ବୃନ୍ଦାବନରେ ଭଗବାନ ଶ୍ରୀ କୃଷ୍ଣଙ୍କ ମନ୍ଦିରରେ ସେହି ରାତି ଯାହା ହେଲା ଦେଖି ସମସ୍ତେ ହୋଇଗଲେ ଆଚମ୍ବିତ- ଦେଖନ୍ତୁ ଭିଡିଓ

ଆପଣ ସମସ୍ତେ ଶ୍ରୀ କୃଷ୍ଣଙ୍କ ଲୀଳା ବିଷୟରେ ଜାଣିଥିବେ । ଶ୍ରୀ କୃଷ୍ଣ ସମୟ ସମୟ ନିଜର କିଛି ଲିଳା କରିଥାନ୍ତି । ଯାହାକୁ ଦେଖି କିମ୍ବା ତାହା ବିଷୟରେ ଜାଣିବା ପରେ ସମସ୍ତେ ଆଚମ୍ବିତ ହୋଇ ଯାଆନ୍ତି । ଆଜି ଆମେ ଆପଣଙ୍କୁ ଶ୍ରୀ କୃଷ୍ଣ ଓ ପୂଜାରୀଙ୍କ ଏକ କାହାଣୀ ବିଷୟରେ କହିବୁ ।

ଯିଏକି ନିଜର ଭକ୍ତି ଦ୍ଵାରା ସ୍ଵୟଂ ଭଗବାନ କୃଷ୍ଣଙ୍କୁ ପ୍ରକଟ କରିଲେ । ବହୁତ ବର୍ଷ ପୂର୍ବେ ବୃନ୍ଦାବନରେ ଜଣେ ପୂଜାରୀ ଭଗବାନ କୃଷ୍ଣଙ୍କ ମନ୍ଦିରରେ ଭକ୍ତିର ସହ ପୂଜା କରୁଥିଲେ ଓ ନିସ୍ଵାର୍ଥ ରୂପରେ ଭଗବାନଙ୍କ ସେବା ମଧ୍ୟ କରୁଥିଲେ । ସେ ସବୁଦିନ ଭଗବାନ କୃଷ୍ଣଙ୍କର ଆରତି କରନ୍ତି, ଭୋଗ ଲଗାନ୍ତି ଓ ଶୟନ ମଧ୍ୟ କରାନ୍ତି । ଏହା ପରେ ରାତିରେ ସବୁ ଦିନ ଚାରୋଟି ଲଡୁ ଭଗବାନଙ୍କ ବିଛଣାରେ ଛାଡି ଚାଲି ଯାଆନ୍ତି । କାରଣ ତାଙ୍କର ମାନିବା ଥିଲା କି ଯଦି ରାତିରେ ଭଗବାନଙ୍କୁ ଭୋକ ଲାଗିବ ତେବେ ସେ ଉଠି ଖାଇ ନେବେ ।

ଏହା ପରେ ସକାଳେ ସେ ଯେତେବେଳେ ମନ୍ଦିରର କବାଟ ଖୋଲନ୍ତି ତେବେ ଭଗବାନଙ୍କ ବିଛଣାରେ ପ୍ରସାଦ ଏଠି ସେଠି ପଡିଥିବାର ଦେଖାଯାଏ । ଏହିଭଳି ସେ ସବୁଦିନ କରନ୍ତି । କିନ୍ତୁ ଦିନେ ଭଗବାନଙ୍କୁ ଶୟନ କରିବା ପରେ ସେ ଚାରୋଟି ଲଡୁ ରଖିବା ଭୁଲି ଗଲେ । ସେ କବାଟ ବନ୍ଦ କରି ଚାଲି ଗଲେ । ରାତିରେ ୧ କିମ୍ବା ୨ ଟା ସମୟରେ ଯେଉଁ ଦୋକାନରୁ ସେ ଲଡୁ କିଣି ନେଉଥିଲେ ସେହି ଦୋକାନ ଖୋଲା ଥିଲା । ସେହି ଦୋକାନୀ ଜଣକ ଘରକୁ ବାହାରୁଥିଲେ କି ସେହି ସମୟରେ ଗୋଟିଏ ଛୋଟ ପିଲାଟି ଆସି ଦୋକାନୀକୁ କହିଲା କି ମୋତେ ବୁନ୍ଦି ଲଡୁ ଦରକାର ।

ଦୋକାନୀ ଜଣକ କହିଲେ କି ପୁଅ ଲଡୁ ତ ଶେଷ ହୋଇଯାଇଛି । ସେ ଛୋଟ ପିଲାଟି କହିଲା କି ଆପଣ ଭିତରକୁ ଯାଇ ଦେଖନ୍ତୁ ଆପଣଙ୍କ ପାଖରେ ଚାରୋଟି ଲଡୁ ଅଛି । ଯେତେବେଳେ ଦୋକାନୀ ଭିତରକୁ ଯାଇ ଦେଖିଲା ତେବେ ତାକୁ ୪ ଟି ଲଡୁ ମିଳିଲା । କାରଣ ସେ ଆଜି ମନ୍ଦିର ଯାଇ ନ ଥିଲା । ଏହ ପରେ ଦୋକାନୀ ଜଣକ ଲଡୁ ପାଇଁ ସେହି ପିଲାକୁ ଟଙ୍କା ମାଗିଲା । ପିଲାଟି କହିଲା କି ମୋ ପାଖରେ ଟଙ୍କା ନାହିଁ ଓ ସେ ନିଜ ହାତରୁ ସୁନାର ଚୁଡିକୁ ଖୋଲି ସେହି ଦୋକାନୀକୁ ଦେଲା ।

କିନ୍ତୁ ଦୋକାନୀ ଜଣକ ସୁନା ଚୁଡିକୁ ନେଲେ ନାହିଁ ଓ ତାକୁ ଲଡୁ ଦେଇ ଦେଲେ । କିନ୍ତୁ ଶିଶୁଟି ଦୋକାନୀର କଥା ନ ଶୁଣି ଦୋକାନରେ ସେହି ସୁନା ଚୁଡିକୁ ଫୋପାଡି ଦେଇ ଚାଲିଗଲା । ସକାଳେ ଯେତେବେଳେ ପୂଜାରୀ ମନ୍ଦିରର କବାଟ ଖୋଲିଲେ ତେବେ ସେ ଦେଖିଲେ କି ଭଗବାନଙ୍କ ହାତରେ ଚୁଡି ନାହିଁ । ସଙ୍ଗେ ସଙ୍ଗେ ଏହି କଥା ସେହି ଅଞ୍ଚଳରେ ବ୍ୟାପିଗଲା । ଯେତେବେଳେ ଏହି କଥା ଦୋକାନୀ ଜଣକ ଜାଣି ପାରିଲା ତେବେ ତାକୁ ରାତି କଥା ମନେ ପଡିଲା ।

ସେ ସଙ୍ଗେ ସଙ୍ଗେ ସେହି ସୁନା ଚୁଡିକୁ ନେଇ ପୂଜାରୀ ପାଖକୁ ଗଲା ଓ ସମସ୍ତ ଘଟଣା ବିଷୟରେ କହିଲା । ତେବେ ସେହି ସମୟରେ ପୂଜାରୀଙ୍କ ମନେ ପଡିଲା କି ସେ ରାତିରେ ଲଡୁ ରଖିବା ଭୁଲି ଯାଇ ଥିଲେ । ସେଥିପାଇଁ ଭଗବାନ ନିଜେ ଲଡୁ ନେବାକୁ ଚାଲିଗଲେ । ଭଗବାନ ଏହିଭଳି କରି ଜଣେ ପୂଜାରୀ ଓ ଦୋକାନୀର ଜୀବନକୁ ଧନ୍ୟ କରିଦେଲେ ।

Leave a Reply

Your email address will not be published. Required fields are marked *