିଳେନି । ପ୍ରତ୍ୟକ ଦିନ ଭଗବାନ କୃଷ୍ଣଙ୍କୁ ତୁଳସୀର ଭୋଗ ଲଗାଯାଏ । ଭଗବାନ ଶ୍ରୀ ବିଷ୍ନୁଙ୍କ ପାଦକୁ କ୍ଷୀର ଓ ପଞ୍ଚାମୃତରେ ଅଭିଷେକ କରାଯାଏ । ଏହା ପରେ ତୁଳସୀ ଅର୍ଚନା କରାଯାଏ । ଶାସ୍ତ୍ରରେ ତୁଳସୀଙ୍କୁ ଦେବୀ କୁହାଯାଇଛି । ଭଗବାନ ବିଷ୍ନୁଙ୍କ ଏହା ଅତ୍ୟନ୍ତ ପ୍ରିୟ ଅଟେ । ତୁଳସୀଙ୍କର ବିବାହ ଶାଳଗ୍ରାମ ସହିତ ହୋଇଥିଲା, ସେଥିପାଇଁ କୁହାଯାଏକି ଯିଏ ତୁଳସୀଙ୍କର ଭକ୍ତି କରିଥାଏ, ତାଙ୍କୁ ଭଗବାନ କୃପା ମିଳିଥାଏ । ତୁଳସୀଙ୍କର କଥା ଧର୍ମ ଗ୍ରନ୍ଥରେବି ମିଳିଥାଏ ।

ସ୍କନ୍ଧ ପୂରାଣ ଅନୁସାରେ ଯେଉଁ ଘରେ ତୁଳସୀର ଗଛ ଥାଏ ଓ ପ୍ରତିଦିନ ତାହାର ପୂଜା ହୋଇଥାଏ ସେଇ ଘରେ ଯମଦୂତ ପ୍ରବେଶ କରିପାରିନଥାନ୍ତି । ପୁରାଣ ଅନୁସାରେ ତୁଳସୀର ପୂଜା ସବୁଦିନ କରିବା ଆବଶ୍ୟକ । ଏମିତି କୁହାଯାଏକି ତୁଳସୀର ପୂଜା ଓ ସେବା କଲେ ମହାଲକ୍ଷ୍ମୀଙ୍କ କୃପା ସବୁବେଳେ ରହିବ ।

କୁହାଜାଏକି ବିଷ୍ଣୁ ଭଗବାନ ତୁଳସୀଙ୍କୁ ବରଦାନ ଦେଇଥିଲେ ମୋତେ ତୁଳସୀ ସହିତ ଶାଳଗ୍ରାମ ନାମ  ପୂଜା କରାଯିବ ଓ ଯିଏ ମୋତେ ବିନା ତୁଳସୀରେ ମୋର ପୂଜା କରିବ ତାର ଭୋଗ ମୁ ସ୍ଵୀକାର କରିବି ନହିଁ । ସେବେଠୁ ତୁଳସୀଙ୍କର ପୂଜା ସମସ୍ତେ କରିବାକୁ ଲାଗିଲେ ଓ ତୁଳସୀଙ୍କର ବିବାହ କାର୍ତିକ ମାସରେ ଶାଳଗ୍ରାମଙ୍କ ସହିତ କରାଯାଏ । ଏବଂ ଏହି ପର୍ବ ବହୁତ ଧୁମଧାମରେ ମଧ୍ୟ ଲୋକମାନେ ପାଳନ କରନ୍ତି ।

ତୁଳସିକୁ ଔଷଧୀୟ ରୂପରେବୀ ବ୍ୟବହୃତ କରାଯାଏ । ତୁଳସୀ ହିନ୍ଦୁ ଧର୍ମର ଆରାଧ୍ୟ ଦେବୀ ଅଟନ୍ତି, ତୁଳସୀ ସବୁବେଳେ ଘର ଅଗଣାରେ ରହିଥାନ୍ତି । ସେଥିଲାଗି ସବୁବେଳେ ପଜେଟିଭ ଏନର୍ଜି ମିଳିଥାଏ । ତୁଲସୀ ଘର ଅଗଣାରେ ଥିଲେ କୌଣସି ନେଗେଟିଭ ଏନର୍ଜି ଆସିପାରେ ନାହିଁ । ଯେମିତିକି ଆପଣ ଆନେ ଜାଣିଥିବେ ତୁଳସୀରେ ତେତିଶ କୋଟି ଦେବତାଙ୍କ ବାସ ବୋଲି ଆମ ହିନ୍ଦୁ ଧର୍ମରେ କୁହା ଯାଇଛି । ସେଥିପାଇଁ ନିତ୍ୟ ତୁଳସୀ ପୂଜା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *