ସୁନାର ଲଙ୍କା ଭାବେ ପରିଚିତ ଶ୍ରୀଲଙ୍କା କାହିଁକି ହୋଇଗଲା ବର୍ବାଦ? ଜାଣନ୍ତୁ ଏହା ପଛର 5ଟି ମୁଖ୍ୟ କାରଣ ?

ଦିନ ଥିଲା ସୁନାର ଲଙ୍କା ଭାବେ ଶ୍ରୀଲଙ୍କାର ସ୍ଵତନ୍ତ୍ର ପରିଚୟ ଥିଲା । କିନ୍ତୁ ବର୍ତ୍ତମାନ କାଙ୍ଗାଳ ହୋଇଛି ଶ୍ରୀଲଙ୍କା । ଗତ କିଛି ମାସ ହେବ ଏଠାରେ ସ୍ଥିତି ବିଗିଡିବାରେ ଲାଗିଛି । ଖାଦ୍ୟ, ପାନ୍ୟ, ଇନ୍ଧନର ଅଭାବରେ ଲୋକଙ୍କ ଭିତରେ ଥିବା ଆକ୍ରୋଶ ବାହାରକୁ ଆସୁଛି । ଗତ ଶନିବାର ଦିନ ପ୍ରଦର୍ଶନକାରୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଙ୍କ ଆବାସରେ ଧସେଇ ପଶିବା ସହ କବଜା କରିଥିଲେ । ସ୍ଥିତି ଏମିତି ହେଲା ନିଜ ସୁରକ୍ଷା କର୍ମୀଙ୍କୁ ନେଇ ସେ ପଳାୟନ କରିଲେ । ଏହାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ପଦରୁ ବିକ୍ରମ ଶିଙ୍ଘେ ଇସ୍ତାଫା ଦେଇଥିଲେ । ତେବେ ଶ୍ରୀଲଙ୍କାର ବରବାତି ପଛରେ ଚୀନର ପ୍ରମୁଖ ଭୂମିକା ରହିଛ । ଆସନ୍ତୁ ଜାଣିବା ଶ୍ରୀଲଙ୍କା କାଙ୍ଗାଳ ସ୍ଥିତିର କାରଣ କଣ ।

୧- ଶ୍ରୀଲଙ୍କାର ଏହି ସ୍ଥିତି ପାଇଁ ଚୀନର ରୁଣ ବା ଚାଇନୀଜ ଡେବିଟ ଟ୍ରାପ ପଲିଶି ଦାୟୀ । ଏହି ପଲିଶି ଜରିଆରେ ନିଜ ଜାଲରେ ଫସାଇଥିଲା ଶ୍ରୀଲଙ୍କାକୁ ଚୀନ । ସେହିପରି ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରୁ ଶ୍ରୀଲଙ୍କା ଅନେକ ଟଙ୍କା ରୁଣ ନେଇଛି । ତଥ୍ୟ ଅନୁଯାୟୀ ଶ୍ରୀଲଙ୍କା ଉପରେ ୩୫ ବିଲିଅନ ଡଲାର ବିଦେଶୀ ମୁଦ୍ରାର କରଜ ରହିଛି ।

୨- ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାରରେ ତିନି ବର୍ଷ ତଳେ ୭.୫ ବିଲିଅନ ଡଲାର ଅର୍ଥ ରହିଥିଲା । ନୂଆ ସରକାର ଗଠନ ପରେ ବିଦେଶୀ ମୁଦ୍ରା ଭଣ୍ଡାରର ସ୍ଥିତି ଦୟନୀୟ ହୋଇପଡିଥିଲା । ୨୦୨୧ ନଭେମ୍ବର ବେଳକୁ ଶ୍ରୀଲଙ୍କାର ଆର୍ଥିକ ମୁଦ୍ରା ୧.୫୮ ବିଲିଅନ ଡଲାର ରହିଥିଲା ।

୩- ଶ୍ରୀଲଙ୍କା ସରକାର ଚାଷ ଓ ଚାଷୀଙ୍କୁ ନେଇ ନୂଆ ନିୟମ ଲାଗୁ କରିଥିଲେ । ଚାଷ ପାଇଁ ରାସାୟନିକ ସାରା ଉପରେ ସରକାର ବ୍ଯାନ ଲଗାଇଥିଲେ । ଏହି ନିସ୍ପତି ଶ୍ରୀଳଙ୍କାର କାଙ୍ଗାଳ ସ୍ଥିତିର ପ୍ରମୁଖ୍ୟ କାରଣ । ଦେଶରେ ବିନା ସାରର ବ୍ୟବହାରରେ ଚାଷ କରିବାକୁ ନିଷ୍ପତି ନେଇଥିଲେ । ଚାଷୀଙ୍କ ଉପରେ ଲଗାଯାଇଥିବା ଏହି ନିସ୍ପତି କାରଣରୁ ଉତ୍ପାଦନ ୪୦ରୁ ୫୦% ହ୍ରାସ ପାଇଥିଲା ।

୪- ଶ୍ରୀଲଙ୍କାର ଅର୍ଥନୀତିରେ ପ୍ରମୁଖ ସ୍ତମ୍ବ ଜିଡିପିରେ ପର୍ଜ୍ୟଟନ ଯୋଗଦାନ ୧୦% ଥିଲା । କୋରୋନା ମହାମାରୀ କାରଣରୁ ଏହି ସେକ୍ଟର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା । ଭ୍ୟାକସିନ ଆସିବା ପରେ ଶ୍ରୀଲଙ୍କାର ଏହି କ୍ଷେତ୍ର ସଂପୂର୍ଣ୍ଣ ଛିଡା ହୋଇପାରିଲା ନାହିଁ । ଅନେକ ଦେଶର ନାଗରିକଙ୍କୁ ଶ୍ରୀଲଙ୍କା ଯିବା ପାଇଁ ବାରଣ କରିଥିଲେ । ଏଥିପାଇଁ ଦେଶର ଆମଦାନୀ ଉପରେ ଖରାପ ପ୍ରଭାବ ପଡିଥିଲା ।

୫- ଶ୍ରୀଲଙ୍କାର ଏଭଳି ସ୍ଥିତି ପାଇଁ ଟାଇଲି ଓ ଗ୍ଯାସର ଅଭାବ ସବୁଠାରୁ ବଡ କାରଣ । ସେହିଭଳି ଚାଉଳ, ଡାଲି, ଚିନି, ଔଷଧ ଭଳି ସାମଗ୍ରୀ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରେ । ଅନ୍ୟ ଉପରେ ନିର୍ଭର କରିବା ହେଉଛି ଶ୍ରୀଲଙ୍କା ବରବାଦିର ମୁଖ୍ୟ କାରଣ । ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ଆମଦାନୀ ଉପରେ ଗଭୀର ପ୍ରଭାବ ପଡିଥିଲା । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *